ଆକୃତି ବିଚାର: ଆପଣଙ୍କ ମୁହଁରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ, ଦେଖନ୍ତୁ ଏନେଇ ଶାସ୍ତ୍ରରେ କଣ ଲେଖା ଅଛି

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ରାଶିରେ ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି ତାଙ୍କ ଜୀବନ ବିଷୟରେ ଅନେକ କିଛି ଜାଣି ହୁଏ । ଏଥିରୁ ବ୍ୟକ୍ତିଙ୍କ ଭାଗ୍ୟ, ଭବିଷ୍ୟ ସହ ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ମଧ୍ୟ ଜାଣି ହୁଏ । କିନ୍ତୁ ଆପଣ କଣ ଜାଣିଛନ୍ତି କି ଏହା ବ୍ଯତୀତ ମନୁଷ୍ୟ ଶରୀରର ଗଠନ ଓ ପ୍ରକାରରୁ ମଧ୍ୟ ବ୍ୟକ୍ତିଙ୍କ ଭବିଷ୍ୟ ତଥା ସ୍ଵଭାବ ବିଷୟରେ ଅନେକ କିଛି ଜାଣି ହୋଇଥାଏ । ତେବେ ଆସନ୍ତୁ ଜାଣିବା ବ୍ୟକ୍ତିଙ୍କ ମୁହଁରୁ ଆକୃତିରୁ ତାଙ୍କ ଭାଗ୍ୟ କିପରି ହୋଇଥାଏ ।

ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକରେ ମଣିଷଙ୍କ ଜୀବନ ଶୈଳୀ ନୀତି ନିୟମ ଠାରୁ ଆରମ୍ଭ କରି ସେମାନଙ୍କ ଭାଗ୍ୟ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଯାହା ପ୍ରାଚୀନ କାଳରୁ ଗୁରୁଜନ ମାନଙ୍କ ଦ୍ଵାରା ପ୍ରଚଳିତ ଅଛି । କିନ୍ତୁ ଅନେକ ସମୟରେ ସେସବୁକୁ ଅନ୍ଧ ବିଶ୍ବାସ ଭାବି ଆମେ ଏଡାଇ ଦେଇଥାଉ । ଆଜିର ଆଧୁନିକ ଯୁଗରେ ମଧ୍ୟ ଜ୍ଯୋତିଷ ଦ୍ଵାରା ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ଯା ସମାଧାନ କରାଯାଇ ପାରୁଛି । ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିଙ୍କ ଶରୀରର ଗଠନ ତଥା ମୁହଁର ଆକୃତିକୁ ନେଇ ଅନେକ ବିଷୟ ଉଲ୍ଲେଖ ରହିଛି ।

ଯେଉଁ ବ୍ୟକ୍ତିଙ୍କ ମୁଖ ମଣ୍ଡଳ ସୁନ୍ଦର, କୋମଳ ଓ ଲୋମଶ ହୋଇଥାଏ ସେ ଭାଗ୍ଯବାନ ହୋଇଥାନ୍ତି ବୋଲି କୁହାଯାଏ । ତାଙ୍କୁ ଜୀବନରେ ସବୁ ପ୍ରକାରର ଖୁସି ମିଳିଥାଏ ଓ ସବୁ କାର୍ଯ୍ୟରେ ସେହି ବ୍ୟକ୍ତି ସଫଳ ହୁଅନ୍ତି । କିନ୍ତୁ ଯଦି ବ୍ୟକ୍ତିଙ୍କ ମୁଖ ମଣ୍ଡଳ ଭୀଷଣ ଦେଖା ଯାଉଥାଏ ତେବେ ସେ ଜୀବନରେ ନାନା ପ୍ରକାରର ମାନସିକ ଯନ୍ତ୍ରଣା ଭୋଗ କରିଥାଏ ।

ପୁରୁଷର ମୁଖ ଯଦି ମାଈମୁହାଁ ଦିଶେ ଅର୍ଥାତ ସ୍ତ୍ରୀ ଲୋକଙ୍କ ପରି ହୋଇଥାଏ ତେବେ ସେହି ବ୍ୟକ୍ତି ସନ୍ତାନହୀନ ହେବାର ଆଶଙ୍କା ଅଧିକ ଥାଏ । ଏହାସହ ବଯସର ମଧ୍ୟ ଭାଗରେ କଷ୍ଟ ଭୋଗ କରିବାର ମଧ୍ୟ ସମ୍ଭାବନା ରହିଥାଏ । ଯେଉଁ ବ୍ୟକ୍ତିଙ୍କ ମୁଖ ମଣ୍ଡଳ ଗୋଲାକାର ସେ ଜୀବନରେ ନିଶ୍ଚୟ ଧନୀ ହୁଅନ୍ତି ଏବଂ ଯଦି ବ୍ୟକ୍ତିଙ୍କ ମୁଖ ମଣ୍ଡଳ ଲମ୍ବାକାର ହୋଇଥାଏ ତେବେ ସେହି ବ୍ୟକ୍ତି ଖୁବ ବିଦ୍ଵାନ ହୋଇଥାନ୍ତି, କିନ୍ତୁ ତାଙ୍କୁ ଗରିବୀ ଜୀବନ କାଟିବାକୁ ପଡିଥାଏ ।

ଯଦି ବ୍ୟକ୍ତିଙ୍କ ମୁଖ ପଦ୍ମ ତୁଲ୍ୟ, ସୁଶୀଳ ଓ କାନ୍ତି ଯୁକ୍ତ ହେଲେ ତେବେ ସେହି ବ୍ୟକ୍ତି ସରଳ ମନା ହେବା ସହ ତାଙ୍କ ଠାରେ ଅନେକ ଗୁପ୍ତ ଜ୍ଞାନ ମଧ୍ୟ ଥାଏ । ଯଦି ବ୍ୟକ୍ତିଙ୍କ ଆଙ୍ଗୁଠି ଗୁଡିକର ଟିପ ମାନଙ୍କରେ ଯଦି ଚକ୍ର ଚିହ୍ନ କିମ୍ବା ମୂଳ ଦେଶରେ ତାରକା, ଚତୁଷ୍କୋଣ ବା ତ୍ରିକୋଣ ଚିହ୍ନ ଥିଲେ ସେହି ବ୍ୟକ୍ତି କାର୍ଯ୍ୟ ଦକ୍ଷ ଓ ଚତୁର ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।