ମୁଁ ସିନା ତୁମର ଭଲ ବଧୂ ହୋଇ ପାରିଲି ନାହିଁ ହେଲେ ସବୁ ଦିନ ପାଇଁ ତୁମର ଭଲ ବନ୍ଧୁ ହୋଇ ରହିବି । Varsa Priyadarsini

ମୁଁ ସିନା ସାତ ଜନ୍ମ ପାଇଁ ତୁମର ବଧୁ ହୋଇ ପାରିଲି ନାହିଁ । ହେଲେ ବନ୍ଧୁ ହୋଇ ପାରିବି । ତୁମେ ସିନା ମୋତେ ସ୍ଵାମୀର ଅଧିକାର ଦେବାକୁ ଚାହୁଁନ କିନ୍ତୁ ମୁଁ ତୁମ ପାଇଁ ଭରସା ଓ ବିଶ୍ବାସର ବନ୍ଧୁ ଟିଏ ହୋଇ ରହିବାକୁ ଚାହୁଁଛି । ତୁମେ ସବୁବେଳେ ମୋ ଠାରୁ ଛାଡପତ୍ର ଚାହୁଁ ଥିଲ କିନ୍ତୁ ମୁଁ ତୁମର ଛାଇ ହୋଇ ରହିବାକୁ ଚାହୁଁ ଥିଲି । ତୁମେ ଅଲଗା ହେବାକୁ ଚାହୁଁ ଥିଲ ହେଲେ ମୁଁ ତୁମର ହୋଇ ରହିବାକୁ ଚାହୁଁ ଥିଲି । ଏବେ ଦେଖା ତୁମେ ଯାହା ଚାହୁଁ ଥିଲ ସେୟା ହେଲା ଆଉ ତୁମେ ଜିତିଗଲ ।

ଆଉ ମୋ ଭଲ ପାଇବା ହାରିଗଲା । ହଁ ଦର୍ଶକ ବନ୍ଧୁ ଏବେ ଏମିତି କିଛି ମନରେ ଭାବନା ଆଣୁଥିବେ ନିଶ୍ଚୟ ବର୍ଷା ପ୍ରିୟଦର୍ଶିନୀ । କାରଣ ହାଇ କୋର୍ଟ ଙ୍କ ଶୁଣାଣୀ ଓ ଅନୁଭବ ମହାନ୍ତି ଙ୍କ ଗୋଟେ ବୟାନ ବର୍ଷା କ ଜୀବନକୁ ପୁରା ବଦଳାଇ ରଖି ଦେଲା । ଯେଉଁ ସମାଜ ଆଜି ବର୍ଷା ଙ୍କୁ ଅନୁଭବ ଙ୍କ ସ୍ତ୍ରୀ ଭାବେ ସ୍ଵୀକାର କରିଥିଲା ଆଜି ସେହି ସମାଜ ବର୍ଷା ଙ୍କ ଉପରେ ହସିବାକୁ ଆରମ୍ଭ କରିଲାଣି ।

କୋର୍ଟ ରେ ଏହି ମାମଲା ର ବିଜୟ ହେବା ପରେ ପ୍ରତେକ ଥର ଭଳି ଅନୁଭବ ନିଜର ପ୍ରତିକ୍ରିୟା ରଖିଛନ୍ତି ସୋସିଆଲ ମିଡିଆ ଆକାଉଣ୍ଟ ରେ । ଆଉ ବର୍ଷା ସବୁ ଥର ଭଳି ସବୁ କିଛି ସାହି ଯାଇଛନ୍ତି । କେବେ ବି ସ୍ବାମୀଙ୍କ ବିରୁଦ୍ଧରେ ପ୍ରତି ଉତ୍ତର ଦେଇ ନାହାନ୍ତି ବର୍ଷା କି ଅନୁଭବ ଙ୍କ ମାନ ସମାନ ହାନି ହେବ ଭଳି ଗୋଟେ ଶବ୍ଦ ବି କହି ନାହାନ୍ତି । ତେବେ ଅନୁଭବ ଯାହା ଚାହୁଁ ଥିଲେ ତାହା ଆଜି ସତ ହୋଇ ଯାଇଛି ।

ଅନୁଭବ ଚାହୁଁ ଥିଲେ ଛାଡପତ୍ର ଯାହା ବହୁତ ଜଲ୍ଦି ହେବାକୁ ଯାଉଛି । ଉଭୟଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ନ ଥିବା କଥା କୋର୍ଟ ଶୁଣାଣୀ କରିବା ସହ ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି । ଆଉ ଏହି ଖବର ପରେ ଅନୁଭବ ବେଶ ଖୁସି ବ୍ୟକ୍ତ କରିଛନ୍ତି । କାରଣ ସେ ଚାହୁଁ ଛନ୍ତି ଏବେ ଦ୍ଵିତୀୟ ବିବାହ କରିବାକୁ ।

ଅନୁଭବ ଙ୍କ ବାପାଙ୍କ ଦେହ ଭଲ ହେବା ପରେ ସେ ଦ୍ଵିତୀୟ ବିବାହ କରିବେ ବୋଲି ଏବେ ଚାରି ଆଡେ ଚର୍ଚ୍ଚା ହେଉଛି । ଅନୁଭବ ଏବେ ଆଉ କାହାର ହୋଇଯିବେ ଏବଂ ଆଉ କାହା ମଥାରେ ସିନ୍ଦୁର ଦେବେ ଏ ସବୁ କଥା ଭାବି ଭାବି ଏବେ ସମ୍ପର୍କ ଭାଙ୍ଗି ପଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।