ଦିନେ ପ୍ରେମକୁ ସତ କରି ମଥାରେ ସିନ୍ଦୂର, ହାତରେ ଶଙ୍ଖା ଆଉ ପାଦରେ ଅଳତା ନାଇ ଅନୁଭବଙ୍କ ହାତ କରି ତାଙ୍କ ଘରକୁ ବୋହୂ ହୋଇ ଆସିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା କେତେ କଣ ସ୍ଵପ୍ନ ଦେଖିଥିଲେ ଓ ଭାବିଥିଲେ ତାଙ୍କ ସ୍ନେହା ଶ୍ରଦ୍ଧା ତାଙ୍କୁ ବାନ୍ଧି ରଖିବ । କିନ୍ତୁ ସେହି ସୁଖ ବର୍ଷାଙ୍କ ପାଇଁ ଦୁଃଖ ପାଲଟିଗଲା । ବର୍ଷା ନିଶ୍ଚୟ ମନେ ମନେ କହୁଥିବେ ମୁଁ ବହୁତ ଚେଷ୍ଟା କଲି ତୁମ ସାଙ୍ଗେ ରହିବା ପାଇଁ ହେଲେ ତୁମେ ମୋତେ ଦୂରେଇ ଦେବା ପାଇଁ ଚାହିଁଲ ।

ଗୋଟିଏ ପରେ ଗୋଟିଏ ଲଢେଇରେ ବର୍ତ୍ତମାନ ଅନୁଭବ ସଫଳ ହୋଇ ଚାଲିଛନ୍ତି । ଯେଉଁ ଘରକୁ ବର୍ଷାଙ୍କ ହାତଧରି ରୋଷଣୀ କରି ନେଇ ଆସିଥିଲେ ଅନୁଭବ ଆଜି ସେହି ଏକାକୀ ଚାଲି ଯାଇଛନ୍ତି ବର୍ଷା । ବର୍ଷାଙ୍କ ମନ କହୁଥିବ, ଆଜିଠୁ ମୁଁ ଏ ଘରେ ରହିବିନି କି ଏ ଘର ବି ମୋତେ ଆଉ ଝୁରିବନି । ମୁଁ ମୋ ଭାଗ୍ୟକୁ ମୋ ସାଥିରେ ନେଇ ଯାଉଛି ତୁମେ ଖୁସିରେ ରୁହ ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯେତେବେଳେ ତାଙ୍କ ଶାଶୁଘର ଛାଡିଥିବେ ଏମିତି ଅନେକ କଥା ତାଙ୍କ ମନରେ ଉଙ୍କି ମାରିଥିବ ଓ ଏମିତି ଅନେକ ଭାବନା ତାଙ୍କ ମନକୁ ଚାଲି ଆସିଥିବ । ଜୀବନରେ ସୁଖରେ ଟିକେ ରହିବା ପାଇଁ ଯେତେବେଳେ ଅନୁଭବ ଓ ବର୍ଷା ଦୁହେଁ ପରସ୍ପର ଉପରେ ଭରସା କରି ହାତ ଧରିଥିଲେ ସେତେବେଳେ କେହି ଚିନ୍ତା କରି ନଥିବେ କି ତାଙ୍କ ସମ୍ପର୍କ ନଉକାଟା ଏମିତି ଡୁବିଯିବ ।

ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ କରିବା ପାଇଁ ଶନିବାର ଦିନ ପୁରୀଘାଟ ପୋଲିସର ସହାୟତା ନେଇଛନ୍ତି । ଆଉ ବର୍ଷା ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ମାନି ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡି ଦେଇଛନ୍ତି । ଆଗକୁ ନିର୍ବାଚନ ଆସୁଛି ଏବଂ ଅନୁଭବ କୌଣସି କାରଣ ପାଇଁ ଟିକେବି ରିକ୍ସ ନେବାକୁ ଚାହୁଁ ନାହାନ୍ତି । ସେଥିପାଇଁ ବର୍ଷା ଘର ଛାଡିବା ପରେ ନିଜ ଘରକୁ ନିଜେ ପ୍ରବେଶ କରିବା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ଅନୁଭବ ।
ଅଗଷ୍ଟ ୩୦ରେ ଏକ ମାସ ଭିତରେ ଶାଶୁଘର ଛାଡିବା ପାଇଁ କୋର୍ଟ ଆଦେଶ ଦେଇଥିଲେ । ଏହି ସମୟସୀମା ପୂରଣ ହେବାସହ ବର୍ଷା ମଧ୍ୟ ଶାଶୁଘର ଛାଡି ଚାଲି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।