ଯେତେବେଳେ ଘରର କେହି ବାହାରେ ରହି କାମ କରିଥାଏ ତେବେ ସେହି ସମୟରେ ଘର ଲୋକମାନଙ୍କ ମନ କେମିତି ଥାଏ ଏହା କେବଳ ସେମାନେ ହିଁ ଜାଣିଛନ୍ତି ଯେଉଁମାନଙ୍କ ସହ ଏହିଭଳି କିଛି ହୋଇଥାଏ । ବିଶେଷ କରି ମା ର ମନ । ଯେତେବେଳେ ତାର ପୁଅ ବାହାରେ ରହି କାମ କରୁଥାଏ ତେବେ ମା ର ମନରେ କେବଳ ପୁଅକୁ ନେଇ ଚିନ୍ତା ଲାଗି ରହିଥାଏ । ଆଜିକାଲି ସମୟରେ ପ୍ରାୟତଃ ଘରର କୌଣସି ନା କୌଣସି ବ୍ୟକ୍ତି ବାହାରେ ରହି କାମ କରୁଛନ୍ତି ।
ଯେତେବେଳେ ସେମାନେ ଘରକୁ ଫେରନ୍ତି ତେବେ ଖୁସିର କୌଣସି ଠିକଣା ନ ଥାଏ । ଯେତେବେଳେ ପୁଅ ଘରକୁ ଫେରିଥାଏ ତେବେ ସେହି ସମୟରେ ମା ଖୁସିରେ କାନ୍ଦି ମଧ୍ୟ ପକାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ବିଷୟରେ କହିବୁ ସେଥିରେ ବି କିଛି ଏହିଭଳି ଘଟିଛି ।
କିନ୍ତୁ ଆପଣ ତାକୁ ଦେଖିଲେ ହସିବେ ନା କଣ କରିବେ ଆପଣ ଚିନ୍ତାରେ ପଡିଯିବେ । କହିବାକୁ ଗଲେ ଏହି ଭିଡିଓରେ ଜଣେ ପୁଅ ନିଜ ମା ଏୟାରପୋର୍ଟରୁ ଆଣିବାକୁ ଯାଇ ଥିଲା । ବହୁ ଦିନ ପରେ ମା କୁ ଦେଖିବ ବୋଲି ପୁଅ ମା ପାଇଁ ଗୋଟିଏ ଫୁଲ ତୋଡା ଓ ଗୋଟିଏ ପେପର ବୋର୍ଟ ‘we missed you’ ଲେଖି ଥିଲା । ଯେତେବେଳେ ପୁଅ ଦେଖିଲା କି ମା ଏୟାରପୋର୍ଟ ଗେଟରୁ ବାହାରକୁ ଆସୁଛ ତେବେ ସେ ଖୁସି ଖୁସିରେ ଫୁଲ ତୋଡା ଓ ମିସ ୟୁଉ ମ୍ୟାସେଜ ଲେଖିଥିବା ପେପର ବୋର୍ଡକୁ ମା ପାଖକୁ ନେଇ ଯାଉଛି ।
ଏହି ସମୟରେ ତାର ଜଣେ ବନ୍ଧୁ ଏହି ଖୁସିର ସମୟକୁ ମୋବାଇଲରେ ଶୁଟିଙ୍ଗ କରୁଛି । କିନ୍ତୁ ଏହି ସମୟରେ ଅଚାନକ କିଛି ଅଜବ ଜିନିଷ ଦେଖିବାକୁ ମିଳିଲା । କହିବାକୁ ଗଲେ ଯେମିତି ହିଁ ପୁଅ ମା କୁ ପାଖକୁ ପହଞ୍ଚି ତେବେ ମା ଫୁଲ ତୋଡା ନ ନେଇ କିମ୍ବା ପୁଅକୁ ଆଲିଙ୍ଗନ ନ କରି ନିଜର ଚପଲ ଖୋଲି ପୁଅକୁ ମାରିବା ଆରମ୍ଭ କରି ଦେଲା । ପୁଅ ଫୁଲ ତୋଡା ଫୋପାଡି ଦୌଡିବାକୁ ଲାଗିଲା । ଏହି ପୁରା ଦୃଶ୍ୟକୁ ଦେଖିଲେ ହସ ଲାଗୁଛି । କହିବାକୁ ଗଲେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଲକ୍ଷ ଲୋକମାନେ ଦେଖିସାରିଛନ୍ତି ।
ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକମାନେ କହୁଛନ୍ତି ଏହା ମା ର ଭାରତୀୟ ରୂପ । କହିବାକୁ ଗଲେ ଏହି ଦୁନିଆରେ ମାର ମମତା ସବୁଠୁ ଭିନ୍ନ ହୋଇଥାଏ । ସେଥିପାଇଁ ବିମାନ ବନ୍ଦରରୁ ନିଜ ମା କୁ ରିସିଭ କରିବା ପାଇଁ ଆସିଥିବା ଯୁବକ ଜଣକ ଚପଲରେ ମାଡ ଖାଇଛନ୍ତି । କହିଦେଉଛୁ କି ଭାରତରେ ଘରେ ଘରେ ମା ମାନେ ନିଜର ପିଲାମାନଙ୍କୁ ଏହିଭଳି କିଛି ଶାସନ କରିଥାନ୍ତି । କିଛି ୟୁଜରଙ୍କ କହିବା ଅଟେ କି ଏହି ମାରିବା ପଛରେ ମା ର ସ୍ନେହ ଅଛି ।