“ମୋ ଜନ୍ମଦିନରେ ଆସି ମୋତେ ବହୁତ ବଡ ଉପହାର ଦେଇଛନ୍ତି ଆଉ ଶଙ୍ଖା ସିନ୍ଦୂର…” ଦୁଇଦିନ ହେବ ଧାରଣାରେ ବସିଥିବା Mama ଦେଲେ ଖୁସି ଖବର, ଦେଖନ୍ତୁ video

ଆଜି ମୋ ଜନ୍ମଦିନରେ ଆସି ମୋ ହାତ ଧରି ଘର ତାଲା ଖୋଲି ଭିତରକୁ ନେଇଗଲା ମୋ ଧନ । ଆଉ ମୋ ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ଦେବ ବୋଲି ବି ପ୍ରତିଶ୍ରୁତି ଦେଇଛି ମୋ ଧନ । ସତରେ ଆଜି ମୁଁ ବହୁତ ଖୁସି ଆଉ ଏ ଖୁସିର କିଛି ସୀମା ନାହିଁ । ଦୁଇଦିନ ଧରି ନ୍ୟାୟ ପାଇବା ପାଇଁ ପ୍ରେମିକଙ୍କ ଘର ସାମ୍ନାରେ ବସିଥିବା ଏହି ପ୍ରେମିକା ଜଣକ ମନେ ମନେ କିଛି ଏଭଳି କହୁଥିବେ । କାରଣ ଶେଷରେ ତାଙ୍କ ଅପେକ୍ଷା ସାର୍ଥକ ହୋଇଛି ଆଉ ତାଙ୍କ ଧନ ଆସି ତାଙ୍କୁ କୋଳେଇ ନେଇଛି ।

ଆଉ ନିଜ ଘରେ ନେଇ ରଖିଛି । ଆଜି ସେ ନିଜ ପ୍ରେମ, ପ୍ରେମିକ ଓ ଦୁନିଆକୁ ପାଇ ଯାଇଛନ୍ତି । କାରଣ ତାଙ୍କ ଧନ ତାଙ୍କ ହାତ ଧରି ନିଜ ଘର ଭିତରକୁ ନେଇ ଯାଇଛନ୍ତି । ଯୁବତୀ ଏବେ ନିଜ ମନର ମଣିଷ ପାଖେ ନିଜ ଶାଶୁଘରେ ଅଛନ୍ତି । ଦୁଇଦିନର ସଂଘର୍ଷ ପରେ ଶେଷରେ ତାଙ୍କୁ ନ୍ୟାୟ ମିଳିଛି । ପ୍ରେମିକ ରଞ୍ଜନ ଓଝାଙ୍କ ଘର ଦୁଆର ଆଗରେ ଧାରଣାରେ ବସିଥିବା ମାମାଙ୍କୁ ଆଜି ନ୍ୟାୟ ମିଳିଛି ।

ତାଙ୍କ ପ୍ରେମିକ ଆସି ଟାଙ୍କି ନିଜର କରି ହତଧାରୀ ଘର ଭିତରକୁ ନେଇ ଯାଇଛନ୍ତି । ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ । ଘଣ୍ଟା ଘଣ୍ଟା ଧରି ଚାଟିଂରୁ ଅଧିକ ନିବିଡ ହୋଇଥିଲା ସମ୍ପର୍କ । ଆଉ ବାହା ହେବାର ପ୍ରତିଶ୍ରୁତି ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ଅଧା ରାସ୍ତାରେ ପ୍ରେମିକାଙ୍କୁ ଛାଡି ଚମ୍ପଟ ମାରିବାକୁ ବସିଥିଲେ ।

ଶେଷରେ କିଛି ଉପାୟ ନପାଇ ନ୍ୟାୟ ପାଇଁ ପ୍ରେମିକଅଙ୍କ ଘର ବାହାରେ ଧାରଣାରେ ବସିଥିଲେ ମାମା । କିନ୍ତୁ ଦୁଇଦିନ ପରେ ପ୍ରେମିକ ଆସି ତାଙ୍କୁ ଘର ଭିତରକୁ ନେଇ ଯାଇଛନ୍ତି । ଆଉ ସବୁଠୁ ବଡ କଥା ହେଲା ଆଜି ମାମାଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ପ୍ରେମିକ ତାଙ୍କୁ ନିଜର କରି ସବୁଠୁ ବଡ ଉପହାର ଦେଇଛନ୍ତି ।

ଆଗକୁ ତାଙ୍କୁ ନିଶ୍ଚୟ ଶଙ୍ଖା ସିନ୍ଦୂର ଦେବେ ବୋଲି ମଧ୍ୟ କଥା ଦେଇଛନ୍ତି । ମାମା ତାଙ୍କ ପ୍ରେମିକଙ୍କ ଘରେ ପ୍ରବେଶ କରି ତାଙ୍କୁ ପାଖରେ ପାଇ ବେଶ ଖୁସି ଅଛନ୍ତି । ଏଥିପାଇଁ ସେ ଗଣମାଧ୍ୟମକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।