କଟକରେ ଦେଖିବାକୁ ମିଳିଛି ଆଉ ଜଣେ ବୋହୂ ଶ୍ଵଶୁର ଘର ବାହାରେ ନିଜ ପୁଅକୁ ଧରି ରାତି କାଟିବାର ଦୃଶ୍ୟ । ବୋହୂ ଓ ନାତି ଘର ବାହାରେ ଥିବା ସିଡିରେ ଅପେକ୍ଷା କରି ରହିଥିଲେ ମଧ୍ୟ ଶାଶୁ ଭିତରେ ଥାଇ କବାଟ ଖୋଲୁ ନାହାନ୍ତି । ଓଲଟା ସେ ସାହାଯ୍ୟ ପାଇଁ ପୋଲିସକୁ ଫୋନ କରିବା ପରେ ମହିଳା ପୋଲିସ ଆସି ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଛି । ବୋହୂ ସୀମା ଓ ପୁଅ ଘର ବାହାରେ ରାତି ବିତାଇବା ପରେ ଶାଶୁ ପୋଲିସକୁ ସାହାଯ୍ୟ କରିବା ପାଇଁ ଫୋନ କରିଥିଲେ ।
ଆଉ ପୋଲିସ ଆସି ଯେତେବେଳେ କବାଟ ବାଡେଇ ଥିଲେ ସେତେବେଳେ ଶାଶୁଜଣକ ବୋହୂକୁ ଘରେ ନ ପୁରେଇବାକୁ କହିଥିଲେ । ଏହାସହ ସେ ତାଙ୍କୁ କବାଟ ଖୋଲିବା ପାଇଁ ଡର ଲାଗୁଥିବା କଥା ସେ ପୋଲିସକୁ କହିଥିଲେ । ତାଙ୍କ କହିବା ଅନୁଯାୟୀ, ସୀମା ତାଙ୍କୁ ଟର୍ଚର କରୁଥିଲେ ତେଣୁ ସେ ତାଙ୍କୁ ଘରେ ପୁରେଇବାକୁ ଚାହୁଁ ନାହାନ୍ତି । ମହିଳା ପୋଲିସ ଜଣକ କବାଟ ଖୋଲିବାକୁ କହିବା ସହ ବୋହୂ କେବେ ଠାରୁ ବାହାରେ ବସିଛନ୍ତି ବୋଲି ପଚାରିଥିଲେ ।
ଦୁଇଦିନ ହେବ ସୀମା ନିଜ ପୁଅକୁ ଧରି ଶ୍ଵଶୁର ଘର ବାହାରେ ରହିଥିବା ବେଳେ ଶାଶୁ କବାଟ ଖୋଲୁ ନାହାନ୍ତି ବୋଲି କହିଥିଲେ ବୋହୂ । ତେବେ ରାତିରେ ଘର ବାହାରେ ଥିବା ହୋଟେଲକୁ ଖାଦ୍ୟ ଆଣି ସୀମା ଖାଇଥିବା କଥା ପୋଲିସ ପଚାରିବା ପରେ କହିଥିଲେ । ତେବେ ସୀମାଙ୍କ ସ୍ଵାମୀ ଭୁବନେଶ୍ବରରେ କାମ କରୁଥିବା ବେଳେ ତାଙ୍କର ଆକ୍ସିଡେଣ୍ଟ ହୋଇଥିବାରୁ ସେ ହସ୍ପିଟାଲରେ ଅଛନ୍ତି ବୋଲି ଶାଶୁ ସୂଚନା ଦେଇଥିଲେ ।
ସୀମାଙ୍କ ଠାରୁ ଫୋନ ନମ୍ବର ନେଇ ମହିଳା ପୋଲିସ ଜଣକ ସୀମାଙ୍କ ସ୍ଵାମୀଙ୍କୁ ଫୋନ କରିବା ସହ ତୁରନ୍ତ ଥାନାରେ ଆସି ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୀମାଙ୍କ କହିବା ଅନୁଯାୟୀ ସେ ୨୦୦୯ରୁ ବିବାହ କରିଥିବା ବେଳେ ୨୦୨୧ରେ କିଛିଦିନ ପାଇଁ ନିଜ ବାପଘରକୁ ଯାଇଥିଲେ । କିନ୍ତୁ ସେଠାରୁ ଫେରିବା ପରେ ଶ୍ଵଶୁର ଘରଲୋକେ ତାଙ୍କୁ ଆଉ ଘରେ ପୁରେଇ ନଥିଲେ । ତାଙ୍କ ବାପାମା’ ଆସିଲେ ମଧ୍ୟ ସେମାନଙ୍କୁ ଅପମାନ ଦେଇ ପଠେଇ ଦେଇଥିଲେ ।
ଡିଭୋର୍ସ ମଧ୍ୟ ଫାଇଲ କରିଥିଲେ ସ୍ଵାମୀ । ହେଲେ କାଉନଶେଲିଂ ବେଳେ ମଧ୍ୟ ସେ କୋର୍ଟ ଆସୁ ନାହାନ୍ତି । ତେଣୁ ସୀମା ବାଧ୍ୟ ହୋଇ ଶ୍ଵଶୁର ଘର ବାହାରେ ଥିବା ସିଡିରେ ନିଜ ପୁଅକୁ ଧରି ରହିଛନ୍ତି । ତେବେ ଦେଖାଯାଉ ସୀମାଙ୍କ ମାମଲା ଆଗକୁ କେଉଁ ମୋଡ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।