ସୂର୍ଯ୍ୟଙ୍କୁ ଏମିତି ଜଳ ଚଢାଉଛନ୍ତି କି ହୋଇଯାନ୍ତୁ ସାବଧାନ ନହେଲେ ହୋଇଯିବେ କାଙ୍ଗାଳ ! ଜାଣନ୍ତୁ ସୂର୍ଯ୍ୟଙ୍କୁ ଜଳ ଚଢାଇବାର ସଠିକ ବିଧି

ନମସ୍କାର ବନ୍ଧୁଗଣ । ହିନ୍ଦୁ ଧର୍ମ ଅନୁସାରେ ମଣିଷ କୁ ନିତ୍ୟ ସୂର୍ଯ୍ୟ ଙ୍କୁ ଜଳ ଦେବା ନିହାତି ଆବଶ୍ୟକ । ସୂର୍ଯ୍ୟ ନାରାୟଣ ଙ୍କୁ ଜଳ ଦେଉଥିବା ବ୍ୟକ୍ତି କୁ ଜୀବନରେ କେବେ ଦରିଦ୍ରତାର ମୁଖ ଦେଖିବାକୁ ପଡି ନଥାଏ । ସୂର୍ଯ୍ୟ ସଂପୂର୍ଣ୍ଣ ସୃଷ୍ଟି କୁ ଆଲୋକ ପ୍ରଦାନ କରିଥାନ୍ତି । ତାହାସହ ସୂର୍ଯ୍ୟ ଙ୍କର ଆଲୋକ ପ୍ରକାଶ ଦ୍ଵାରା ହିଁ ବୃକ୍ଷ ମାନେ ସବୁ ଅନ୍ନ ନିର୍ମାଣ କରିଥାନ୍ତି । ସୂର୍ଯ୍ୟ ସମସ୍ତ ଗ୍ରହ ମାନଙ୍କର ସ୍ଵାମୀ ଅଟନ୍ତି । କେବଳ ସୂର୍ଯ୍ୟ ଙ୍କୁ ହିଁ ପୂଜା ଉପାସନା କରିବା ଦ୍ଵାରା ମଣିଷ ସମସ୍ତ ରୋଗ ରୁ ମୁକ୍ତ ହେବା ସହ ଦୀର୍ଘାୟୁ ହୋଇ ଯାଇଥାଏ ।

ସୂର୍ଯ୍ୟ ଙ୍କର ଉପାସନା କରୁଥିବା ବ୍ୟକ୍ତି ମାନେ ସନ୍ତାନହୀନ ଥିଲେ ଭଗବାନ ସୂର୍ଯ୍ୟ ଙ୍କର ଆଶୀର୍ବାଦ ରୁ ସନ୍ତାନ ପ୍ରାପ୍ତ କରିଥାନ୍ତି । ଧନହୀନ ବ୍ୟକ୍ତି ଧନ ପ୍ରାପ୍ତ କରିଥାନ୍ତି, ରୋଗୀ ରୋଗମୁକ୍ତ ହୋଇ ଯାଇଥାଏ । ତାହାଛଡା ଶରୀରରେ ସୁନ୍ଦରତା ମଧ୍ୟ ବଢିଥାଏ । ଏହାସହ ଦୁର୍ବଳ କୁ ବଳ ଓ ବିଦ୍ୟାହୀନ କୁ ବିଦ୍ୟା ପ୍ରାପ୍ତ ହୋଇଥାଏ ।

ଏଣୁ ସମସ୍ତ ମନୁଷ୍ୟ ଙ୍କୁ ନିଜ ଜୀବନରେ ସୂର୍ଯ୍ୟ ଙ୍କୁ ନିଶ୍ଚୟ ଅର୍ଘ୍ୟ ଦେବା ଉଚିତ । ଏହା ବ୍ଯତୀତ ଯେଉଁ ବ୍ୟକ୍ତି ସୂର୍ଯ୍ୟ ନାରାୟଣ ଙ୍କୁ ପ୍ରତିଦିନ ଜଳ ଅର୍ଘ୍ୟ ଦେଇଥାଏ, ସେହି ବ୍ୟକ୍ତିର ଘରେ ସବୁବେଳେ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ଲାଗି ରହିଥାଏ । କିନ୍ତୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଙ୍କୁ ଜଳ ଦେବା ସମୟରେ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବା ଅତି ଆବଶ୍ୟକ ହୋଇଥାଏ । ନହେଲ ମଣିଷ ସେହି ଭୁଲ ର କାରଣ ରୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ ।

ସୂର୍ଯ୍ୟ ଙ୍କୁ ଜଳ ଦେବା ସମୟରେ ମୁହଁ ସବୁବେଳେ ପୂର୍ବ ଦିଗ ହୋଇ ରହିବା ଆବଶ୍ୟକ । ଏହାସହ ଯେତେବେଳେ ସୂର୍ଯ୍ୟ ଲାଲ ବର୍ଣ୍ଣର ଥା’ନ୍ତି, ସେହି ସମୟରେ ସୂର୍ଯ୍ୟ ଙ୍କୁ ଜଳ ଦେବା ପାଇଁ ଶାସ୍ତ୍ରରେ ସର୍ବୋତ୍ତମ ସମୟ ବୋଲି କୁହାଯାଇଛି । ଏହଛଡା ବନ୍ଧୁଗଣ ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଧ୍ୟାନ ଦେବା ଉଚିତ କି ଯେପରି ଦେଉଥିବା ଜଳ ର ପାଦ ରେ ନ ପଡେ । ଏହି ଜଳ ଯଦି ପାଦ ରେ ଲାଗେ, ତେବେ ଏହାଦ୍ବାରା ଅନେକ ପାପ ଲାଗିଥାଏ । ସବୁବେଳେ ସ୍ନାନ ସାରି ହିଁ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ଉଚିତ । ଶାସ୍ତ୍ରରେ ଅଛି କି ସୂର୍ଯ୍ୟ ଙ୍କର ପ୍ରିୟ ଧାତୁ ହେଉଛି ତମ୍ଭା  ତେଣୁ ସୂର୍ଯ୍ୟ ଙ୍କୁ ସବୁବେଳେ ତମ୍ଭା ପାତ୍ର ରେ ହିଁ ଜଳ ଦେବା ଉଚିତ ।

ସୂର୍ଯ୍ୟ ଙ୍କୁ କେବେ ମଧ୍ୟ ଲୁହା, ଷ୍ଟିଲ କିମ୍ବା କାଠ ଆଦି ପାତ୍ରରେ ଜଳ ଦେବା ଠିକ ହୋଇ ନଥାଏ । ସୂର୍ଯ୍ୟ ଙ୍କୁ ଜଳ ଦେବା ସମୟରେ ଭଗବାନ ସୂର୍ଯ୍ୟ ଙ୍କର ଏହି ମନ୍ତ୍ର ଟି ଉଚ୍ଚାରଣ କରି ଜଳ ଦେବା ସର୍ବୋତ୍ତମ ହୋଇଥାଏ, ଏହପରି ଭଗବାନ ଶ୍ରୀ କୃଷ୍ଣ ସ୍ଵୟଂ କହିଛନ୍ତି । ମନ୍ତ୍ର ଟି ହେଉଛି, ” ଓଁ ଖଖୋଲ୍କାୟ ନମଃ ” । ସୂର୍ଯ୍ୟ ଙ୍କୁ ଦେଉଥିବା ଜଳରେ ସିନ୍ଦୁର, ହଳଦୀ ଚାଉଳ, ରାସୀ, ଗୁଡ, ଗଙ୍ଗା ଜଳ, ରକ୍ତ ଚନ୍ଦନ, ତୁଳସୀ ପତ୍ର, ଦୁବ ଘାସ ଓ ଲାଲ କିମ୍ବା ହଳଦିଆ ରଙ୍ଗର ପୁଷ୍ପ ଦେଇ ଜଳ ଦେବା ଦ୍ଵାରା ଘରେ ସୁଖ ଶାନ୍ତି ସ୍ଥାୟୀ ରୂପରେ ରହିବାକୁ ଲାଗେ ଓ ଜୀବନ ସୁନ୍ଦର ରୁ ଅତି ସୁନ୍ଦରମୟ ହୋଇଯାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ