“ମୁଁ ଟେନସନରେ ମଦ ପିଇ ଦେଇଥିଲି, ମୋତେ…” ଭାଇରାଲ ଭିଡିଓ ନେଇ ସବୁ ସତ ଉଗାଳିଲେ Rajveer ଙ୍କ ବାପା, ଦେଖନ୍ତୁ Video

ଓଡିଶାର ଶିଶୁ ରାଜବୀର ବିରଳ ଏସଏମଏ ରୋଗରେ ପୀଡିତ ହେବା ପରେ ତାଙ୍କ ବାପାମା ସାହାଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସମେତ ଓଡିଶାବାସୀଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ଏପରିକି ସେମାନେ ରାଜ୍ୟ ବାହାରେ ଯାଇ ମଧ୍ୟ ରାଜବୀର ପାଇଁ ସାହାଯ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । କାରଣ ରାଜବୀର ସୁସ୍ଥ ହେବା ପାଇଁ ଏକ ଇଂଜେକସନ ଦରକାର ଯାହାର ମୂଲ୍ୟ ପ୍ରାୟ ୧୬ କୋଟି ।

ତେବେ ରାଜବୀର ପାଇଁ ସହାନୁଭୁତି ଦେଖାଇ ସମସ୍ତେ ସାହାଯ୍ୟର ହାତ ବଢାଉଥିବା ବେଳେ ରାଜବୀର ବାପାଙ୍କ ଏକ ଭାଇରାଲ ଭିଡିଓ ଲିକ୍ ହେବା ପରେ ଏହି ମାମଲାକୁ ନେଇ ଚର୍ଚ୍ଚା ବଢୁଛି । ଏକ ଭିଡିଓରେ ଦେଖିବାକୁ ମିଳୁଛି କି ରାଜବୀରଙ୍କ ବାପା ମଦ ପିଉଛନ୍ତି । ଯାହାକୁ ନେଇ ଜନତା ଖୁବ ଉତ୍ତ୍ୟକ୍ତ ହୋଇଥିଲେ । ସେପଟେ ରାଜବୀରଙ୍କ ମା ସାଙ୍ଗେ ସାଙ୍ଗେ ଏକ ଭିଡିଓ ଜାରି କହିଥିଲେ କି ତାଙ୍କ ସ୍ଵାମୀ ମଦ ନୁହେଁ ଜୁସ୍ ପିଉଛନ୍ତି । କିନ୍ତୁ ପରେ ଏବେ ମିଡିଆ ସାମ୍ନାରେ କଥା ହେବା ବେଳେ ଉଭୟ ନିଜ ଭୁଲ ମାନିଛନ୍ତି ।

ରାଜବୀରଙ୍କ ବାପା ସ୍ଵୀକାର କରିଛନ୍ତି କି ସେ ମଦ ପିଉଥିଲେ ବୋଲି ଏବଂ ରାଜବୀରଙ୍କ ମା ମଧ୍ୟ ମିଛ କହିଥିବା କଥା ମାନିଛନ୍ତି । କିନ୍ତୁ ରାଜବୀରଙ୍କ ବାପା କହିଛନ୍ତି କି କୌଣସି ବ୍ୟକ୍ତିଗତ କାରଣରୁ ସେମାନଙ୍କ ଅଶାନ୍ତି ହୋଇଥିବାରୁ ସେ ଟେନସନରେ ମଦ ପିଇ ଦେଇଥିଲେ । ଆଉ ରାଜବୀରର ସାହାଯ୍ୟ ଟଙ୍କାରେ ସେ ମଦ ପିଇ ନାହାନ୍ତି ।

ଏହାସହ ସେ ହାତଯୋଡି ସାଢେ ଚାରି କୋଟି ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଓ ଅନୁରୋଧ କରିଛନ୍ତି କି ତାଙ୍କ ଭୁଲ ପାଇଁ ସେମାନେ ସାହାଯ୍ୟ ବନ୍ଦ କରି ରାଜବୀରଙ୍କୁ ଦଣ୍ଡ ଦିଅନ୍ତୁ ନାହିଁ । ସାନ ଶିଶୁଟିର ଜୀବନ ତାଙ୍କର ଭୁଲ ପାଇଁ ନଷ୍ଟ ନହେଉ ବୋଲି ସେ ନିବେଦନ କରିଛନ୍ତି । ଏହାସହ ଭାଇରାଲ ହେଉଥିବା ଭିଡିଓଟି ପୁରୁଣା ଅଟେ ବୋଲି ସେ କହିଛନ୍ତି ।

ତାଙ୍କ ପାଖକୁ ରାଜବୀର ପାଇଁ ବିପୁଳ ପରିମାଣରେ ସାହାଯ୍ୟ ଆସୁଥିବାର ଦେଖି କିଛି ଲୋକ ଚକ୍ରାନ୍ତ କରି ପୁରୁଣା ଭିଡିଓକୁ ଭାଇରାଲ କରୁଛନ୍ତି ବୋଲି ସେ କହିଛନ୍ତି । ତେବେ ସେ ଯାହାବି ହେଉ ଏହା କିନ୍ତୁ ଯଥାର୍ଥ ଯେ ବାପାମାଙ୍କ ଭୁଲର ଦଣ୍ଡ ସାନ ପୁଅ ରାଜବୀରକୁ ନ ମିଳିବା ଉଚିତ । ତେବେ ଏ ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।