ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ବର୍ଷୀୟାନ ଅଭିନେତା ମିହିର ଦାସ । ଚାରି ଦଶନ୍ଧିର ଅଭିନୟ ଛାଡି ମିହିର ଦାସ ସଂସାର ରଙ୍ଗମଞ୍ଚରୁ ଚିରଦିନ ପାଇଁ ବିଦାୟ ନେଇଛନ୍ତି । କିନ୍ତୁ ଆମ ସମସ୍ତଙ୍କ ମନରେ ସେ ଚିରଦିନ ପାଇଁ ରହିବେ । ସେ ଥିଲେ ଓଡିଆ ମନୋରଞ୍ଜନର ଦୁନିଆର ମଉଡମଣି । ବଡ ପରଦାରେ ପ୍ରଭାବଶାଳୀ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ ପରିଚିତ କରାଇ ପାରିଥିଲା । ତାଙ୍କ ଦେହାନ୍ତରେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ସାଥି କଳାକାର, ଦର୍ଶକ ଓ ପ୍ରଶଂସକ ।
ତାଙ୍କ କଟକସ୍ଥିତ ବାସଭବନରୁ ଶେଷଯାତ୍ରା ପାଇଁ ତାଙ୍କୁ କଢାଇ ନିଆ ଯାଇଥିଲା । ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଥିଲେ । ମୁକ୍ତିରଥରେ ମିହିରଙ୍କ ମର ଶରୀରକୁ ଶେଷ ଶୋଭାଯାତ୍ରାରେ ନିଆ ଯାଇଥିଲା । କଟକର କେତେକେ ସ୍ଥାନରେ ମଧ୍ୟ କଟକବାସୀଙ୍କୁ ତାଙ୍କ ଶେଷ ଦର୍ଶନ କରାଇ ଯାଇଥିଲା । ମିହିର ଦାସଙ୍କ ଦୁଇ ପୁଅ ବାପାଙ୍କ ଶେଷ ଯାତ୍ରାରେ ତାଙ୍କୁ କାନ୍ଧ ଦେଉଥିବାର ଆପଣ ଭିଡିଓରେ ଦେଖି ପାରୁଥିବେ ।
ବାପାଙ୍କୁ କାନ୍ଧରେ ବୋହି ନେଇ ଯାଉଥିବା ବେଳେ ସେମାନଙ୍କ ଆଖିରୁ ଲୁହ ବୋହି ପଡୁଥିଲା । ‘ମିହିର ଦାସ ଅମର ରହେ’ ନାରାରେ ସ୍ଥାନୀୟ ପରିବେଶ ଗୁଞ୍ଜି ଉଠୁଥିଲା । ମିହିର ଦାସଙ୍କ ହସ ହସ ମୁହଁ ଓ ତାଙ୍କ ଶାନ୍ତ ବ୍ୟବହାର ସମସ୍ତଙ୍କୁ ଖୁବ ପସନ୍ଦ ହେଉଥିଲା । ସେ ଜେନ ବହୁତ ନମ୍ର ସ୍ଵଭାବର ମଣିଷ ଥିଲେ । କେବେ କାହା ସହ ଉଚ୍ଚ ସ୍ଵରରେ କଥା ମଧ୍ୟ ହେଉ ନଥିଲେ । ସମସ୍ତଙ୍କୁ ଆପଣାର କରିନେବାର କଳା ତାଙ୍କ ପାଖରେ ରହିଥିଲା ।
ଅନେକ ଦିନ ଧରି ଅସୁସ୍ଥ ରହିଥିଲେ ମଧ୍ୟ ଶେଷ ସମୟ ପର୍ଯ୍ୟନ୍ତ ସେ କାମ କରିବାକୁ ପସନ୍ଦ କରୁଥିଲେ । କିଡନୀ ରୋଗରେ ପୀଡ଼ିତ ହୋଇ ଦୀର୍ଘ ସାଢେ ତିନି ବର୍ଷ ହେଲା ସେ ଡାଏଲିସିସ ହେଉଥିଲେ । କିନ୍ତୁ ମାସେ ପୂର୍ବରୁ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା ଓ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତେବେ ଏକାଧିକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେବା ପରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା ।
ଆଜି ମିହିର ଦାସ ତାଙ୍କର ଶେଷଯାତ୍ରା କରିଛନ୍ତି ଓ ସତୀଚଉରା ସ୍ଥିତ ଶ୍ମଶାନରେ ପୁଅ ଅମ୍ଳାନ ବାପାଙ୍କୁ ମୁଖାଗ୍ନି ଦେବା ପରେ ସେ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।