ନା ସ୍ବାମୀର ନା ଦିଅରର ! କାହା ପାଇଁ ଶଙ୍ଖା ସିନ୍ଦୂର ପିନ୍ଧିବେ ? ଆଉ ସ୍ତ୍ରୀର ସ୍ବୀକୃତି କିଏ ଦେବ ? ସ୍ଵାମୀ ଯଦି ପୁରୁଷପଣିଆ ପାଇଁ ଅସମର୍ଥ ହୁଏ ଆଉ ପରିବାରର ଲୋକେ ଯଦି ହତାଦର କରନ୍ତି ତେବେ ସ୍ତ୍ରୀଟି କହିବ କାହାକୁ ! କେବଳ ଲୁଚି ଲୁଚି କାନ୍ଦିବା ଛଡା ବୋଧ ହୁଏ କିଛି ବାଟ ନାହିଁ । ଏମିତି ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛନ୍ତି ୨୨ ବର୍ଷୀୟ ବିବାହିତା ମହିଳା ବନିତା ବେହେରା । ତାଙ୍କ ଘର ଭଞ୍ଜନଗର ବାରୁଡା ଗ୍ରାମରେ ହୋଇଥିବା ବେଳେ ସେ ଖଡଭାଗ ଗ୍ରାମର ନିରଞ୍ଜନଙ୍କୁ ବିବାହ କରିଥିଲେ ।

କିନ୍ତୁ ବିବାହର ମାତ୍ର ୧୦ଦିନ ନ ପୁରୁଣୁ ବନିତାଙ୍କ ମୁଣ୍ଡ ଉପରେ ଚଢିଥିଲା ଦୁଃଖର ପାହାଡ । ସ୍ଵାମୀ ଯେ ପୁରୁଷପଣିଆ ପାଇଁ ଅସମର୍ଥ ଏକଥା ଶାଶୁଙ୍କୁ ବାପଘରକୁ ଯିବାକୁ ବାହାରିଥିଲେ । ହେଲେ ତାଙ୍କ ଶାଶୁ କାମିନି ଲୋକ ଲଜ୍ୟାକୁ ଭୟ କରି ଦିଅର ସହ ବିବାହ କରିବା ପାଇଁ ତାଙ୍କୁ ମନାଇଥିଲେ । ଆଉ ଏହାରି ଭିତରେ ବନିତା ସଞ୍ଚୟ କରିଥିବା ସବୁ ଟଙ୍କାକୁ ସ୍ଵାମୀ ନିରଞ୍ଜନଙ୍କ ଚିକିତ୍ସାରେ ସାରି ଦେଇଥିଲେ ।
ଆଉ ସେପଟେ ଦିଅର ରାଜେନ୍ଦ୍ର ବନିତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ବର୍ଷେ ଟିଏ ବିତି ଯାଇଥିଲେ ମଧ୍ୟ ବନିତାଙ୍କ ବୈବାହିକ ଜୀବନ ସଫଳ ହୋଇପାରିଲା ନାହିଁ । ଦିଅରଙ୍କ ସହ ମଧ୍ୟ ବୋହୂକୁ ବାହା କରାଇବା ପାଇଁ ବନିତାଙ୍କ ଶାଶୁ ସିଧାସଳଖ ମନା କରି ଦେଇଥିଲେ ।
ଶେଷରେ ଶାଶୁଘର ଲୋକେ ଶାରୀରିକ ନିର୍ଯ୍ୟାତନା ଦେଇ ଘରୁ ତଡି ଦେଇଥିଲେ । ହେଲେ ମହିଳା ସଂଗଠନଙ୍କ ସହାୟତାରେ ନିଜ ହକ୍ ପାଇଁ ବନିତା ଏବେ ଶାଶୁଘରେ ରହିବା ପାଇଁ ଅପେକ୍ଷା କରିଛନ୍ତି । ଶାଶୁ ଦିଅର ସହ ବାହା ଦେବାକୁ ଆଶା ଦେଇଥିଲେ ମଧ୍ୟ ପରେ ଏଥିପାଇଁ ମନା କରି ଦେଇଛନ୍ତି । ଓଲଟା ବୋହୂକୁ କହୁଛନ୍ତି କି ତୁ ବିଷ ଖା କି ଦଉଡି ଯେ ଏଠୁ ଚାଲିଯା । କେହି ମଧ୍ୟ ବନିତାଙ୍କ କଥା ଶୁଣି ନଥିଲେ ।

ସବୁଆଡୁ ନିରାଶ ହେବା ପରେ ବନିତା ମହିଳା ସଂଗଠନରେ ଏ ପ୍ରସଙ୍ଗରେ ଅଭିଯୋଗ କରିଥିଲେ । ମହିଳା ସଂଗଠନ ଆସି ବହୁ ବୁଝାମଣା କରିବା ପରେ ଅମଧ୍ୟ ତାଙ୍କ ଶାଶୁ ରାଜି ନହେବାରୁ ବର୍ତ୍ତମାନ ମହିଳା ସଂଗଠନ ବନିତାଙ୍କୁ ନେଇ ଥାନାରେ ଏକ ଏତଲା ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।