ମିଳିଲା ଅପରିଚିତ ଯୁବକଙ୍କ ପରିଚୟ, ରାଜଧାନୀରେ ଜିଅନ୍ତା ଜଳି ଯାଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ…

ଗତକାଲି ରାତିଅଧରେ ରାଜଧାନୀରେ ଘଟିଥିବା ଏକ ବଡ ଅଘଟଣକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଜଣେ ଯୁବକଙ୍କୁ ବାଇକ ସହ ଜୀଅନ୍ତା ଜଳିଯିବାର ଦେଖିବାକୁ ମିଳିଛି । ଭୁବନେଶ୍ବର ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଯୁବକ ଜଣକ ତାଙ୍କ ବାଇକ ସହ ଜଳି ଯାଇଛନ୍ତି । ତାଙ୍କ ବାଇକରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସହିଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରତ୍ଯକ୍ଷଦର୍ଶୀ ମାନେ ଦେଇଥିବା ସୂଚନା ଅନୁଯାୟୀ ଯୁବକ ଜଣକ ଓଭରବ୍ରିଜ ଉପରେ ବାଇକ ସହ ପଡିଥିବା ବେଳେ ତାଙ୍କ ବାଇକଟି ହୁତୁହୁତୁ ହୋଇ ଜଳୁଥିଲା । ଲୋକମାନେ ଏହା ଦେଖିବା ପରେ ଯୁବକଙ୍କୁ ତୁରନ୍ତ ବୟକ ଉପରୁ ଘୋଷାଡ଼ି ଆଣିଥିଲେ । କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା ବୋଲି ଜଣାପଡିଛି । ଏହାପରେ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆ ଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତରେ ଆଣିଥିଲା ।

ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ଉକ୍ତ ଯୁବକଙ୍କ ପରିଚୟ ମିଳିଛି । ମୃତ ଯୁବକଙ୍କ ନାମ ଚନ୍ଦନ ପତି ହୋଇଥିବା ବେଳେ ଜଗତସିଂପୁର ଜିଲ୍ଲା ପୁରୋହିତପୁର ଗାଁ’ରେ ତାଙ୍କ ଘର ବୋଲି ଜଣାପଡିଛି । ଚନ୍ଦନ କେଷୁରାରେ ରୁହନ୍ତି ।

ଗତକାଲି ସେ ଚନ୍ଦ୍ରଶେଖରପୁରରେ ଏକ ବାହାଘର ଭୋଜିରେ ଯୋଗ ଦେଇ ଫେରିବା ବେଳେ ଏହିଭଳି ଅଘଟଣ ଘଟିଥିଲା । ଯୁବକଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି । ବର୍ତ୍ତମାନ ପୁଲିସ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଚନ୍ଦନଙ୍କ ଗାଡିଟି କଟକ ଆରଟିଓରେ ରେଜିଷ୍ଟ୍ରେଶନ ହୋଇଥିବା ଜଣାପଡିଛି । ତାଙ୍କ ଗାଡିର ନମ୍ବର ହେଉଛି OD05AH6381 ଓ ଗାଡିଟି ଅମ୍ବିକା ପ୍ରସନ ପତିଙ୍କ ନାଁରେ ରେଜିଷ୍ଟର ଥିବା ଜଣାପଡିଛି ।

ତେବେ ଯୁବକ ସତରେ ନିଜେ ଜଳିଗଲେ ନା ତାଙ୍କୁ ଜଳାଇ ଦିଆଯାଇଛି ଏନେଇ ପୁଲିସର ସନ୍ଦେହ ବଢୁଛି । କେହି ଦୁର୍ବୁର୍ତ୍ତ ଯୁବକଙ୍କୁ ହତ୍ୟା କରି ଗାଡିରେ ଶୁଆଇ ଦେଇଥିବା ସନ୍ଦେହ କରୁଛି ପୁଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।