ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ଓ ସମ୍ପତି, ତାଙ୍କ ପାଖରେ ଅଛି କେତେ କୋଟି ଟଙ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ନବୀନ ପଟ୍ଟନାୟକ ଏକାଧାରରେ ଜଣେ ଲେଖକ, ରାଜନୈତିକ ବ୍ୟକ୍ତି ଏବଂ ଓଡ଼ିଶାର ୧୪ତମ ମୁଖ୍ୟମନ୍ତ୍ରୀ ଏବଂ ସେ ହେଉଛନ୍ତି ବିଜୁ ଜନତା ଦଳର ସର୍ବୋଚ୍ଚ ନେତା । ତେବେ ଆଜି ଆମେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏମିତି କିଛି ତଥ୍ୟ ଜାଣିବା ଯାହା ଆଗରୁ କେବେ ଆପଣ ଜାଣି ନଥିବେ ! ସୈ କେଉଁଠି ଜନ୍ମ ଗ୍ରହଣ କରିଥିଲେ ? ସେ ରାଜନୀତିକୁ ଆସିବା ପୁର୍ବରୁ କଣ କରୁଥିଲେ ଏବଂ ତାହା ସହିତ ତାଙ୍କ ସମ୍ପତ୍ତି ଓ ଜୀବନର କିଛି ତଥ୍ୟ ? ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ମାସ ୧୬ ତାରିଖରେ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ବାପାଙ୍କୁ ମଧ୍ୟ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ । ଆମ ଓଡ଼ିଶାର ଗୈାରବ ବିଜୁ ପଟ୍ଟନାୟକ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ଏବଂ ମାଆଙ୍କ ନାଁ ଜ୍ଞାନ ପଟ୍ଟନାୟକ । ଆପଣମାନେ ଏହା ଜାଣି ନଥିବେ ଯେ ନବୀନ ପଟ୍ଟନାୟକଙ୍କ ମା ଜ୍ଞାନ ପଟ୍ଟନାୟକ ସେ ଜଣେ ପଞ୍ଜାବୀ ଥିଲେ ।

ନବୀନ ପଟ୍ଟନାୟକ ତାଙ୍କର ପ୍ରାରମ୍ଭିକ ଶିକ୍ଷାର ଆରମ୍ଭ ଡେରାଡୁନର ସ୍କୁଲରୁ କରିଥିଲେ । ତାପର ସେ ଦିଲ୍ଲୀରେ ବିଏ ପାସ୍ କରିଥିଲେ । ନବୀନ ପଟ୍ଟନାୟକ ଜଣେ ଲେଖକ ଥିଲେ ଏବଂ ରାଜନୀତି ଠାରୁ ଦୂରରେ ରହୁଥିଲେ କିନ୍ତୁ ୧୯୯୭ ମସିହାରେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ମୃ-ତ୍ୟୁ ପରେ ତାଙ୍କର ଇଚ୍ଛା ନଥିଲେ ମଧ୍ୟ ସେ ରାଜନୀତିରେ ପାଦ ଦେଇଥିଲେ ଏବଂ ବାପାଙ୍କ ଗୋଟିଏ ବର୍ଷ ମୃ-ତ୍ୟୁ ପରେ ବାପାଙ୍କ ନାମରେ ବିଜୁ ଜନତା ଦଳ ଗଠନ କରିଥିଲେ ।

ତାଙ୍କର ରାଜନୈତିକ କ୍ୟାରିଅର ତାଙ୍କୁ ଲୋକପ୍ରିୟତା ଆଣି ଦେଇଛି । ଏହା ସହିତ ସେ ଓଡ଼ିଶାରେ ୪ଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ଏହାପରେ ସେ ୨୦୨୧ ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଛନ୍ତି । ତେବେ ଆସନ୍ତୁ ଜାଣିବା ନବୀନ ପଟ୍ଟନାୟକଙ୍କ ରାଜନୈତିକ ବିଷୟରେ । ବାପାଙ୍କ ମୃ-ତ୍ୟୁ ପରେ ସେ ଆସ୍କା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ତାପରେ ସେ ବିଜେଡି ଦଳ ପାଇଁ ଲଢିଥିଲେ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।

ନବୀନ ନୀଜର ଦକ୍ଷତା ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବାତ୍ୟା ଫାଇଲିନ ବେଳେ ଲୋକଙ୍କ ଜୀବନ ରକ୍ଷା ନିମନ୍ତେ ୟୁନାଇଟେଡ଼ ନେସନ ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା । ତାଙ୍କୁ ପ୍ରସିଦ୍ଧ ମୁଖ୍ୟ ମନ୍ତ୍ରୀ ଭାବେ ଆଖ୍ୟା ମଧ୍ୟ ମିଳିଛି । ସେ ଅନେକ ଗୁଡ଼ିଏ ବହି ଲେଖିଛନ୍ତି, ସେଥିମଧ୍ୟରୁ ‘ଦ ସେକେଣ୍ଡ’ ଦ ଗାର୍ଡେନ ଅଫ୍ ଲାଇଟ୍, ଏ ଡାଜାୟାର୍ଡ କିଙ୍ଗଡମ, ଏବଂ ଆହୁରି ଅନେକ କିଛି ।

ତାଙ୍କର ବର୍ତ୍ତମାନର ସମ୍ପତ୍ତି ୫୦ କୋଟିରୁ ଉର୍ଦ୍ଧ୍ବ । ମୁଖ୍ୟମନ୍ତ୍ରୀ ତାଲିକା ଅନୁଯାୟୀ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପାଖାପାଖି ୨୫ଲକ୍ଷ ଟଙ୍କା ରହିଛି । ଏହା ସହିତ ତାଙ୍କ ପାଖରେ ୨ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ରହିଛି । ଏହା ସହିତ ଦିଲ୍ଲୀ ଏବଂ ଭୁବନେଶ୍ବରରେ ତାଙ୍କ ଘର ଅଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।