ପରୀକ୍ଷା ପୂର୍ବରୁ ଭାଇରାଲ ହେଉଛି ମାଟ୍ରିକ ପ୍ରଶ୍ନପତ୍ର ! ଏବେ କଣ କରିବ ମାଧ୍ଯମିକ ଶିକ୍ଷା ପରିଷଦ ?

ମାଟ୍ରିକ ପରୀକ୍ଷା ପୂର୍ବରୁ ଭାଇରାଲ ହେଲା ପ୍ରଶ୍ନପତ୍ର । ଆଜି ଇତିହାସ ଓ ରାଜନୀତି ବିଜ୍ଞାନର ପରୀକ୍ଷା ରହିଥିବା ବେଳେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ ଭାଇରାଲ ହେଉଥିବା ପ୍ରଶ୍ନପତ୍ର ଆଜି ହେବାକୁ ଥିବା ପରୀକ୍ଷାର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଏବେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଶୃଙ୍ଖଳାର ସହ ପରୀକ୍ଷା ହେଉଛି ବୋଲି ଦାବି କରି ଆସୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ହେଲେ ପରୀକ୍ଷା ଚାଲିଥିବା ବେଳେ କେଉଁଠି ପ୍ରଶ୍ନପତ୍ର ମୂଲଚାଲ ହେବାର ଅଡିଓ ଭାଇରାଲ ହେଉଛି ତ ଆଉ କେଉଁଠି ଜେରକ୍ସ ଦୋକାନୀମାନେ ମାଇକ୍ରୋ କପି ବାଣ୍ଟୁଥିବାର ଅଭିଯୋଗ ହେଉଛି । ଆଉ ଏବେ ସୋସିଆଲ ମିଡିଆରେ ପରୀକ୍ଷା ପୂର୍ବରୁ ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ଅଭିଯୋଗ ସାମ୍ନାଲୁ ଆସିଛି । ଯାହାକି ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଛି ବୋଲି କୁହାଯାଉଛି ।

ତେବେ ମାଟ୍ରିକ ପିଲା ପରୀକ୍ଷା ଦେବାକୁ ପ୍ରବେଶ କରିବା ପରେ ଜଣାପଡିବ କି । ଏହି ପ୍ରଶ୍ନପତ୍ର ଆଜିର କି ନୁହେଁ । ତେବେ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ଅନୁଷ୍ଠିତ କରିବାକୁ ଚେଷ୍ଟା କରା ଯାଉଥିଲେ ମଧ୍ୟ କେଉଁଠି ନା କେଉଁଠି ତ୍ରୁଟି ବିଚ୍ୟୁତି ହେବା ପରିଲକ୍ଷିତ ହୋଇ ଆସୁଛି । ମାଟ୍ରିକ ପରୀକ୍ଷା ଜଣେ ପିଲାର ଭବିଷ୍ୟତକୁ ଉଜ୍ଵଳ କରିବାର ପ୍ରଥମ ପାହାଚ ବୋଲି କୁହାଯାଉଛି ।

ଆଉ ଏହି ପରୀକ୍ଷା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ସବୁ ନିଆଯାଉଛି । ଆଉ ଏଭଳି ସ୍ଥଳେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ନିହାତି ଭାବେ ଏକ ସାଂଘାତିକ ଘଟଣା । ତେବେ ଏହି ପ୍ରଶ୍ନପତ୍ର ଆଜି ହେବାକୁ ଥିବା ପରୀକ୍ଷାର କି ନୁହେଁ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ । ହ୍ଵାଟ୍ସଆପରେ ବହୁଳ ମାତ୍ରାରେ ଶେୟାର କରା ଯାଉଥିବା ଏହି ପ୍ରଶ୍ନପତ୍ର ସତ କି ମିଛ ମାଧ୍ଯମିକ ଶିକ୍ଷା ପରିଷଦ ତାହା ସ୍ପଷ୍ଟ କରିନା ଉଚିତ । ଯଦି ଏହା ସତ୍ୟ ହୋଇଥାଏ ତେବେ ପରିସ୍ଥିତି ସାଂଘାତିକ ହୋଇପାରେ ।

ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏଭଳି ତ୍ରୁଟି ନିନ୍ଦନୀୟ ଅଟେ । ଏହି ପ୍ରଶ୍ନପତ୍ରର ସତ୍ୟତା ଉପରେ ପ୍ରଶ୍ନବାଚୀ ରହିଥିବା ବେଳେ ଏହା ମିଥ୍ୟା ହୋଇଥାଉ ବୋଲି ସମସ୍ତେ ଆଶା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।