“ନା ତୁ ବଞ୍ଚିପାରିବୁ ନା ମୁଁ ତମକୁ ମରିବାକୁ ଦେବି” ଏମିତି କିଛି କହିଛନ୍ତି ବର୍ଷା ଙ୍କ ବିରୁଦ୍ଧରେ Anubhab Mohanty

ଦର୍ଶକ ବନ୍ଧୁ ଏବେ ଚାରି ଆଡେ ଖାଲି ଗୋଟେ ଚର୍ଚ୍ଚା ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ । ଯାହାର ଶେଷ ଶୁଣାଣୀ ରେ ମାନବର କୋର୍ଟ ନିଜର ରାୟ ଶୁଣାଇ ସାରିଛନ୍ତି । ଆଉ ଯାହାକୁ ନେଇ ଅନୁଭବ ଓ ବର୍ଷା ନିଜର ସୋସିଆଲ ଆକାଉଣ୍ଟ ରେ ନିଜ ନିଜର ମତ ଦେଇଛନ୍ତି । ଆଉ ଏହାରି ମଧ୍ୟରେ ସାଂସଦ ଅନୁଭବ ମହାନ୍ତି କିଛି ଏମିତି ବୟାନ ଦେଇଛନ୍ତି ବର୍ଷା ଙ୍କ ବିରୁଦ୍ଧରେ ଯାହାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରିଛନ୍ତି ।

ଅନୁଭବ କହିଛନ୍ତି କି “ମୋର ସମସ୍ତଙ୍କ ଭଳି ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ରହିଛି । ନ୍ୟାୟ କହୁଛି କାନୁନ କହୁଛି ଛାଡପତ୍ର ଜଣେ ଚାହିଁଲେ ଫାଇଲ କରିପାରିବ । ସେ ସ୍ଵାମୀ ହୁଅନ୍ତି କି ସ୍ତ୍ରୀ ହୁଅନ୍ତୁ । ବାହାଘର ଯଦି କେହି କରିବାକୁ ଚାହୁଁଛି ତେବେ ମଧ୍ୟ କରିପାରିବେ । ମୁଁ କେବେ ଭାବି ନ ଥିଲେ ବାହା ହୋଇ ଛାଡପତ୍ର ଫାଇଲ କରିବି । ଯଦି ଏମିତି ଭାବି ଥାନ୍ତି ତେବେ ମୁଁ କାହିଁକି ବାହା ହୋଇଥାନ୍ତି ।

କିନ୍ତୁ ପରେ ପରିସ୍ଥିତି ଅତି ମାତ୍ରାରେ ହେଲା ବୋଲି ମୁଁ ଡିଭୋର୍ସ ଫାଇଲ କରିଲି । କୋର୍ଟରେ ଡିଭୋର୍ସ ଫାଇଲ କରିବାର କାରଣ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । କାରଣ ମୁଁ ଅନେକ ଚେଷ୍ଟା କରିଥିଲି ତା ପୂର୍ବରୁ ଆମେ କେମିତି ପରସ୍ପରକୁ ସମ୍ମାନ ଜଣାଇ ଅଲଗା ହୋଇଯିବ । ଯେଉଁ ଜନତା ଆମକୁ ଭଲ ପାଉଛନ୍ତି ସେମାନଙ୍କ ଆଗରେ ଆମେ ଯେବେ ବି ଛିଡା ହେବା ଦୁଇ ଭଲ ବନ୍ଧୁ ହିସାବରେ ଛିଡା ହେବା ।

ଆମେ ହସି କି ତ କାହା ସହ କଥା ହୋଇପାରି ଥାନ୍ତେ । ସେଟା ବୋଧେ ବର୍ଷା ଙ୍କୁ ଭଲ ଲାଗିଲା ନାହିଁ । ଯାହା ପାଇଁ ମୁଁ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଲି । ଡିଭୋର୍ସ ଫାଇଲ କରିଲି କିନ୍ତୁ ତା ବଦଳରେ ସେ କଣ କରିଲେ । ସେ ମୋ ସହ କେସ ଲଢି ମୋତେ ଭୁଲ ବୋଲି ପ୍ରମାଣିତ କରିଥାନ୍ତେ ଏବଂ ମୋ ସାଙ୍ଗରେ ରହିବା ପାଇଁ ଚେଷ୍ଟା କରିଥାନ୍ତେ ।

ବର୍ଷା ମୋ ସହ ରହିବାକୁ ଯେଉଁ ପିଟିସନ ଦାଖଲ କରିଥିଲେ ତାହାକୁ ମାନ୍ୟବର କୋର୍ଟ ଖାରଚ କରି ଦେଇଛନ୍ତ୍ୟୀ । ବର୍ଷା ଯେଉଁ କଥା କହିଛନ୍ତି ଧର୍ମର ଜୟା ହେଲ କିନ୍ତୁ ସେ ବୋଧ ହୁଏ ବୁଝି ନାହାନ୍ତି ଧର୍ମର କେମିତି ଜୟ ହେଲା । ବୋଧ ହୁଏ ବର୍ଷା ଚାହୁଁ ଥିଲେ କି ନା ମୋତେ ଡିଭୋର୍ସ ମିଳୁ ନା ମୋ ସହ ରହିବାକୁ ଅନୁମତି ମିଳୁ । ଯେମିତି କଥାରେ ଅଛି ନା ତୁ ବଞ୍ଚି ପାରିବୁ ନା ମୁଁ ତୋତେ ମାରିବାକୁ ଦେବି ବର୍ଷା ଠିକ ଏହା ଚାହୁଁ ଥିଲେ ।

ଯାହା ପାଇଁ ସେ ତାଙ୍କର ଖାରଚ କୁ ସେଲିବ୍ରେସନ କରୁଛନ୍ତି ଏଞ୍ଜୋଏ କରୁଛନ୍ତି । ଏଟା ପ୍ରମାଣ କରୁଛି କି ସେ କୌଣସି ମାତ୍ରାରେ ମୋ ସହ ରହିବାକୁ ଇଚ୍ଛୁକ ନ ଥିଲେ । ଏଟା ମିଛ କେସ ଯାହା ପାଇଁ ସେ ମୋତେ ଆଜି ଯାଏଁ ହଇରାଣ କରୁଛନ୍ତି” ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।