ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କ୍ଯାପଟେନ ପଦ ରୁ ରୋହିତ ଶର୍ମା ଙ୍କୁ ହଟାଇବା ପରେ ଏବେ ଫ୍ୟାନ୍ସ ମାନେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ।

ନମସ୍କାର ବନ୍ଧୁଗଣ । ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ୍ସ କହିଲେ ରୋହିତ ଶର୍ମା । ଆଉ ରୋହିତ ଶର୍ମା କହିଲେ 5 ଥର ର କ୍ଯାପଟେନ କୁ ବୁଝାଏ । କିନ୍ତୁ ଯେବେ ରୋହିତଙ୍କୁ କ୍ଯାପଟେନ ପଦରୁ ହଟାଇ ପାଣ୍ଡିଆଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନେ କରାଗଲା ସେତେବେଳେ ସୋସିଆଲ ମିଡିଆରେ ମୁମ୍ବାଇ ଫ୍ୟାନ୍ସ ମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ମାତ୍ର କିଛି ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ସୋସିଆଲ ସାଇଟ ରୁ ଲକ୍ଷ ଲକ୍ଷ ଫଲୋର୍ଷ ଅନଫାଲୋ କରି ଦେଇଥିବା ଦେଖିବାକୁ ମିଳିଛି ।

ଏମିତିକି ସୋସିଆଲ ମିଡିଆରେ ମୁମ୍ବାଇ ଟିମ ମ୍ୟାନେଜମେଣ୍ଟ ବିରୁଦ୍ଧରେ ନୂଆ ନୂଆ ହାସଟ୍ରାକ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଆଇପିଏଲର ସବୁଠାରୁ ସଫଳ ଟିମ କୁହା ଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ କୁ ଚାମ୍ପିୟାନ କରିଥିବା କ୍ଯାପଟେନ ହେଉଛନ୍ତି ରୋହିତ ଶର୍ମା । 36 ବର୍ଷୀୟ ରୋହିତ 2013 ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଭାର ସମ୍ଭାଳି ଥିଲେ ।

ମାତ୍ର 10ଟି ସଂସ୍କରଣ ରେ ରୋହିତ ଏକମାତ୍ର କ୍ୟାପଟେନ ଭାବେ 5 ଥର ଆଇପିଏଲ ଟାଇଟେଲ ହାତେଇଛନ୍ତି । ମୁମ୍ବାଇ କ୍ୟାପଟେନ ଭାବେ ରୋହିତ 3986 ରନ କରିଥିବା ବେଳେ ଆଇପିଏଲ ଇତିହାସରେ ଚତୁର୍ଥ ସର୍ବାଧିକ ରନ କରିଥିବା ଖେଳାଳି ଭାବେ ପରିଚିତ । ଏ ଯାଏଁ ରୋହିତ ଆଇପିଏଲରେ 6286 ରନ କରିଛନ୍ତି । ହାର୍ଦ୍ଦିକ ପାଣ୍ଡିଆ ଙ୍କୁ ପରିପକ୍ଵ ଖେଳାଳୀ ଭାବେ ଗଢି ତୋଳିବାରେ ରୋହିତଙ୍କର ପ୍ରମୁଖ ଭୂମିକା ରହିଛି ।

କାରଣ ହାର୍ଦ୍ଦିକ ଯେବେ 2015ରେ ଯେବେ ମୁମ୍ବାଇ ଦଳରେ ସାମିଲ ହୋଇଥିଲେ ସେତେବେଳେ ରୋହିତଙ୍କ କ୍ଯାପଟେନସିପ ରେ ଦଳ ଆଗକୁ ଚାମ୍ପିୟନସିପ ପାଇଥିଲା । ବର୍ତ୍ତମାନ ଟିମ ମ୍ୟାନେଜମେଣ୍ଟ ଗୁଜୁରାଟ ଟ୍ରେଡ୍ସ ରୁ ହାର୍ଦ୍ଦିକ ଙ୍କୁ ଆଣି ରୋହିତଙ୍କ ବଦଳରେ ପାଣ୍ଡିଆଙ୍କୁ କ୍ଯାପଟେନ ଭାର ଦେଇଛି । ଯାହାକି ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅସନ୍ତୋଷ ଖେଳାଇ ଦେଇଛି ।

ସୋସିଆଲ ସାଇଟ-X ରେ ସେମ ଅନ ମୁମ୍ବାଇ ରିପ ମୁମ୍ବାଇ ଇଣ୍ଡିଆନ୍ସ ହାସଟ୍ରାକ ଟ୍ରେଣ୍ଡ କରୁଥିବା ବେଳେ ରୋହିତଙ୍କ ସମର୍ଥନରେ ହିଟମ୍ୟାନ ଭଳି ହାସଟ୍ରାକ ଟ୍ରେଣ୍ଡ କରିବାରେ ଲାଗିଛି । ବର୍ଷ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ୍କୁ ସପୋର୍ଟ କରୁଥିବା ଫ୍ୟାନ୍ସ ମାନେ ଏବେ ମୁମ୍ବାଇ ଦଳ ଠାରୁ ମୁହଁ ଫେରାଇବାରେ ଲାଗିଛନ୍ତି । ଏମିତିକି ବଡ ବଡ କ୍ରିକେଟ ବିଶେଷଜ୍ଞ ମାନେ ମଧ୍ୟ ମୁମ୍ବାଇ ଟିମ ମ୍ୟାନେଜମେଣ୍ଟ ଉପରେ ରାଗିଛନ୍ତି ।

2013, 2015, 2017, 2019 ଓ 2020 ରେ ରୋହିତଙ୍କ ଅଧିନାୟକତ୍ଵରେ 5 ଥର ଚାମ୍ପିୟାନ କୁ ମନେ ପକାଇ ଦେଇ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ମୁମ୍ବାଇ ଦଳର ସମର୍ଥକ । 2024 ଆଇପିଏଲ ପୂର୍ବରୁ ଫ୍ରାଞ୍ଚାଇଚ ର ଏଭଳି ନିସ୍ପତି କୁ ଫ୍ୟାନ୍ସ ମାନେ ଗ୍ରହଣ କରିପାରୁ ନାହାନ୍ତି । ଏମିତିକି ସୁଜୟ କୁମାର ଯାଦବ ମଧ୍ୟ ନିଜର ଅଫିସିୟାଲି ଇଂଷ୍ଟାଗ୍ରାମ ରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭଙ୍ଗା ହାର୍ଟ ର ଇମୋଜି ଦେଇ ଟିମ ମ୍ୟାନେଜମେଣ୍ଟ ର ଏଭଳି ନିଷ୍ପତିକୁ ନାପସନ୍ଦ କରିଛନ୍ତି ସୂର୍ଯ୍ୟ କୁମାର । ଆଗାମୀ ଆଇପିଏଲରେ ପାଣ୍ଡିଆଙ୍କ ନେତୃତ୍ବରେ କେମିତି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।