ମୋତେ ଜନ୍ମ ଦେଇ ସମସ୍ତେ ଚାଲିଗଲେ, ମୁଁ ଏକୁଟିଆ କେମିତି ବଞ୍ଚିବି : Nandini

ବାପା, ମା, ଜେଜେ, ଜେଜେମା, ଅଜା ସମସ୍ତେ ଏ ଦୁନିଆ ଛାଡି ଚାଲିଗଲେ । ସମସ୍ତେ ମୋତେ ଏକା କରି ଚାଲିଗଲେ । ଏବେ ମୁଁ ବଞ୍ଚିବୀ କେମିତି ? କାହିଁଙ୍କି ପରିବାରର ସମସ୍ତେ ଏକା କରି ଝିଅ କୁ ଚାଲିଗଲେ । ଏବେ ଖାଲି ପାଖରେ ଅଛି ବୁଢୀ ଆଇ । ବୁଢୀ ଆଇ ବା କଣ କରିପାରିବ ? କୁନି ଝିଅ ଟି ବାହୁନି ବାହୁନି କାନ୍ଦୁଛି । ହଁ ବନ୍ଧୁଗଣ ଝିଅର ନାଁ ହେଉଛି ନନ୍ଦିନୀ ଖର । ବୟସ ମାତ୍ର 9 ବର୍ଷ ।

ଯେତେବେଳେ ନନ୍ଦିଙ୍କୁ 3 ବର୍ଷ ହୋଇଥିଲା ବାପା, ମା ଆରପାରିକୁ ଚାଲିଗଲେ । ଆଉ ତା ପରେ ଜେଜେବାପା, ଜେଜେ ମା ଆଉ ଶେଷରେ ଆଇ ଘରେ ଆସି ରହିଲେ । ଆଉ ଅଜା ବି ଚାଲିଗଲେ । ଏବେ ଖାଲି ବୁଢୀ ଆଈ ଟି ପାଖରେ ଅଛି । ଆଶ୍ଚର୍ଯ୍ୟ କଥା ଭଗବାନ ଏ କି ଖେଳ ଖେଳୁଛନ୍ତି । କୁନି ଝିଅ ଟି କାହାର କଣ କରିଥିଲା ତା ଭାଗ୍ୟରେ ଏତେ ଦୁଃଖ କଷ୍ଟ କାହିଁକି ଦେଉଛନ୍ତି ଭଗବାନ ?

ସବୁବେଳେ ଶୋଇବା ବେଳେ ଆଈ କୁ ପଚାରୁଛି ନନ୍ଦିନୀ ସମସ୍ତେ ମୋତେ କାହିଁକି ଛାଡି ଚାଲିଗଲେ । ଆଉ ବୁଝାଉଛି ସତ କିନ୍ତୁ ତାଙ୍କ ଅଣ୍ଟା ରେ ଆଉ ବଳ ନାହିଁ ପରିଶ୍ରମ କରି ଚକଲେଟ ଟି କିଣି ଆଣିବ ନାତୁଣୀ ପାଇଁ । କି ଦୁଇ ମୁଠା ରୋଷେଇ କରି ଖାଇବାକୁ ଦେଇପାରିବ ନାତୁଣୀ କୁ । ଏତେ କମ ବୟସରେ ସବୁ ବୁଝି ନନ୍ଦିନୀ ନିଜେ ହାତରେ ରୋଷେଇ କରୁଛନ୍ତି ଆଉ ଆଈ ର ମଧ୍ୟ ଯତ୍ନ ନେଉଛନ୍ତି ।

ବୟସ ମାତ୍ର 9 ବର୍ଷ ହେଲେ 90 ବର୍ଷର କଷ୍ଟ କୁ ଅନୁଭବ କରୁଛି ନନ୍ଦିନୀ । କୋରାପୁଟ ଜିଲା ବନ୍ଧ ଗାଁ ବ୍ଲକର ତୁରୁକୋପଟା ଗାଁ ର କୁନି ଝିଅ ହେଉଛନ୍ତି ନନ୍ଦିନୀ ଖରା । ଯାହାଙ୍କ ଭାଗ୍ଯର ଏମିତି ସବୁ ଲେଖା ଥିବ କେହି କେବେ ଭାବି ନ ଥିଲେ । ଗତ 4 ଦିନ ତଳେ ତାଙ୍କ ଜେଜେଙ୍କ ମୃତ୍ୟୁ ହୋଇଛି । ଆଉ କାନ୍ଧ ଦେବାକୁ କେହି ବି ନ ଥିଲେ ।

ଅନାଥ ନାତୁଣୀ ଯାଇ ଜେଜେଙ୍କ ମୁହଁ ରେ ମୁଖାଗ୍ନି ଦେଇଥିଲା । ଆଉ ତା ପୂର୍ବରୁ ତ ବାପା, ମା, ଜେଜେମା, ଅଜା ଚାଲି ଯାଇଛନ୍ତି । ବାପା ମା ଯିବା ପରେ ଜେଜେ ବାପା, ମା ଙ୍କ ପାଖରେ ରହୁଥିଲେ ନନ୍ଦିନୀ । କିନ୍ତୁ ଯେବେ ଜେଜେ ବାପା, ମା ଚାଲିଗଲେ ଆଈ ପାଖକୁ ଆସିଥିଲେ ନନ୍ଦିନୀ । ବୁଢୀ ଆଈ ଟି ନାତୁଣୀ ର ଲୁହ ପୋଛି ନିଜ ଲୁହାକୁ ପିଇ ଯାଉଛି ।

ଆଗକୁ ନନ୍ଦିନୀ ଙ୍କର କଣ ହେବ ତାହା ଭାବି ଭାବି ଚିନ୍ତାରେ ପଡି ଯାଇଛି ଆଈ ଆଉ କହୁଛନ୍ତି ଏ କୁନି ଝିଅ କୁ କେହି ଟିକେ ସାହାର୍ଯ୍ୟ କର । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।