ଗତକାଲି ପ୍ରକାଶିତ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । କାରୋନା ମହାମାରୀ ଯୋଗୁଁ ବର୍ଷ ଆରମ୍ଭରୁ ପିଲାମାନେ ଶ୍ରେଣୀଗୃହରେ କ୍ଳାସ କରିବା ପାଇଁ ସୁଯୋଗ ପାଇ ନଥିଲେ । କିନ୍ତୁ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପିଲାମାନେ ଅଫଲାଇନ କ୍ଳାସ କରିଥିଲେ ଓ ସବୁ ବର୍ଷ ଭଳି ପରୀକ୍ଷା ମଧ୍ୟ ହୋଇଥିଲା ଯାହାର ଫଳାଫଳ ଗତକାଲି ବାହାରିଛି । ଦଶମ ଶ୍ରେଣୀର ମୋଟ ନମ୍ବର ୬୦୦ ଓ ସେଥିରୁ ସର୍ବାଧିକ ୫୯୬ ନମ୍ବର ତଥା ୯୯.୩୩ ପ୍ରତିଶତ ମାର୍କ ରଖି ଓଡିଶା ଟପ୍ପର ହୋଇଛନ୍ତି ପ୍ରତ୍ୟୁଷ କୁମାର ଦାଶ ଓରଫ ରାଜା ।

ସ୍କୁଲରେ ପାଠପଢିବା ସହ ସେ ଘରେ ମଧ୍ୟ ପାଠପଢାରେ ସମୟ ଦେଉଥିଲେ ଓ ତାଙ୍କ ପରିଶ୍ରମ ଆଜି ତାଙ୍କୁ ସଫଳତା ଆଣି ଦେଇଛି । ତାଙ୍କ ସଫଳତାରେ ତାଙ୍କ ମାମୁଁ ଶିବରାମ ପାତ୍ର ଭାବବିହ୍ଵଳ ହୋଇ କାନ୍ଦି ପକାଇଛନ୍ତି । ଭଣଜା ପାଇଁ ତାଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି ।
ରାଜା ଟପ୍ପର ହେବା ପରେ ତାଙ୍କଠୁ ବାଇଟ ନେବା ପାଇଁ ଗଣମାଧ୍ୟମ ତାଙ୍କୁ ଖୋଜିଥିଲେ । ଏନେଇ ଶିବରାମଙ୍କୁ ପଚାରିବାରୁ ସେ କହିଥିଲେ ରାଜାଙ୍କ ମାମୁଁ ବୋଲି । ରାଜାଙ୍କ ଭଉଣୀ ବାହାଘର ଥିବାରୁ ସେମାନେ ଗାଁକୁ ଏକାଠି ଯାଇଛନ୍ତି । ଆଉ ଏହି ସମୟରେ ତାଙ୍କ ଭଣଜା ଓଡିଶା ଟପ୍ପର ହୋଇଥିବା ଜାଣି ସେ କାନ୍ଦି ପକାଇଛନ୍ତି ।
ରାଜା ସବୁବେଳେ ତାଙ୍କୁ କହୁଥିଲେ ପରୀକ୍ଷାରେ ଭଲ କରିବେ ଓ ଓଡିଶାର ନାଁ ରଖିବେ ବୋଲି । ଆଉ ଆଜି ସେ ତାହା କରି ଦେଖାଇ ପାରିଛନ୍ତି ତେଣୁ ପରିବାର ଲୋକ ସମସ୍ତେ ବେଶ ଖୁସି ଅଛନ୍ତି । ତାଙ୍କ ଭଣଜା ଓଡିଶାର ସୁନାମଧନ୍ୟ ଛାତ୍ର ଭାବେ ନାଁ ରଖୁ ବୋଲି ସେ ଆଶୀର୍ବାଦ ମଧ୍ୟ ଦେଇଛନ୍ତି ।

ଦଶମ ପରେ ନିଟ ପାଇଁ ପ୍ରସ୍ତୁଟି ଆରମ୍ଭ କରିବେ ବୋଲି ରାଜା ଚିନ୍ତା କରିଥିବା କଥା କହିଛନ୍ତି । ଏହାପରେ ସେ ଜଣେ ଭଲ ଡାକ୍ତର ହୋଇ ସମାଜର ସେବା କରିବା ଲକ୍ଷ୍ୟ ରଖିଛନ୍ତି । ଓଡିଶାର ଟେକ ରଖିବେ ଓ ତାଙ୍କ ବାପାମା ଗର୍ବିତ ହେଲା ପରି କାର୍ଯ୍ୟ କରିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।