ମାତ୍ର 2 ଦିନରେ ବୁଦ୍ଧି ଶିଖେଇ ଦେଲେ, ଏମିତି ଆନ୍ଦୋଳନ କଲେ ଯେ ସାରା ଓଡିଶାକୁ ହୁଲୁସ୍ତୁଲୁ କରିଦେଲେ…

ରାଜ୍ୟ ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରତ୍ୟାହାର କରିନେଲେ ସତ କିନ୍ତୁ ସରକାରଙ୍କୁ ଚକମା ଦେଖେଇ ଦେଲେ । ମାତ୍ର ତିନି ଦିନର ଆନ୍ଦୋଳନରେ ପୁରା ରାଜ୍ୟକୁ ହୁଲୁସ୍ତୁଲ କରିଦେଲେ । ମାର୍ଚ୍ଚ 15, 16 ଓ 17 ତାରିଖ ତିନି ଦିନ ଧରି ସାରା ରାଜ୍ୟରେ ଆନ୍ଦୋଳନ ଜାରି ରଖିଥିଲେ ଡ୍ରାଇଭର ଭାଇମାନେ । 2022 ଏପ୍ରିଲରେ ମଧ୍ୟ ସମାନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଡ୍ରାଇଭରମାନେ ।

ସେତେବେଳେ ମଧ୍ୟ ଆନ୍ଦୋଳନ ଗମ୍ଭୀର ରୂପ ନେଇଥିବା ବେଳେ କେବଳ କଥା ଦେଇ ଡ୍ରାଇଭରଙ୍କ ଆନ୍ଦୋଳନ ବନ୍ଦ କରି ଦେଇଥିଲେ ରାଜ୍ୟ ସରକାର । ହେଲେ ପରେ ସେମାନଙ୍କ ଦାବିକୁ ଭୁଲି ଯାଇଥିଲେ । ସରକାର ସେମାନଙ୍କ କଥା ନ ଶୁଣିବାରୁ ଏଥର ପୁଣି ଥରେ 10 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଡ୍ରାଇଭର ମାନେ । ଆଉ ଏଥର ଏମିତି ସଂଗଠିତ ହେଲେ ଯେ। ମାତ୍ର ତିନି ଦିନରେ ସାରା ରାଜ୍ୟକୁ ଦୋହଲାଇ ଦେଲେ ।

ରାଜ୍ୟରେ ଡ୍ରାଇଭର ଭାଇମାନଙ୍କ ଆନ୍ଦୋଳନ ଯୋଗୁଁ ଯାତାୟାତ ପ୍ରଭାବିତ ହେବାସହ ପେଟ୍ରୋଲ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷପତ୍ରର ଦରଦାମ ବୃଦ୍ଧି ହୋଇଗଲା । ଏପରିକି ଲୋକଙ୍କ ପାଖରେ ଜିନିଷପତ୍ର ପହଞ୍ଚି ପାରିଲାନି ମଧ୍ୟ । ଆଉ ମାତ୍ର 2 କି 3 ଦିନ ଯଦି ଏହି ଆନ୍ଦୋଳନ ଚାଲିଥାନ୍ତା ତେବେ ରାଜ୍ୟରେ ଖାଦ୍ଯସମାଗରୀ ଓ ପେଟ୍ରୋଲ ସହ ନାନା ପ୍ରକାର ସଙ୍କଟ ଦେଖା ଦେଇଥାନ୍ତା । ଯାହା ରାଜ୍ୟ ସରକାର ଠିକ ବୁଝିଗଲେ ।

ଏଥର କିନ୍ତୁ କେବଳ ମୁହଁରେ କଥା ନେଇ ଫେରିଲେନି ଡ୍ରାଇଭର ସଂଘର ମାଲିକମାନେ । କିନ୍ତୁ ଚିଫ୍ ସେକ୍ରେଟାରୀଙ୍କ ସହ ଆଲୋଚନା କରିବା ସହ ଲିଖିତ ପ୍ରତିଶ୍ରୁତି ନେଇ ଫେରିଲେ । ଫଳରେ ରାଜ୍ୟ ଡ୍ରାଇଭର ସଂଘ ତୃତୀୟ ଦିନରେ ଆନ୍ଦୋଳନ ପ୍ରତ୍ୟାହାର କରିନେଲା । ତେବେ ଡ୍ରାଇଭର ସଂଘର ମାଲିକଙ୍କ ସହ ଆଲୋଚନା କରି ସରକାର କଥା ଦେଇଛନ୍ତି କି, ତିନି ମାସ ପରେ ସେମାନଙ୍କ ଦାବି ଗୁଡିକୁ ପୂରଣ କରିବାକୁ ଚେଷ୍ଟା କରାଯିବା ।

ଡ୍ରାଇଭରଙ୍କୁ 60 ବର୍ଷରେ ପେନସନ, ବୀମା, ଯାତ୍ରା ବେଳେ ସ୍ଥାନେ ସ୍ଥାନେ ଶୌଚାଳୟ ଓ ବିଶ୍ରାମଗାର ଆଦି 10ଟି ଦାବି ନେଇ ଆନ୍ଦୋଳନ କରିଥିଲେ ଡ୍ରାଇଭର ସଂଘ । ତେବେ ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଏବେ ରାଜ୍ୟରେ ସ୍ଥିତି ସାମାନ୍ଯ ହେଲାଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।