ମିଥୁନ ରାଶି (Gemini) ମାସିକ ରାଶି April 2022, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଆଜି ଆମେ ଆପଣଙ୍କୁ ମିଥୁନ ରାଶି ଜାତକଙ୍କ ଏପ୍ରିଲ ମାସର ମାସିକ ରାଶିଫଳ ବିଷୟରେ କହିବାକୁ ଯାଉଛୁ । ଏହି ରାଶିଫଳ ଗ୍ରହ ମାନଙ୍କର ସ୍ଥିତି ଓ ଚଳନକୁ ନେଇ ଆଧାରିତ । ଜ୍ଯୋତିଷ ଅନୁସାରେ ଗ୍ରହ ମନ୍କର ସ୍ଥିତି ଓ ଚଳନ ଉପରେ ପ୍ରତ୍ଯେକ ରଶିଙ୍କ ଭବିଷ୍ୟତ ନିର୍ଭର କରେ । ସେଥିପାଇଁ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମଧ୍ୟ ଆସିଥାଏ । ତେବେ ଚାଲନ୍ତୁ ଜାଣିବା ମିଥୁନ ରାଶି ଜାତକଙ୍କ ଆଗାମୀ ମାସଟି କିପରି ବିତିବ ।

ମିଥୁନ ରାଶି ହେଉଛି ବାୟୁ ତତ୍ତ୍ଵର ରାଶି । ଏମାନେ ସହଜରେ ଅନ୍ୟ ଉପରେ ବିଶ୍ବାସ କରି ନିଅନ୍ତି ଓ ପରୋପକାରୀ ଏବଂ ଶାନ୍ତ ସ୍ଵଭାବର ମଧ୍ୟ ହୋଇଥାନ୍ତି । ଅଧ୍ୟୟନ, ଅଧ୍ୟାପନା ଓ ରାଜନୀତି ଏହିସବୁ କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଥାଏ । ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଏମାନଙ୍କ ରୁଚି ରହିବା ସହିବା ଏମାନେ ପରିବାର ପ୍ରିୟ ମଧ୍ୟ ହୋଇଥାନ୍ତି । ଏମାନଙ୍କ ପାରିବାରିକ ଜୀବନ ବହୁତ ଭଲ ରହିବା ସହ ପତି ପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ ।

ଏମାନେ ସରଳ ମନା ହୋଇଥିବାରୁ ଅନେକ ଲୋକ ତାଙ୍କୁ ଠକି ଦେଇଥାନ୍ତି । ଦ୍ଵନ୍ଦ ସ୍ଵଭାବ ଯୋଗୁଁ ଅନେକ ସମୟରେ ଅସୁବିଧାରେ ମଧ୍ୟ ପଡିଥାନ୍ତି । ଆପଣଙ୍କ ଶୁଭ ରଙ୍ଗ ସବୁଜ ହୋଇଥିବାରୁ କୌଣସି ଶୁଭ କାର୍ଯ୍ୟରେ ଏହି ରଙ୍ଗ ବ୍ୟବହାର କଲେ ସଫଳତା ପାଇବେ । ରାଶିର ଅଧିପତି ହେଉଛନ୍ତି ବୁଧ ଗ୍ରହ, ଶୁଭ ସଂଖ୍ୟା ହେଉଛି ୪, ଶୁଭବାର ହେଉଛି ବୁଧବାର, ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ରାଶିର ଶୁଭ ଦେବତା ଓ ଶୁଭ ଦେବୀ ହେଉଛନ୍ତି ତ୍ରିଫଲା ସୁନ୍ଦରୀ ।

ତେବେ ୨୦୨୨ ମସିହା ଏପ୍ରିଲ ମାସଟି ମିଥୁନ ରାଶି ଲୋକଙ୍କ ପାଇଁ କିଛି ମାତ୍ରାରେ ସଫଳତା ନେଇ ଆସିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ମାସଟି ଶୁଭ ସାବ୍ୟସ୍ତ ହେବ ଓ ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ମାସଟି ଅନୁକୂଳ ରହିବ । କ୍ଯାରିୟର କ୍ଷେତ୍ରରେ ମଧ୍ୟ ମାସଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ସାବ୍ୟସ୍ତ ହେବ । ଗ୍ରହ ମାନଙ୍କର ସ୍ଥିତି ଯୋଗୁଁ କ୍ଯାରିୟର କ୍ଷେତ୍ରରେ ଆପଣଙ୍କୁ ବିଶେଷ ସଫଳତା ପ୍ରାପ୍ତ ହେବ ।

ଏହି ସମୟରେ ଆପଣଙ୍କୁ କୌଣସି ନୂଆ ଚାକିରିର ଅବସର ମଧ୍ୟ ପ୍ରାପ୍ତ ହେବ ଓ ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ମଧ୍ୟ ବନୁଅଛି । ବ୍ୟବସାୟ କରୁଥିବା ଲୋକଙ୍କୁ ମଧ୍ୟ ଉତ୍ତମ ଲାଭ ପ୍ରାପ୍ତି ହେବ ଏବଂ ବ୍ୟବସାୟରେ ଦେଖା ଦେଉଥିବା ପ୍ରତିବନ୍ଧକ ନିଶ୍ଚିତ ଭାବେ ଦୂର ହେବାକୁ ଲାଗିବ । ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟରେ କରିପାରିବେ ତାହା ନିଶ୍ଚିତ ସଫଳ ହେବ ।

ପ୍ରାଇଭେଟ ଚାକିରିଆଙ୍କୁ ମଧ୍ୟ ଖୁସି ଖବର ମିଳିବ । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଓ ଧନ ସଞ୍ଚୟ କରିବାକୁ ମଧ୍ୟ ସୁଯୋଗ ପାଇବେ । ପ୍ରେମ ସମ୍ବନ୍ଧ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ । ପାରିବାରିକ ଜୀବନ ପାଇଁ ମଧ୍ୟ ମାସଟି ବିଶେଷ ଅନୁକୂଳ ରହିବ ନାହିଁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ଭଗବାନ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ତାଙ୍କ ନିକଟରେ ୧୧ଟି ଦୁବ ଚଢାନ୍ତୁ ।

ଏହାସହ ଭଗବାନ ଶ୍ରୀବିଷ୍ଣୁଙ୍କର ସହସ୍ରନାମା ଶୁଣନ୍ତୁ କିମ୍ବା ପାଠ କରନ୍ତୁ ଏବଂ ଛୋଟ ପିଲାମାନଙ୍କୁ ମିଠା ଜାତୀୟ ଜିନିଷ ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।