ମୋ ଦିଦି ଶାଶୁଘରେ ଭୋଜିଭାତ ହେଉଛି, ତେଣୁ ମୁଁ ତାଙ୍କ ଘରକୁ ଝିଅ ପକ୍ଷରୁ ଆସିଛି… Kendrapara Love Story

ମୁଁ ଝିଅ ଘର ପକ୍ଷରୁ ଆସିଛି । ହଁ ଆଜ୍ଞା ଗୋଟିଏ ପରେ ବିବାହ ଓ ଅନ୍ୟ ପଟେ ଶୁଦ୍ଧିକ୍ରିୟା ଖବର ସବୁଆଡେ ଚହଳ ସୃଷ୍ଟି କରିଛି । ହେଲେ ତାହାରି ମଧ୍ୟରେ କିଛି ଲୋକ ପ୍ରେମୀ ଯୁଗଳଙ୍କର ବିବାହକୁ ସମର୍ଥନ କରୁଥିବା ବେଳେ ଅନ୍ୟ କେତେ ଜଣ ଝିଅର ପରିବାର ଲୋକେ କରିଥିବା କାର୍ଯ୍ୟକୁ ସମର୍ଥନ କରିଛନ୍ତି । ତେବେ ସେ ଯାହା ବି ହେଉ । ରାଗରୁଷା, ମାନ ଓ ଅଭିମାନ ମଧ୍ୟରେ ବି ଦୀପାଞ୍ଜଳୀ ଓ ରାଜେନ୍ଦ୍ର ଉଭୟ ୭ ଜନ୍ମକୁ ସାକ୍ଷୀ ରଖି ଉଭୟ ଉଭୟଙ୍କର ହାତ ଧରିନେଇଛନ୍ତି ।

ଉଭୟଙ୍କର ଖୁବ ଆଡମ୍ବର ସହକାରେ ବିବାହ ମଧ୍ୟ ପୁଅ ପକ୍ଷରୁ ଆୟୋଜନ କରାଯାଇଥିଲା । ତେବେ ଏହାରି ମଧ୍ୟରେ ନବ ବଧୁ ଦୀପାଞ୍ଜଳୀଙ୍କ ଛୋଟ ଭାଇ ମିଡିଆ ସାମ୍ନାରେ ଏଭଳି କିଛି କହିଛନ୍ତି । ଯେ ମୋ ଦୀପାଞ୍ଜଳି ଦିଦିକୁ ମୁଁ ଖୁସିରେ ରାଣୀ ଦିଦି ବୋଲି ଡାକେ । ଆମ ଘର ଠାରୁ ରାଣୀ ଦିଦିଙ୍କର ଶାଶୁଘର ବହୁତ କମ୍ ବାଟ । ତେଣୁ ମୁଁ ମୋ ରାଣୀ ଦିଦି ବାହାଘରରେ ସାମିଲ ହେବା ପାଇଁ ଏଠାକୁ ଚାଲି ଆସିଛି । କାରଣ ମୋ ରାଣୀ ଦିଦିର ଆଜି ଭୋଜିଭାତ ଆୟୋଜନ କରାଯାଇଛି ।

ସେଥିପାଇଁ ନିଜକୁ ଆଉ ସମ୍ଭାଳି ନପାରି ଦିଦି ଘରକୁ ମୁଁ ଧାଇଁ ଆସିଛି । ହଁ ଆଜ୍ଞା ଭାଇ ଓ ଭଉଣୀର ସମ୍ପର୍କ ମଧ୍ୟ ସେମିତି କିଛି । କାରଣ ଜଣେ ଭାଇ ତା’ ଭଉଣୀ ଉପରେ ଯେତେ ମଧ୍ୟ ଅଭିମାନ କରିଥାଉ । ହେଲେ ତା’ ଭଉଣୀର ଭଲ, ମନ୍ଦରେ ସବୁବେଳେ ତା’ ପାଖେ ପାଖେ ରହିଥାଏ । ଯାହାର ଏକ ଜ୍ଵଳନ୍ତ ଉଦାହରଣ ଦୀପାଞ୍ଜଳୀର ଏହି କୁନି ଭାଇ ସାଜିଛି । ହେଲେ ଦୀପାଞ୍ଜଳିଙ୍କର ଏହି କୁନି ଭାଇଟି ବିବାହକୁ ଘଟଣା କ’ ଣ ସବୁ ଘଟିଯାଇଛି

ଯଦିଓ ତାହା ଠିକ ସେ ଜାଣିନାହିଁ । ହେଲେ ଦିଦି ଓ ଜିଜୁର ବାହାଘରରେ ସାମିଲ ହୋଇ ତାଙ୍କ ସହ ଖୁସି ମନାଇବା ପାଇଁ ନିଜ ପରିବାରର ସବୁ ଆକଟକୁ ପଛରେ ପକାଇ ଏଠାକୁ ଚାଲି ଆସିଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ