“ମୋ ଝିଅର ଯତ୍ନ ନେବ…” ପତ୍ନୀଙ୍କୁ ପାଇଲଟ ତାଙ୍କ ଶେଷ ଫୋନ୍ କଲ୍ ରେ ଯାହା କହିଲେ ଶୁଣିଲେ ଆପଣ ବି କାନ୍ଦି ପକାଇବେ…

ସ୍ତ୍ରୀଙ୍କ ପାଖକୁ ଶେଷ ଫୋନ୍ କଲ୍ କରିଥିଲେ କ୍ଯାପଟେନ । ସ୍ତ୍ରୀ’ଙ୍କୁ କହିଥିଲେ ଝିଅର ଯତ୍ନ ନେବ । ଗତ ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ହେଲିକପ୍ଟର କ୍ରାଶରେ ପାଇଲଟ ଅନିଲ ସିଂଙ୍କ ସହ ୭ ଜଣ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଖରାପ ପାଗ ଯୋଗୁଁ ଘଟିଥିବା ଏହି ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ଚାରିଆଡେ ପଡିଥିବା ହେଲିକପ୍ଟରର ଖଣ୍ଡ ବିଖଣ୍ଡିତ ଅଂଶ ସମସ୍ତଙ୍କୁ ବେଶ ଭୟଭୀତ କରିଛି । ତେବେ ଜୀବନର ଶେଷ ଉଡାଣ ଭରିବା ପୂର୍ବରୁ ପାଇଲଟ ଅନିଲ ସିଂଙ୍କ ଶେଷ କଥାବାର୍ତ୍ତା ଏବେ ସାମ୍ନାକୁ ଆସିଛି ।

ଉତ୍ତରାଖଣ୍ଡ ହେଲିକପ୍ଟର କ୍ରାଶ ପୂର୍ବରୁ ପାଇଲଟ ଅନିଲ ସିଂ ନିଜ ସ୍ତ୍ରୀଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ । ଯେଉଁଥିରେ ତାଙ୍କ ଝିଅ ଅସୁସ୍ଥ ଥିବା ସେ ଜାଣିଥିଲେ । ତେଣୁ ପତ୍ନୀଙ୍କୁ ଝିଅର ଯତ୍ନ ନେବାକୁ କହି ଫୋନ୍ ରଖି ଦେଇଥିଲେ କ୍ଯାପଟେନ । ଯାହାକି ତାଙ୍କ ଜୀବନର ଶେଷ କଲ୍ ହୋଇଛି । ମଙ୍ଗଳବାର ତୀର୍ଥଯାତ୍ରୀ ନେଇ ଯାଉଥିବା ଏକ ହେଲିକପ୍ଟର ଉତ୍ତରାଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣାରେ ପାଇଲଟ ଅନିଲ ସିଂଙ୍କ ସହ ସମସ୍ତ ଯାତ୍ରୀ ଆଖି ବୁଜି ଦେଇଥିଲେ । ହେଲିକପ୍ଟରଟି ଯାତ୍ରୀଙ୍କୁ ନେଇ କେଦାରନାଥ ମନ୍ଦିରରୁ ଗୁପ୍ତକାଶୀ ଯାଉଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ଆଉ ଏଥିରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି । ୫୭ ବର୍ଷୀୟ ଅନିଲ ସିଂ ଦୀର୍ଘଦିନ ଧରି ସ୍ତ୍ରୀ ସିରିନ ଅନିନ୍ଦିତା ଓ ଝିଅ ଫିଓଜା ସିଂଙ୍କ ସହ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ରହୁଥିଲେ ।

ତାଙ୍କ ପତ୍ନୀ ଜଣେ ଫିଲ୍ମ ଲେଖିକା ହୋଇଥିବା ବେଳେ କିଛିଦିନ ଧରି ଝିଅର ସ୍ୱାସ୍ଥ୍ୟ ଭଲ ନଥିଲା । ଶେଷଥର ପାଇଁ ପତ୍ନୀଙ୍କ ସହ କଥା ହେବାବେଳେ କ୍ଯାପଟେନ ଅନିଲ ସିଂ ଝିଅର ଦେହ ଠିକ ଅଛି କି ନାହିଁ ପଚାରି ବୁଝିଥିଲେ । ଅନିଲ ସିଂଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ ହେବ ଏବଂ ଏଥିପାଇଁ ତାଙ୍କ ପତ୍ନୀ ଓ ଝିଅ ମୁମ୍ବାଇରୁ ଦିଲ୍ଲୀ ଆସିବେ । ତେବେ ଅନିଲ ସିଂଙ୍କ ଏଭଳି ଅଚାନକ ଦେହାନ୍ତ ଓ ଦୁର୍ଘଟଣା ନେଇ ତାଙ୍କ ପତ୍ନୀ କୌଣସି ଅଭଯୋଗ ଉଠାଇ ନାହାନ୍ତି ।

ତାଙ୍କ କହିବା ମୁତାବକ ଉତ୍ତରାଖଣ୍ଡରେ ଏଭଳି ଖରାପ ପାଣିପାଗ ଦେଖିବାକୁ ମିଳିଥାଏ । ତେଣୁ ତାଙ୍କ ହେଲିକପ୍ଟର କ୍ରାଶ କରିଗଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।