ଗୋଟିଏ ଦିନ ଥିଲା ସେ ସକାଳୁ ଉଠିବା ମାତ୍ରେ ଷ୍ଟେସନ ପ୍ଲାଟଫର୍ମ ପକ୍ଷରୁ ଜରି ଗୋଟାଇ ବ୍ୟାଗରେ ସଂଗ୍ରହ କରି ରଖୁଥିଲେ । ଆଉ ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ତାଙ୍କ ପରିବାର ଚଳୁଥିଲା । ଏଭଳି ସ୍ଥିତିରେ ସାଧାରଣତଃ କେହିବି ପାଠ ପଢିବା ଚିନ୍ତା କରିପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଝିଅଙ୍କ ବିଷୟରେ କହିବୁ ଯିଏ ପରିସ୍ଥିତି ଆଗରେ ହାର୍ ନମାନି ମ୍ୟାଟ୍ରିକ ପରୀକ୍ଷାରେ ୭୦ ପ୍ରତିଶତ ନମ୍ବର ଆଣିବାରେ ସଫଳ ହୋଇ ପାରିଛନ୍ତି । ସେହି ଝିଅଜଣକ ହେଉଛନ୍ତି ବି. ଭାରତୀ ।

ଭାରତୀ ତାଙ୍କ ମା’ଙ୍କ ସହ ମିଶି ପ୍ଲାଟଫର୍ମରେ ଜରି ଗୋଟାନ୍ତି । ପାଠ ପଢୁଥିଲେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କ ପାଠପଢାରେ ଲଗାମ ଲାଗି ଯାଇଥିଲା । ଯାହାପରେ ସେ ମାଙ୍କ ସହ ମିଶି ଘର ଚଳାଇବା ପାଇଁ ଜରି ଗୋଟାଇବା କାମକୁ ଆପଣେଇ ନେଇଥିଲେ । କିନ୍ତୁ ଏହାରି ମଧ୍ୟରେ ଗୋଟିଏ ସ୍ଵେଚ୍ଛାସେବୀ ସଂଗଠନ ଆସି ଭାରତୀଙ୍କ ପାଠପଢା ବିଷୟରେ ତାଙ୍କ ସହ କଥା ହୋଇଥିଲେ ।
ଯାହାପରେ ଭାରତୀ ପୁଣି ଥରେ ସ୍କୁଲ ଯିବାକୁ ସକ୍ଷମ ହେଲେ । ଅଳିଆ ବ୍ୟାଗ ବଦଳରେ ପୁଣି ଥରେ ତାଙ୍କ କାନ୍ଧରେ ସ୍କୁଲ ବ୍ୟାଗ ଆସିଗଲା । ପାଠପଢାରେ ବ୍ରେକ ଲାଗିବା ପରେ ହୁଏତ ସେ ନିଜେ ମଧ୍ୟ କେବେ ଭାବି ନଥିବେ କି ତାଙ୍କ ପରିସ୍ଥିତିରେ ପୁଣି ଥରେ ପରିବର୍ତ୍ତନ ଆସିବ ବୋଲି ।

କିନ୍ତୁ ତାଙ୍କ ପରିସ୍ଥିତି ବଦଳିଲା ଆଉ ସେ ମାଟ୍ରିକରେ ୭୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଅର୍ଥାତ ସେ ଫାଷ୍ଟକ୍ଳାସ ବା ଏ-ଗ୍ରେଡ ପାଇଛନ୍ତି । ଏହାପରେ ତାଙ୍କ ଖୁସି କହିଲେ ନସରେ । ଯେଉଁମାନେ ପରିସ୍ଥିତି ଆଗରେ ହାର୍ ମାନି ପାଠପଢା ଛାଡି ଦେଇଛନ୍ତି ବା ପାଠ ପଢି ପାରୁନାହାନ୍ତି ବୋଲି କୁହନ୍ତି ସେମାନଙ୍କ ଆଗରେ ଭାରତୀ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ।
ଏହି ସଫଳତା ପରେ ଭାରତୀ ଓ ତାଙ୍କ ମାଆ ବହୁତ ଖୁସି ହେଉଛନ୍ତି । ପାଠ ପଢିବାକୁ ଚାହୁଁଥିବା ଅଭାବୀ ପରିବାରର ଅନେକ ପିଲାଙ୍କ ପାଇଁ ଭାରତୀ ଆଜି ପ୍ରେରଣା ସାଜିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।