ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଗତକାଲି ଶେଷ ପରୀକ୍ଷା ଥିଲା । ପରୀକ୍ଷା ଶେଷ ହେଲା ବୋଲି ଛାତ୍ରଛାତ୍ରୀ ମାନେ ବେଶ ଖୁସି ଥିଲେ । ପରୀକ୍ଷା ପରେ କେମିତି ସମୟ ବିତାଇବେ ଓ ଆଗକୁ କଣ ପଢିବେ ଏମିତି କେତେ କଣ ସମସ୍ତଙ୍କ ମନରେ ଚାଲିଥିଲା । ପରୀକ୍ଷା ଦେଇ ସାରି ସବୁଦିନ ଭଳି ହସ ଗପ କରି ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ ମାନେ । ହେଲେ ପରୀକ୍ଷା ଶେଷ ହେଉ ହେଉ ମାଡି ଆସିଥିଲା ବଡ ବିପଦ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।
ସବୁଦିନ ଭଳି ଗତକାଲି ମଧ୍ୟ କିଛି ଛାତ୍ରୀ ଛାତ୍ରୀ ଏକାଠି ଅଟୋ ଯୋଗେ ମାଟ୍ରିକ ପରୀକ୍ଷା ଦେବାକୁ ବାହାରିଥିଲେ । ଶେଷ ପରୀକ୍ଷା ଖୁବ ମନ ଦେଇ ଲେଖିଥିଲେ । ଆଉ ପରୀକ୍ଷା ସରିବା ପରେ ଶାନ୍ତିରେ ନିଃଶ୍ଵାସ ମାରି ପୁଣି ଥରେ ଅଟୋ ଯୋଗେ ଘରକୁ ଫେରୁଥିଲେ । ପରୀକ୍ଷା ଶେଷ ହେବାର ଖୁସି ମନରୁ ଯାଇ ନଥିଲା ହେଲେ ମାଡି ଆସିଥିଲା କାଳ । ପରୀକ୍ଷା ଦେଇ ଫେରୁଥିବା ବେଳେ ହଠାତ ରାସ୍ତାରେ ହୋଇଥିଲା ଦୁର୍ଘଟଣା ।
ଯାହାପରେ ଛାତ୍ର ଛାତ୍ରୀମାନେ ଗୁରୁତର ଆ-ହ-ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଦୁ-ର୍ଘ-ଟ-ଣା-ର ସମୁଖୀନ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛନ୍ତି ଲୋକେ । ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଚୌଦ୍ବାର ଦେଇ ଯାଇଥିବା 55 ନମ୍ବର ଜାତୀୟ ରାଜପଥ ର ଓଟିଏମ ବଜାରରେ ।
ତେବେ ଛାତ୍ରୀ ଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସିନା ହେଲେ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଘଟଣାସ୍ଥଳରେ ଲୋକମାନେ ରାସ୍ତା ବନ୍ଦ କରିବା ସହ ଆନ୍ଦୋଳନ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ସ୍ଥାନରେ 2018 ମସିହାରୁ ରାସ୍ତା କାମ ହେବ ବୋଲି ରାସ୍ତା ଭଙ୍ଗା ଯାଇଥିଲା । ହେଲେ ପ୍ରଶାସନର ଅବହେଳା ଯୋଗୁଁ ରାଜପଥର ଅବସ୍ଥା ବହୁତ ଖରାପ ରହିଛି ।
ଫଳରେ ସେହି ସ୍ଥାନରେ ପ୍ରତିଦିନ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି । ତେଣୁ ଶୀଘ୍ର ରାସ୍ତା କାମ କରାନ୍ତୁ ନହେଲେ ସେପଟେ ବଡ ଗାଡି ଛଡାଯିବ ନାହିଁ ବୋଲି ଲୋକେ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।