ମୋବାଇଲକୁ ଆସୁଛି କି ଏହି ରହସ୍ୟମୟୀ ଯୁବତୀଙ୍କ ଭିଡିଓ କଲ୍ ? ସାବଧାନ ହୋଇଯାନ୍ତୁ ! ଦେଖନ୍ତୁ ଏହି ଯୁବତୀଙ୍କ କାରନାମା, ଦେଖନ୍ତୁ video

ଆପଣଙ୍କ ଫୋନରେ ଅଜଣା ନମ୍ବରୁ କୌଣସି ଯୁବତୀଙ୍କ କଲ୍ କିମ୍ବା ଭିଡିଓ କଲ୍ ଆସୁଛି କି ? ଯଦି ଏଭଳି କଲ୍ ଆସୁଛି ତେବେ ସାବଧାନ ହୋଇଯାନ୍ତୁ, ନଚେତ ଆପଣ ବ୍ଳାକମେଲର ଶିକାର ହୋଇପାରନ୍ତି । କାରଣ ଏବେ ରହସ୍ୟମୟୀ ସୁନ୍ଦରୀ ଯୁବତୀଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରୁଛି ସାଇବର ଲୁଟେରାମାନେ । ସେହି ସୁନ୍ଦରୀ ଯୁବତୀମାନେ ଭିଡିଓ କଲ୍ କରୁଛନ୍ତି ଓ କେହି ରିସିଭ କରିବା ପରେ ଏହାର ଭିଡିଓ ଶୁଟ୍ କରୁଛନ୍ତି ଏବଂ ସ୍କ୍ରିନସଟ୍ ମଧ୍ୟ ନେଉଛନ୍ତି ।

ଆଉ ପରେ ଏହାକୁ ଭାଇରାଲ କରିଦେବା ଭୟରେ ବ୍ଳାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେବାକୁ ଉଦ୍ୟମ କରୁଛନ୍ତି । ହେଲେ ଏହି ଯୁବତୀ ସବୁ କିଏ ଏବଂ ଏମାନେ କେଉଁଠୁ ଅପରେଟ କରନ୍ତି ତାହା କେହି ବି ଜାଣି ପାରନ୍ତିନି । ଏହି ଯୁବତୀ ମାନଙ୍କୁ ନେଇ କୌଣସି ତଥ୍ୟ ପୀଡିତଙ୍କ ହାତରେ ଲାଗି ପାରେନି । ହେଲେ ଏବେ ଏନେଇ ଜଣେ ଯୁବତୀଙ୍କ ଚେହେରା ସାମ୍ନାକୁ ଆସିଛି । ଏହି ମାମଲାରେ ସେହି ରହସ୍ୟମୟୀ ଯୁବତୀଙ୍କ ମୁହଁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ।

ଏହି ସୁନ୍ଦରୀ ଯୁବତୀ ଜଣକ ଅଚାନକ ଜଣେ ବ୍ୟକ୍ତିଙ୍କ ଫୋନକୁ ଭିଡିଓ କଲ୍ କରିଥିଲେ ଓ ତାଙ୍କୁ ଗାଧୁଆଘରକୁ ଟିକେ ଆସିବା ପାଇଁ କହିଥିଲେ । ଆଉ ତା’ପରେ ଯୁବତୀଜଣକ ଯାହା କରିଥିଲେ ତାହା ଦେଖି ବ୍ୟକ୍ତିଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଭିଡିଓ କଲ୍ ରେ ଥାଇ ଉଲଗ୍ନ ହୋଇ ଯାଇଥିଲେ ସମ୍ପୃକ୍ତ ଯୁବତୀ ଓ ସେହି ବ୍ୟକ୍ତିଙ୍କୁ ମଧ୍ୟ ଉଲଗ୍ନ ହେବାକୁ କହିଥିଲେ ।

ଏସବୁ ଭିତରେ ଅତି ଚତୁରତାର ସହ ଭିଡିଓ ଏବଂ ସ୍କ୍ରିନସଟ୍ ନେଇ ଯାଇଥିଲେ ସେହି ଯୁବତୀ । ତା’ପରେ ଉକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ବୁଦ୍ଧି ଓ ସାହାସ ବଳରେ ସେହି ବ୍ୟକ୍ତିଜଣକ ବର୍ତ୍ତି ଯାଇଥିଲେ । ଏହି ଯୁବତୀ ଏହିଭଳି ଭାବେ ଅନେକ ଲୋକଙ୍କ ମୋବାଇଲକୁ ଏଭଳି ଭିଡିଓ କଲ୍ କରି ନିଜେ ଉଲଗ୍ନ ହେବାସହ ତାଙ୍କୁ ମଧ୍ୟ ଉଲଗ୍ନ ହେବାକୁ କହୁଥିବେ । ପ୍ରଥମେ ମେସେଜ କରି ଚାଟିଂ କରିବେ ଆଉ ତା’ପରେ ଆପଣଙ୍କ ପାଖକୁ ଭିଡିଓ କଲ୍ ଆସିଯିବ ।

ଆଉ ଆପଣ ଯଦି ଏହି ଭିଡିଓ କଲ୍ ରିସିଭ କରିନେବେ ତେବେ ଯୁବତୀଙ୍କ ମାୟାଜାଲରେ ଫସିବାର ସମ୍ଭାବନା ରହିଛି । ତେଣୁ ଏଭଳି ଯୁବତୀଙ୍କ କଲ୍ ଓ ମେସେଜ ଠାରୁ ଦୂରେଇ ରୁହନ୍ତୁ । ନହେଲେ ଆପଣ ମଧ୍ୟ ବ୍ଲାକମେଲର ଶିକାର ହୋଇପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।