ରାଜ୍ୟର ସହରାଞ୍ଚଳ ମାନଙ୍କରେ ଧୀରେ ଧୀରେ ଉନ୍ନତିମୂଳକ କାର୍ଯ୍ୟ ହୋଇ ଚାଲିଥିଲେ ମଧ୍ୟ ଏବେବି ଆମ ରାଜ୍ୟର ଅନେକ ଗ୍ରାମାଞ୍ଚଳ ଅନ୍ଧାରରେ ରହିଛି । ଅନେକ ଗାଁରେ ଆଜିବି ଭଲ ସଡକ ଖଣ୍ଡେ ନାହିଁ, ପାଠ ପଢିବା ପାଇଁ ସଠିକ ବ୍ୟବସ୍ଥା ନାହିଁ, ପ୍ରାଥମିକ ଚିକିତ୍ସାଳୟ ନାହିଁ । ଯାହାଫଳରେ ଗ୍ରାମାଞ୍ଚଳର ଅନେକ ପିଲା ପାଠ ପଢି ପାରୁ ନାହାନ୍ତି ଏବଂ ରୋଗୀ ଲୋକଙ୍କୁ ମଧ୍ୟ ଭଲ ଚିକିତ୍ସା ମିଳିପାରୁ ନାହିଁ ।

ସରକାରଙ୍କ ଅନେକ ଯୋଜନାମାନ ଥାଇ ମଧ୍ୟ ଆଜିବି ବିଶେଷ କରି ରାଜ୍ୟର ଅନେକ ଆଦିବାସୀ ଗ୍ରାମରେ ଅନେକ ଲୋକ ମୂର୍ଖ ଅପାଠୁଆ ହୋଇ ରହି ଯାଉଛନ୍ତି । ଆଉ କେହି କେହି ଠିକ ସମୟରେ ଚିକିତ୍ସା ମଧ୍ୟ ପାଉ ନାହାନ୍ତି । ଯାହାଫଳରେ ସେମାନଙ୍କ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇ ପଡୁଛି । ଏମିତିରେ ଜଣେ ଆଦିବାସୀ ଗାଁର ବୋହୂଙ୍କୁ ଇଂରାଜୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିବାର ଦେଖିବାକୁ ମିଳିଛି ।
ଏହି ଆଦିବାସୀ ବୋହୂ ପୁଙ୍ଗି ହେମ୍ରମ ଇଂରାଜୀ ଭାଷାରେ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଗ୍ରାମବାସୀଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଭଲ ରାସ୍ତା ନଥିବାରୁ ଗାଁର ପିଲାମାନେ ଅନ୍ୟ ଗାଁକୁ ପାଠ ପଢିବାକୁ ଯାଇ ପାରୁ ନାହାନ୍ତି । ବିଶେଷ କରି ବର୍ଷା ଦିନେ ଗାଁରେ ପାଣି ଘେରି ହୋଇ ରହୁଥିବାରୁ ଛୋଟ ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି । ଗାଁରେ କାହାର ଦେହ ଖରାପ ହେଲେ ହଠାତ ହସ୍ପିଟାଲ ନେବା ମଧ୍ୟ ଅସମ୍ଭବ ହୋଇ ପଡୁଛି ।
ବିଶେଷ କରି ଗାଁର ଗର୍ଭବତୀ ମହିଳା ମାନଙ୍କ ଚିକିତ୍ସା ଏବଂ ପ୍ରସବ ପାଇଁ ସମସ୍ଯା ଦେଖାଦେଉଛି । ତେଣୁ ଏହି ଆଦିବାସୀ ବୋହୂ ଜଣକ ତାଙ୍କ ଗାଁ ପାଇଁ ଭଲ ରୋଡ ଏବଂ ଏକ ବ୍ରିଜ ର ବ୍ୟବସ୍ଥା କରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଡିଆ ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ମହିଳା ଜଣକ ଏତେ ଭଲ ଇଂରାଜୀ କହୁଥିବା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ ଗାଁରୁ ଅନ୍ୟ ଗାଁକୁ ଯାତାୟାତ କରିବା ପାଇଁ ଭଲ ରାସ୍ତା କିମ୍ବା ବ୍ରିଜ ନାହିଁ ।

ଯାହାଫଳରେ ବିଶେଷ କରି ବର୍ଷାଦିନେ ତାଙ୍କ ଗାଁକୁ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ଯାହା ଗ୍ରାମବାସୀଙ୍କ ପାଇଁ ଏକ ବଡ ଚିନ୍ତାର ବିଷୟ ସାଜିଛି । ତେଣୁ ଗାଁର ଏବଂ ଗ୍ରାମବାସୀଙ୍କ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଏହି ଆଦିବାସୀ ବୋହୂ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।