ମୋ ଝାଲ ମୁଢି କିଶୋର ମଟନ ଠୁ ବି ଭାରି ଟେଷ୍ଟ ! ଝାଲ ମୁଢି ସାଙ୍ଗକୁ ଫ୍ରି ମିଳୁଛି ହସ, ଦେଖନ୍ତୁ କୁନି ପିଲାର ଝାଲ ମୁଢି ବିକ୍ରି, ଦେଖନ୍ତୁ video

ଆସ, ମୋ ପସରାରେ ସୁଆଦିଆ ଝାଲ ମୁଢି ଅଛି ନେଇଯାଅ । ରାଗ, ଲୁଣ, ଖଟା ଓ ମିଠା ମିଶା ଜୀବନର ସବୁଠୁ ଭଲ ସ୍ଵାଦ ବୋଧ ହୁଏ ଏଇଠି ହିଁ ମିଳୁଛି । ମୋର ଏହି ପସରାରେ ସବୁ ଭଲ ଜିନିଷ ଭରପୁର ହୋଇ ରହିଛି । ଯଦି କେଉଁ ମସଲା ଟିକିଏ କମ୍ ଥିବ ତେବେ ମୋ ଓଠର ହସ ଏଇ ଝାଲ ମୁଢିରେ ଗୋଳେଇ ଖାଇ ନେବ । ଆସ ମୋ ପସରାରୁ ଝାଲ ମୁଢି ନିଅ । ଏଠି ଝାଲ ମୁଢି ସହ କ୍ୟୁଟ ହସ ଏକଦମ ଫ୍ରି’ରେ ମିଳୁଛି । ଯେତେ ନେବ ସେତେ ପୁଳା ପୁଳା ସ୍ଵାର୍ଥହୀନ ହସ ।

ଯେଉଁ ହସରେ କେବଳ ଆଗକୁ ବଢିବାର ଜିଜ୍ଞାସା ଭରି ରହିଛି । ହାରି ଯାଇଥିବା କିମ୍ବା ଥକି ପଡିଥିବା ମନ ପାଇଁ ଏଠି ମିଳେ ହସର ଇନ୍ଧନ । ଏଠି ପ୍ରକୃତ ଜୀବନ ସହ ଭେଟ ହେଲେ ସଂଗ୍ରାମ କରି ଥକି ପଡିଥିବା ପୁଣି ଥରେ ଲଢିବା ପାଇଁ ତା’ ସାମର୍ଥ୍ୟର ଢାଲକୁ ଉଠାଏ । ଯେଉଁ ବୟସରେ ଆମ ଦେଶର କିଛି ପିଲା ଟ୍ରାଫିକ ପୋଷ୍ଟ କିମ୍ବା ରେଲୱେ ଷ୍ଟେସନ ଆଦି ସ୍ଥାନରେ ଭିକ ମାଗୁଥିବା ଆପଣ ଦେଖିଥିବେ ସେହି ବୟସରେ ଏହି ଛୋଟ ପିଲାଟି ବେକରେ ପସରା ପକାଇ ତିଆରି କରୁଛି ଝାଲ ମୁଢି ।

ଜୀବନର ଅଣଓସାରିଆ କଣ୍ଟାପୂର୍ଣ୍ଣ ରାସ୍ତାରେ ବଞ୍ଚିବା ପାଇଁ କରୁଛି ସଂଘର୍ଷ । ଆଉ ଏହି ଛୋଟ ପିଲାର ଏହି ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଆପଣ ଟିକେ ଭଲ ଭାବେ ଏହି ଭିଡିଓଟିକୁ ଦେଖନ୍ତୁ । କିଭଳି ଏକ ଛୋଟ ପିଲାଟି କାନ୍ଧରେ ପକେଇଛି ଏକ ପସରା । ସେଥିରେ ସେ ଝାଲ ମୁଢି ତିଆରି କରିବା ପାଇଁ ରଖିଛି ବିଭିନ୍ନ ପ୍ରକାରର ସାମଗ୍ରୀ ।

ଯିଏ ମାଗୁଛି ଫଟାଫଟ ତିଆରି କରି ବଢାଇ ଦେଉଛି ସୁଆଦିଆ ଝାଲ ମୁଢି । ଆଉ ହାତକୁ ଝାଲ ମୁଢି ବଢେଇ ଦେବା ବେଳେ ଫ୍ରି’ରେ ଦେଉଛି ଏକ ସୁନ୍ଦର ନିରୀହ ହସ । ହାତର ତୀବ୍ରତା ଯେମିତି ଓଠର ହସ ମଧ୍ୟ ଠିକ ସେମିତି । କେତେ ଶୀଘ୍ର ଶୀଘ୍ର ଝାଲ ମୁଢି ବନେଇ ସେ ଗରାଖଙ୍କୁ ଦେଇ ପକାଉଛି ଆପଣ ଦେଖି ପାରୁଥିବେ ।

ତେବେ ଏହି ଭିଡିଓଟି କେଉଁଠିକାର ତାହା ସ୍ପଷ୍ଟ ଜଣା ନଥିବା ବେଳେ ଏହା କିନ୍ତୁ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଛୋଟ ପିଲାଟିର ହସ ଓ କାମ ଦୁଇଟିଯାକ ବେଶ ପ୍ରେରଣାଦାୟକ ବୋଲି ସମସ୍ତେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।