“ମୋ ମା’ Varsha ଙ୍କ ଜନ୍ମଦିନ ପାଇଁ କେକ୍ ବନେଇଥିଲେ, ସେ କେକ୍ କାଟିଲେ ଆଉ ତା’ପରେ ଯାଇ କେସ୍ କଲେ” – Anubhav Mohanty

ଓଲିଉଡ ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ କଳହ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦରେ ଆଜି ଯାଏଁ ମଧ୍ୟ ପୂର୍ଣ୍ଣଚ୍ଛେଦ ଲାଗି ପାରିନାହିଁ । କୋର୍ଟରେ ବର୍ଷା ଓ ଅନୁଭବଙ୍କ ମାମଲା ଚାଲିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ପୋଷ୍ଟ ମାଧ୍ୟମରେ ଦୁହେଁ ପରସ୍ପରକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳେ ।

ଏହି ଷ୍ଟାର ଦମ୍ପତ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତା ଓ ଅଭିନେତ୍ରୀ ଅଟନ୍ତି । ଏକା ସାଥିରେ ସେମାନେ ଅନେକ ହିଟ୍ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏକାଠି ଫିଲ୍ମ କରୁ କରୁ ସେମାନେ ପରସ୍ପର ପ୍ରେମରେ ପଡି ଯାଇଥିଲେ । ୬ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ସେମାନେ ୨୦୧୪ ଫେବୃୟାରୀରେ ବିବାହ କରିଥିଲେ ।

ସେମାନଙ୍କ ଭିତରେ ସବୁ ଠିକ ଥିବା ବେଳେ ହଠାତ ୨୦୨୦ ଅଗଷ୍ଟମାସରେ ଉଭୟଙ୍କ ପାରିବାରିକ ବିବାଦ ସାମ୍ନାକୁ ଆସିଥିଲା । ଏହା ପରଠାରୁ ଚର୍ଚ୍ଚାର ବିଷୟ ସାଜିଛି ବର୍ଷା ଓ ଅନୁଭବଙ୍କ ବିବାଦ । ନିକଟରେ ସାଂସଦ ଅନୁଭବ ମହାନ୍ତି ଏକ ଭିଡିଓ ଜାରି କରି ବର୍ଷାଙ୍କ ସହ ତାଙ୍କ ବିବାଦର କାରଣ ସବୁ ଗୋଟି ଗୋଟି କରି ଜନ ସାଧାରଣଙ୍କୁ ଜଣାଇଛନ୍ତି ।

ସେ ବର୍ଷାଙ୍କୁ ଭଲ ପାଇ ତାଙ୍କ ଜୀବନର ସବୁଠୁ ବଡ ଭୁଲ କରିଛନ୍ତି ବୋଲି କହିବା ସହ ଦୀର୍ଘ ୮ ବର୍ଷ ଧରି ବିବାହ କରିଥିଲେ ମଧ୍ୟ ବର୍ଷା ତାଙ୍କୁ ସ୍ବାମୀର ଅଧିକାର ଦେଇ ନାହାନ୍ତି । ସେଥିପାଇଁ ଅନୁଭବ ବାଧ୍ୟ ହୋଇ ବର୍ଷାଙ୍କ ଠାରୁ ଛାଡପତ୍ର ନେବା ପାଇଁ ଆବେଦନ କରିଥିଲେ ବୋଲି ନିଜ ଭିଡିଓରେ କହିଛନ୍ତି । ତେବେ ବର୍ଷା ତାଙ୍କ ପରିବାର ନାଁ’ରେ ଘରୋଇ ହିଂସାର ମିଛ ଅଭିଯୋଗ ଆଣିଛନ୍ତି ବୋଲି ଅନୁଭବ କହିଛନ୍ତି ।

ସେ କହିଛନ୍ତି କି ୭ ଅଗଷ୍ଟ ୨୦୨୦ ବର୍ଷାଙ୍କ ଜନ୍ମଦିନ ଥିଲା । ସେତେବେଳେ ବର୍ଷା ଗୋଟିଏ ଘରେ ଆମ ସହ ରହୁଥିଲେ ମଧ୍ୟ କାହା ସହ କଥା ହେଉ ନଥିଲେ, ଏକ ପ୍ରକାର ଅଲଗା ହୋଇ ରହୁଥିଲେ । କିନ୍ତୁ ଯେହେତୁ ଗୋଟିଏ ଛାତ ତଳେ ରହୁଛନ୍ତି ସେଥିପାଇଁ ଅନୁଭବଙ୍କ ମାଆ ତାଙ୍କ ଜନ୍ମଦିନ ପାଇଁ କେକ୍ ବନେଇ ଥିଲେ । ବର୍ଷା ସେଦିନ ରାତି ୧୨ଟାରେ କେକ୍ ମଧ୍ୟ କାଟିଥିଲେ ।

କିନ୍ତୁ ତା’ ପରଦିନ ଅର୍ଥାତ ୮ ଅଗଷ୍ଟ ୨୦୨୦ ଦିନ ଥାନାରେ ଯାଇ ତାଙ୍କ ପରିବାର ନାଁ’ରେ ଘରୋଇ ହିଂସାର ଅଭିଯୋଗ କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ବିଚାରାଧୀନ ଅବସ୍ଥାରେ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।