ମଉସାଙ୍କ ହାତ ତିଆରି ଘୁଗୁନି ଯେମିତି ତାଙ୍କ କଥା ବି ସେମିତି, ସୁଆଦିଆ ଘୁଗୁନି ଖାଇବା ପାଇଁ ଭିଡ ଜମାନ୍ତି ଗ୍ରାହକ, ଦେଖନ୍ତୁ କଣ କହୁଛନ୍ତି ମଉସା, ଦେଖନ୍ତୁ video

ସ୍ମାର୍ଟ ସିଟିର ଚାକଚକ୍ୟ ଭିତରେ ପେଟପାଟଣା ପାଇଁ କାଟିବାକୁ ପଡୁଛି ସଂଘର୍ଷମୟ ଜୀବନ । ପରିବାର ଲୋକଙ୍କ ପେଟରେ ଗଣ୍ଡେ ଦାନା ଦେବା ପାଇଁ ରାସ୍ତାକଡକୁ ଓହ୍ଲାଇଛନ୍ତି ଜଣେ ବୃଦ୍ଧ ମଉସା । ଗୋଟିଏ ହାଣ୍ଡି ଓ ଗୋଟିଏ କରଚୁଲି ସାମ୍ନାରେ ରଖିଛନ୍ତି ଓ ସେହି ହାଣ୍ଡିରେ ରଖିଛନ୍ତି ଘୁଗୁନି । ଯାହାକି ବିନା ପିଆଜ ରସୁଣରେ ପ୍ରସ୍ତୁତ କରି ଆଣନ୍ତି ମଉସା । ଗୋଟିଏ ଗୁଗୁନି ଠୋଲାର ମୂଲ୍ୟ ମାତ୍ର 15 ଟଙ୍କା ଏବଂ ସେହି ଘୁଗୁନି ଖାଇବା ପାଇଁ ଅନେକ ଦୂରରୁ ଆସନ୍ତି ଗ୍ରାହକ ।

ସିଆରପି ରାସ୍ତାକଡରେ ଘୁଗୁନି ବିକ୍ରି କରନ୍ତି ଏହି ଧଳାରଙ୍ଗର ଧୋତି ଗାମୁଛା ପିନ୍ଧା ମଉସା ସୁବାଷଚନ୍ଦ୍ର ସାହୁ । ପରିଣତ ବୟସରେ ବି ମଉସାଙ୍କ ପାଟିରୁ ବାହାରି ଯାଉଛି କି, କର୍ମ କରିବାରେ କିଛି କଷ୍ଟ ଲାଗେନି । ଓଲଟା ଲୋକଙ୍କୁ ଦେଖିଲେ ଖୁସି ଲାଗେ । ମଉସାଙ୍କ ଘର ନୟାଗଡ ଜିଲ୍ଲାରେ ହୋଇଥିବା ବେଳେ ବେଶ କିଛି ବର୍ଷ ଧରି ସେ ଭୁବନେଶ୍ଵରରେ ରହୁଛନ୍ତି ଓ ଘୁଗୁନି ଖୁଆଇ ଲୋକଙ୍କୁ ଆପାୟିତ କରୁଛନ୍ତି । ମଉସାଙ୍କ ଘରେ ତାଙ୍କ ପତ୍ନୀ ଓ ପୁଅ-ବୋହୂ ଆଦି ଅଛନ୍ତି ।

ପୁଅ ତାଙ୍କୁ ଏହି କାମରେ ସାହାଯ୍ୟ କରେ ବୋଲି କହିଛନ୍ତି ମଉସା । ବୁଢା ହେଲେବି ମଉସାଙ୍କ ଶରୀରରେ ଏବେବି ତାକତ ଅଛି ଯାହା ତାଙ୍କୁ ଦେଖିଲେ ସ୍ପଷ୍ଟ ବାରି ହେଉଛି । ବସି ଖାଇଲେ ଶାନ୍ତି ଲାଗିବନି ବୋଲି ମଉସା ବୃଦ୍ଧ ବୟସରେ ବି କାମ କରି ଦି’ ପଇସା ରୋଜଗାର କରୁଛନ୍ତି । ଏହାଛଡା ବିଭିନ୍ନ ଲୋକଙ୍କ ସହ ଦେଖା ଚାହାଁ ହୁଏ ଓ କଥାବାର୍ତ୍ତା ହେବାକୁ ମଉସାଙ୍କୁ ଭଲ ଲାଗେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ମଉସା ନିଜେ ଘୁଗୁନି ତିଆରି କରି ଆଣନ୍ତି ଓ ଘୁଗୁନି ବନେଇବା ପାଇଁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଯାଏ । ମାଉସୀ ଓ ବୋହୂ କଟାକଟିରେ ମଉସାକୁ ଟିକେ ସାହାଯ୍ୟ କରିଦିଅନ୍ତି । ମଉସାଙ୍କ ହାତ ତିଆରୁ ଘୁଗୁନି ଭାରି ସ୍ଵାଦିଷ୍ଟ ବୋଲି ଲୋକେ କୁହନ୍ତି । 22 ବର୍ଷ ହେବ ମଉସା ଏହି ଘୁଗୁନି ବିକ୍ରି କରୁଛନ୍ତି । ପ୍ରଥମେ ମାତ୍ର 2 ଟଙ୍କାରେ ଘୁଗୁନି ବିକୁଥିଲେ ମଉସା । ସମୟକ୍ରମେ ତିନି ଟଙ୍କା, ପାଞ୍ଚ ଟଙ୍କା ଓ ଦଶ ଟଙ୍କାକୁ ବୃଦ୍ଧି କରିଥିଲେ ତାଙ୍କ ଘୁଗୁନି ମୂଲ୍ୟ ।

ଆଉ ଗତ 7-8 ବର୍ଷ ହେବ 15 ଟଙ୍କାରେ ଏହି ସୁଆଦିଆ ଘୁଗୁନି ବିକ୍ରି କରୁଛନ୍ତି ମଉସା । ତେବେ ଆପଣ କେବେ ସିଆରପି ଗଲେ ନିଶ୍ଚୟ ମଉସାଙ୍କ ଘୁଗୁନି ଥରେ ଖାଇବାକୁ ଭୁଲିବେନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।