ନବରାତ୍ରିରେ ମା ଦୂର୍ଗାଙ୍କର ଅଲଗା ଅଲଗା ସ୍ଵରୂପର ପୂଜା କରାଯାଏ । ଏହି ୯ ଦିନରେ ମା ଦୂର୍ଗାଙ୍କର ବିଶେଷ ଭାବେ ପୂଜା ହେବାର ବିଶେଷ ମହତ୍ଵ ରହିଥାଏ । ଏହି ପବିତ୍ର ଦିନରେ ମା ଦୂର୍ଗାଙ୍କୁ ପୂଜା କରି ତାଙ୍କର କୃପା ଲାଭ କରିବା ଖାସ ମାନାଯାଏ । ମା ଦୂର୍ଗା ଆମ ଘରେ ପ୍ରବେଶ କରିବା ସମସ୍ତଙ୍କର ଇଚ୍ଛା ରହିଥାଏ । କିନ୍ତୁ ଆମ ଘରେ ଏମିତି କିଛି ଜିନିଷ ରହିଥାଏ ଯାହା ଦ୍ଵାରା ମା ଦୂର୍ଗାଙ୍କ ଆଗମନ ହୁଏ ନାହି ।

ଆଜି ଆମେ ଆପଣ ମାନଙ୍କୁ କେଉଁ ଜିନିଷ ଘରୁ ନବରାତ୍ରି ଆସିବା ପୂର୍ବରୁ ବାହାର କରିଲେ ମା ଦୂର୍ଗାଙ୍କ ଆଗମନ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଏହି ନବରାତ୍ରିରେ ଘର ସଫା ସୁତୁରା ରଖିବା ସହ ତାମସିକ ଭୋଜନ ଗ୍ରହଣ କରିବା ଅନୁଚିତ । ଏହି ୯ ଦିନ ମା ଦୂର୍ଗାଙ୍କ ବ୍ରତ କରିବା ଉଚିତ । ଏହା ବ୍ଯତୀତ ଆମିଷ, ପିଆଜ, ରସୁଣ ଓ ମଦ୍ୟପାନ କରିବା ଅନୁଚିତ । ଅଧିକାଂଶ ଲୋକମାନେ ଏହି ନିୟମର ପାଳନ କରୁଥିଲେ ମଧ୍ୟ କିଛି ଖରାପ ଜିନିଷ ଘରେ ରଖିଥାନ୍ତି ।
ଘର ସଫା କରିବା ପରେ ଗଙ୍ଗାଜଳ ଘରେ ପକାନ୍ତୁ ଯାହା ଦ୍ଵାରା ବାତାବରଣ ପବିତ୍ର ହୋଇଯିବ । ନବରାତ୍ରି ପୂର୍ବରୁ ଘରେ ଯାହା ଫାଟ କପଡା ରହିଛି ତାହାକୁ ବାହାର କରନ୍ତୁ । ଧୂପ ଦୀପ ଜଳାଇ ବାତାବରଣକୁ ଶୁଦ୍ଧ ରଖିବା ଉଚିତ । ମନ୍ଦିରକୁ ସଫା ସୁତୁରା ରଖିବା ସହ ରୋଷେଇ ଘର ମଧ୍ୟ ସଫା ରଖିବା ଉଚିତ । ରୋଷେଇ ଘରେ ଖରାପ ଆଚାର ବା ଭଙ୍ଗା ବାସନ ବା ଜିନିଷ ରଖିଥିଲେ ବାହାର କରନ୍ତୁ ।

ଘରର ମୁଖ୍ୟ ଦ୍ଵାରା ଖୋଲିବା ବା ବନ୍ଦ କରିବା ସମୟରେ ଶବ୍ଦ ହେଉଥିଲେ ଘରେ ନାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଏଥିପାଇଁ କବାଟର କବଜାରେ ମାଟିର ତେଲ ଲଗାଇ ପାରିବେ । ଯେଉଁ ଘରେ ଖରାପ ଶକ୍ତିର ଊର୍ଜା ଥାଏ ସେହି ଘରେ ମା ଦୁର୍ଗ ପ୍ରବେଶ କରନ୍ତି ନାହି । ଘରେ ଯଦି ଭଙ୍ଗା ଦେବିଦେବତାଙ୍କ ଫୋଟୋ ରହିଥାଏ ତେବେ ତୁରନ୍ତ ବାହାର କରନ୍ତୁ ।
ଘରର ଛାତ ଉପରେ କୌଣସି ଅଳିଆ ଆବର୍ଜନା ରହିଥାଏ ତେବେ ତାହାକୁ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ବାହାର କରନ୍ତୁ । ବନ୍ଦ ହୋଇଥିବା ଘଡି ଘରେ ବା କାର୍ଯ୍ୟ ସ୍ଥଳରେ ରହିଥିଲେ ତାହାର ମରାମତି କରାଇବା ବା ନୂଆ ଘଡି ଘରକୁ ଆଣିବା ଉଚିତ । ମନ୍ଦିରରେ ଥିବା କୌଣସି ଅଦରକାରୀ ବସ୍ତୁ ବା ଫଟା କପଡା ବା ବାସୀ ଫୁଲ ବାହାର କରିବା ଉଚିତ ।

ଧନ ରଖୁଥିବା ସ୍ଥାନ ମଧ୍ୟ ସଫା ରଖିବା ଉଚିତ । ନବରାତ୍ରି ସମୟରେ ମା ଦୂର୍ଗାଙ୍କ ପୂଜାରେ କଉଡି ପୂଜା କରିବା ପରେ ଧନ ରଖୁଥିବା ଜାଗାରେ ରଖିଲେ ଧନର ବୃଦ୍ଧି ହୋଇଥାଏ । ପୁରୁଣା ଜୋତା ଚପଲ ଘରେ ଥିଲେ ନବରାତ୍ରି ପୂର୍ବରୁ ବାହାର କରନ୍ତୁ । ଘରର ଉତ୍ତର ଦିଗରେ କୌଣସି ଭାରି ଜିନିଷ ରଖିବା ଅନୁଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।