ମୁଁ ହାରିନି ବର୍ଷା, ମୁଁ ନିଶ୍ଚିୟ ଜିତିବି, କୌଣସି ସନ୍ଦେହ ନାହିଁ , ତୁମର ଖରାପ ରାଜନୀତିକୁ ସମସ୍ତ ସାମ୍ନାକୁ ଆଣିବି- Anubhab Mohanty

ମୁଁ ହରାଇ ନାହିଁ ବର୍ଷା। ତମେ ମୋତେ କମଜୋର ଭାବନି । ତୁମକୁ ମୁଁ ନିଶ୍ଚୟ ହରାଇକି ରହିବି ଏଥିରେ ସନ୍ଦେହ ନାହିଁ । ତୁମର ଖରାପ ରାଜନୀତି ସମସ୍ତଙ୍କୁ ସମଙ୍କୁ ଆଣିବି । ଶେଷରେ ସତ୍ୟର ବିଜୟ ହେବ । ତୁମେ ଶସ୍ତା ଓ ଖରାପ ରାଜନୀତି କରି ଆଇନ କୁ ବୋକା ବନାଇପାର ଏଥିରେ ମୋ ଉପରେ କୌଣସି ପ୍ରଭାବ ପଡିବ ନାହିଁ। କାରଣ ମୁଁ ଜାଣିଛି ମୁଁ ସତ ମାର୍ଗ ରେ ରହିଛି । ସବୁ ଅସତ୍ୟ ଅଧର୍ମର ପ୍ରଥମ ରୁ କ୍ଷଣିକ ପାଇଁ ବିଜୟ ହାସଲ ହୋଇଥାଏ ।

ସେଥିପାଇଁ ମଣିଷ ବହୁତ ଖୁସି ହୋଇଯାଏ କିନ୍ତୁ ପରେ ପରାଜୟ ର ସମାନ କରିବାକୁ ପଡିଥାଏ । ଯାହା ତୁମକୁ କରିବାକୁ ପଡିବ । ଆଉ ସେତେବେଳେ ତୁମ ପାଖରେ କିଛି କହିବାକୁ ବା କରିବାକୁ କିଛି ନ ଥିବ । ହଁ ଦର୍ଶକ ବନ୍ଧୁ ବର୍ଷା ପ୍ରିୟଦର୍ଶିନୀ ଙ୍କର ଛାଡପତ୍ର ମାମଲା ଖରଚ ହେବାର ପୋଷ୍ଟ ପରେ ଅନୁଭବ ମହାନ୍ତି ଏମିତି କିଛି ଲେଖି କହିଛନ୍ତି ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ରେ ।

ଦିନକୁ ଦିନ ଅନୁଭବ ଓ ବରଷାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପରିବାର ଅଦାଲତ ରୁ ରାୟ ମିଳିବା ପରେ ଅନୁଭବ ମହାନ୍ତି ଙ୍କୁ ଲାଗିଛି ବଡ ଝଟକା । କାରଣ ସେ ଭାବି ନ ଥିଲେ କି ତାଙ୍କୁ ଏଭଳି କିଛି ରାୟ ମିଳିବ ବୋଲି । ଆଉ ଏବେ ବର୍ଷା ଙ୍କୁ ମୁହେଁ ମୁହେଁ ଶୁଣାଇଛନ୍ତି ଅନୁଭବ । ଅନୁଭବ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ପୋଷ୍ଟ ରେ କହିଛନ୍ତି କି ଛାଡପତ୍ର ଖାରଚ ହେବା ଅସତ୍ୟ ଓ ଅଧର୍ମର ବିଜୟ ହୋଇପାରେ ।

ହେଲେ ସର୍ବ ଶେଷରେ ମୁଁ ଲଢୁଥିବା ସତ୍ୟ ର ବିଜୟ ହେବ । କାରଣ ସତ୍ୟ ଓ ଧର୍ମର ଜୟ ଯୁଗ ଯୁଗରୁ ହୋଇ ଆସୁଛି । ଜୟ ଜଗନ୍ନାଥ” । ଖାଲି ସେତିକି ନୁହେଁ ବରଂ ଅନୁଭବ ତାଙ୍କର ଓ ବର୍ଷାଙ୍କର ଉଭୟଙ୍କ ନାମର ପ୍ରଥମ ଅକ୍ଷର କୁ ନେଇ ଲେଖିଥିଲେ କି ଧୀର ଶସ୍ତା ଓ କଦର୍ଯ୍ୟ ରାଜନୀତି ମନା ନ୍ୟାୟ ଏହା ବହୁତ ମୁର୍ଖାଜନକ ଯେ ଦୁହିଙ୍କ ପକ୍ଷ ରୁ ପ୍ରବଳ ଚାପ ଫଳରେ ଏ ନ୍ୟାୟ ପାଇବାରେ ବଞ୍ଚିତ ହେଲେ ।

କିନ୍ତୁ ଶେଷରେ ସତ୍ୟ ନ୍ୟାୟର ନିଶ୍ଚୟ ବିଜୟ ହେବ । ତେବେ ଛାଡପତ୍ର ଖାରଚ ହେବା ପରେ ଏମିତି କିଛି ଲେଖି ପୋଷ୍ଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ତେବେ ଅନୁଭବ ଆଗକୁ କହିଛନ୍ତି ଯେ ତାଙ୍କ କ୍ଷେତ୍ର ରେ ହୋଇଥିବା ଏହି ରାୟ ହେଉଛି ଏକ ଇତିହାସ ଯାହାକୁ ସ୍ଵର୍ଣ୍ଣୀମ ଅକ୍ଷର ରେ ଲେଖା ହୋଇ ରହିଯିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।