ମିଳିଲା Vamika ଙ୍କ ପ୍ରଥମ ଝଲକ ! Kohli ଅର୍ଦ୍ଧଶତକ କରିବା ପରେ ତାଙ୍କୁ ଚିୟର କରୁଥିବାର ନଜର ଆସିଲେ Anushka ଓ Vamika, ଭାଇରାଲ ହେଲା Photo

ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅ ବାମିକାଙ୍କୁ ନିକଟରେ ଏକ ବର୍ଷ ପୁରିଛି । ତେବେ ଦୀର୍ଘ ସମୟ ଧରି ଉଭୟ ବିରାଟ ଏବଂ ଅନୁଷ୍କା ଝିଅ ବାମିକାଙ୍କୁ କ୍ୟାମେରା ଠାରୁ ଦୂରେଇ ରଖିଥିଲେ । ଭାରତୀୟ ଟିମ୍ ଯେତେବେଳେ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ପହଞ୍ଚିଥିଲେ ସେତେବଳେ ବିରାଟ କୋହଲି ମିଡିଆଙ୍କୁ ତାଙ୍କ ଝିଅର ଫଟୋ ନ ଉଠାଇବା ପାଇଁ ଅନୁରୋଧ କରିଥିଲେ ।

କିନ୍ତୁ ଗତକାଲି କେପଟାଉନରେ ଚାଲିଥିବା ଶେଷ ଦିନିକିଆ ମୁକାବିଲା ସମୟରେ ଫ୍ୟାନ୍ସଙ୍କୁ ବାମିକାଙ୍କ ଝଲକ ଦେଖିବାକୁ ମିଳିଥିଲା । ଭରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ଯାଚରେ ବିରାଟ ୨୮୮ ରନ୍ ର ଲକ୍ଷ୍ୟରେ ୬୩ ବଲରେ ଅର୍ଦ୍ଧଶତକ ପୁରା କରିଥିଲେ । ଏଇ ସମୟରେ ଷ୍ଟାଡିୟମରେ ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକା ବିରାଟଙ୍କୁ ଚିୟର ଅଫ କରୁଥିବାର ନଜର ଆସିଥିଲା । ବିରାଟ ଅର୍ଦ୍ଧଶତକ ପୂରଣ କରିବା ମାତ୍ରେ କ୍ୟାମେରା ବୁଲି ଯାଇଥିଲା ସିଧା ଅନୁଷ୍କା ଓ ତାଙ୍କ ଝିଅ ଉପରକୁ ।

ଅନୁଷ୍କା ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ ଓ ଝିଅ ବାମିକା ଏକ ପିଙ୍କ ରଙ୍ଗର ଡ୍ରେସ ସହ ଦୁଇଟି ଚୁଟି ବଣାଇଥିବା ଦେଖିବାକୁ ମିଳିଥିଲା । ବିରାଟ ମଇଦାନରୁ ଝିଅ ଓ ପତ୍ନୀଙ୍କୁ ପ୍ରେମର ସହ ଇଶାରା ମଧ୍ୟ କରିଥିଲେ । ଠିକ ଏହାପରେ ବାମିକାଙ୍କ ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ବିରାଟ ଓ ଅନୁଷ୍କା ଝିଅ ବାମିକାଙ୍କ ଫଟୋ ଯେତେଥର ବି ଶେୟାର କରିଛନ୍ତି କୌଣସି ଫଟୋରେ ତାଙ୍କ ଚେହେରା ଦେଖାଇ ନାହାନ୍ତି ।

ଏହି ଦମ୍ପତ୍ତି ସେମାନଙ୍କ ପ୍ରାଇଭେସି ରକ୍ଷା କରିବା ପାଇଁ ଅନେକ ଥର ଲୋକଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । କିନ୍ତୁ ଗତକାଲି ପ୍ରଥମ ଥର ପାଇଁ ଭାରତୀୟ ୟୁଜର୍ସଙ୍କୁ ବାମିକାଙ୍କ ଚେହେରା ଦେଖିବାକୁ ମିଳିଥିଲା । ବିରାଟ ଓ ଅନୁଷ୍କାଙ୍କ କିଛି ଫ୍ୟାନ ବାମିକାଙ୍କ ଫଟୋ ଡିଲେଟ କରିବାକୁ ଅନେକ ସ୍ଥାନରେ ଅନୁରୋଧ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । କିଛି ସୋ-ସି-ଆ-ଲ ମି-ଡି-ଆ ୟୁଜର୍ସ ବ୍ରଡକାଷ୍ଟରଙ୍କ ଉପରେ ଭଡକୁଥିବା ବେଳେ ଆଉ କିଛି ୟୁଜର୍ସ ଏହା ଅନୁଷ୍କାଙ୍କ ଭୁଲ ବୋଲି କହୁଛନ୍ତି ।

ବାମିକାଙ୍କ ଚେହେରା ବିରାଟ କୋହଲିଙ୍କ ସହ ମିଶୁଛି ବୋଲି ଅନେକ ଫ୍ୟାନ୍ସ କହୁଛନ୍ତି । ତେବେ ଯେପର୍ଯ୍ୟନ୍ତ ଝିଅ ବାମିକା ବୁଝିବା ଶୁଝିବା ଭଳି ନ ହେଉଛନ୍ତି ସେପର୍ଯ୍ୟନ୍ତ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ ଓ କ୍ୟାମେରା ଠାରୁ ଦୂରରେ ରଖିବେ ବୋଲି ବିରାଟ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ଆଜି ପର୍ଯ୍ୟନ୍ତ ସେମାନଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ବାମିକାଙ୍କ କୌଣସି ଫଟୋ ଶେୟାର କରି ନଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।