ସବୁ ଝିଅଙ୍କ ପରି ମୁଁ ସେଦିନ ବହୁତ ଖୁସି ହୋଇଥିଲି । ଆଉ ମୁଁ ବି ଲାଲ ଟୁକୁଟୁକୁ ସାଧବ ବୋହୂ ଭଳି ସଜେଇ ହୋଇ ତୁମ ବାଟକୁ ଚାହିଁ ବସିଥିଲି । ଆଉ ତୁମେ ବି ମୋ ସ୍ଵପ୍ନର ରାଜକୁମାର ସାଜି ମୋ ହାତ ଧରି ମୋତେ ସ୍ଵପ୍ନ ରାଇଜକୁ ନେଇଯିବାକୁ ଆସିଥିଲ । ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସୁଖ ଦୁଃଖର ସାଥି ହେବାକୁ ମୋତେ ତୁମେ କଥା ଦେଇଥିଲ । ମୋ ବାପା ଭାଇଙ୍କୁ ବି ତୁମେ ବୁଝାଇ କହିଥିଲ କି ତୁମ ଝିଅକୁ ମୁଁ ବହୁତ ଖୁସିରେ ରଖିବି ।
ମୁଁ ବି ଆଖିରେ ଆଖିରେ ସପ୍ନ ନେଇ ତୁମ ସହ ସଂସାର କରିବା ପାଇଁ ତୁମ ଘରକୁ ଯାଇଥିଲି । ଆଉ ତୁମ ସହ ମୋ ଛୋଟିଆ ସଂସାର ଆରମ୍ଭ କରିଥିଲି । ସଂସାର ରଥ ତ ଦୁଃଖେ କଷ୍ଟେ ଗଡି ଚାଲିଥିଲା । ହେଲେ ବାରମ୍ବାର ତୁମ ଘରଲୋକ ସହ ମିଶି ମୋତେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିଲ । ବାପା ଭାଇଙ୍କୁ କହି ମୁଁ ସବୁ ଜିନିଷ ଆଣି ଦେଉଥିଲି ।
ମୋତେ ମାଡ ମାରିଲ ଖାଇବାକୁ ବି ଦେଲନି ହେଲେବି ସବୁ ସହିଲି । କିନ୍ତୁ ଭାବିଲି ଛୁଆଟା ହେଲା ପରେ ବୋଧେ ତୁମ ମନ ପରିବର୍ତ୍ତନ ହୋଇଯିବ । କିନ୍ତୁ ତୁମ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଲା । ଆଉ ଶେଷରେ ତୁମେ ମୋତେ ମାରିଦେଲ । ମୋତେ ମାରିବା ପୂର୍ବରୁ ମୋ ତିନି ମାସର କଅଁଳ ଛୁଆଟା କଥା ବି ଟିକେ ତୁମେ ଭାବିଲନି ।
ମୁଁ ମଲା ପରେ ଏଡିକି ଟିକେ ଛୁଆ ତା’ ମାଆ ବିନା କେମିତି ବଞ୍ଚିବ ସେତିକି ବି ଭାବିଲନି । ଏବେ ମୋ କଅଁଳ ଛୁଆ ତୁମକୁ ଲାଗିଲା । ମା’ ଛେଉଣ୍ଡ ଛୁଆଟାକୁ ହଇରାଣ କରିବନି । ତା’ର ଯତ୍ନ ନେବ, ଆଉ ମୋ ସହ ଯାହା କରିଛ ମୋ ଛୁଆ ସହ ତା’ କରିବନି । ମୋ ସନ୍ତକ ଭାବି ମୋ ଛୁଆକୁ ଟିକେ ଭଲରେ ରଖିବ । ନହେଲେ ମୋତେ ବହୁତ କଷ୍ଟ ହେବ ।
ଏମିତି କିଛି କଥା ନିଶ୍ଚିତ ଭାବେ ମା’ ଟି ଦୁନିଆ ଛାଡି ଯିବା ଆଗରୁ ତା’ ସ୍ଵାମୀ ଆଗରେ ନେହୁରା ହୋଇ କହିଥିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର ଜରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।