ବର୍ତ୍ତମାନ ଦିଲ୍ଲୀରେ ଗିରଫଦାରୀର ରାଜନୀତି ଚାଲିଥିବା ବେଳେ ଅବକାରୀ ନିଯମରେ ଦୁର୍ନୀତି ଅଭିଯୋଗରେ ବନ୍ଧା ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ । ଆଉ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଭୟ ଲାଗି ରହିଛି । CBI ତାଙ୍କୁ ଘନଘନ ଜେରା କରିଥିବା ବେଳେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି, ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କୌଣସି ମନ୍ତ୍ରୀ ସେମାନଙ୍କୁ ଗିରଫ କରିବାର ନିୟମ କଣ ?
କୋଡ୍ ଅଫ୍ ସିଭିଲ ପ୍ରୋସିଜିଓର ଧାରା 135(A) ଅନୁସାରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାର ସଦସ୍ୟ, ମୁଖ୍ୟମନ୍ତ୍ରୀ, ବିଧାନସଭାର ସଦସ୍ୟଙ୍କୁ ସିଭିଲ ମାମଲାରେ ଗିରଫଦାରୀରୁ ମୁକ୍ତି ମିଳିପାରେ । କିନ୍ତୁ ଅପରାଧିକ ମାମଲାରେ ସେମାନଙ୍କୁ କୌଣସି ଭାବେ ମୁକ୍ତି ମିଳିବା ସମ୍ଭବ ନୁହେଁ । ହେଲେ ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି । ଯଦି ଅପରାଧିକ ମାମଲାରେ ସଂସଦ, ବିଧାନସଭା କିମ୍ବା ବିଧାନ ପରିଷଦର କୌଣସି ସଦସ୍ୟଙ୍କୁ ଗିରଫ କରିବାଠୁ ହୁଏ ତେବେ ଏଥିପାଇଁ ଉଭୟ ଗୃହର ଅଧ୍ୟକ୍ଷଙ୍କ ମଞ୍ଜୁରୀ ନେବା ଜରୁରୀ ।
ଏହି ଧାରାରେ ଏହା ମଧ୍ୟ ରହିଛି କି, ଅଧିବେଶନର 40 ଦିନ ପୂର୍ବରୁ, ଅଧିବେଶନ ସମୟରେ କିମ୍ବା 40 ଦିନ ପର ଯାଏଁ କୌଣସି ସଦସ୍ୟଙ୍କ ଗିରଫ କରା ଯାଇପାରିବ ନାହିଁ କି ସେମାନଙ୍କୁ ହେପାଜତରେ ମଧ୍ୟ ନିଆ ଯାଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ସଂସଦ ଏବଂ ମୁଖ୍ୟମନ୍ତ୍ରୀ ବିଧାନସଭାର ସଦସ୍ୟ ହୋଇଥିବାରୁ ଏମାନଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ ହୋଇଥାଏ ।
କେବଳ ଏତିକି ନୁହେଁ ବରଂ ସଂସଦ ପରିସର କିମ୍ବା ବିଧାନସଭା ପରିସରରୁ କୌଣସି ନେତା, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରା ଯାଇପାରିବ ନାହିଁ । କାରଣ ସେଠାରେ ଅଧ୍ୟକ୍ଷ ବା ସଭାପତିଙ୍କ ଆଦେଶ ବଳବତ୍ତର ରହିଥାଏ । କିନ୍ତୁ ଅପରାଧିକ ମାମଲାରେ ଏମାନଙ୍କୁ ନିର୍ଦ୍ଦିଷ୍ଟ ନିୟମ ଭିତରେ ଗିରଫ କରିବା ପୂର୍ବରୁ ସଂସଦ କିମ୍ବା ବିଧାନସଭାର ଅଧ୍ୟକ୍ଷଙ୍କୁ ସୂଚିତ କରିବାକୁ ପଡିଥାଏ । କିନ୍ତୁ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ ଏଭଳି ଭାବେ ଗିରଫ କରା ଯାଇପାରିବ ନାହିଁ ।
ସମ୍ବିଧାନ ଧାରା 362 ଅନୁସାରେ ଏମାନଙ୍କ ପାଇଁ ଏହି ନିୟମ କୋହଳ କରାଯାଉଛି । ଏହି ଦୁଇ ସର୍ବୋଚ୍ଚ ନାଗରିକଙ୍କୁ ସିଭିଲ ଏବଂ କ୍ରିମିନାଲ ମାମଲାରେ ବାଦ୍ ଦିଆଯାଇଛି । ଏହା କେବଳ ସେମାନେ ପଦରେ ଥିବା ଯାଏଁ ହେଲେ ପଦରୁ ହଟିବା ପରେ ତାଙ୍କୁ ଗିରଫ କରାଯାଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।