ମାତ୍ର 15 ଦିନରେ ଓଜନ କମାଇଦେବ ଏହି ଘରୋଇ ଆୟୁର୍ବେଦିକ ଫ୍ୟାଟ୍ କଟର୍ ଡ୍ରିଙ୍କ, ପାଣି ଗରମ କରି ଖାଲି ମିଶାଇ ଦିଅନ୍ତୁ ଏହି 1 ଜିନିଷ (Fat Cutter Drink)

ବାଲାନ୍ସ ଡାଏଟ ଏବଂ ଏକ୍ସରସାଇଜ ଆମ ମୋଟାପଣକୁ କମ୍ କରିବାରେ ସାହାଯ୍ୟ କରିଥାଏ । ତେବେ ଏହାକୁ ଧ୍ୟାନରେ ଆମେ ଆପଣଙ୍କ ପାଇଁ ଏମିତି ଏକ ଡ୍ରିଙ୍କ ନେଇ ଆସିଛୁ ଯାହା ସକାଳୁ ଖାଲିପେଟରେ ପାନ କରିବା ଦ୍ଵାରା ମୋଟାପଣ ବହୁ ସହଜରେ ଦୂର ହେବ । ତେବେ ଚାଲନ୍ତୁ ଜଣାଇବା ଏହାକୁ କିପରି ବନାଇବେ । ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ପାନମଧୁରୀ । ପାନମଧୁରୀ ଆମ ଶରୀର ପାଇଁ ଅନେକ ଦିଗରେ ଲାଭଦାୟକ ହୋଇଥାଏ ।

ଅନେକ ସମୟରେ ଦେଖାଯାଇଛି କି ନିଦ ଠିକରେ ନହେବା ଦ୍ଵାରା ହରମୋନରେ ଅସନ୍ତୁଳନ ହୋଇ ଓଜନ ବଢିଥାଏ । ପାନମଧୁରୀ ଡ୍ରିଙ୍କ ସେବନ କରିବା ଦ୍ଵାରା ଆମ ମେଲାଟୋନିନ ହରମୋନ ଠିକରେ ତିଆରି ହେବାସହ ନିଦ ଆସିବାରେ ସାହାଯ୍ୟ କରିଥାଏ । ଖରାପ ମେଟାବୋଲିଜିମ ମଧ୍ୟ ଆମ ଚର୍ବି ବଢିବାର କାରଣ ହୋଇଥାଏ । ମେଟାବୋଲିଜିମ ଠିକ ଥିଲେ ଆମ ଖାଦ୍ଯ ଶକ୍ତିରେ ପରିଣତ ହୋଇ ସାରା ଶରୀରକୁ ଖେଳାଇଯାଏ ।

ନଚେତ ଏହା ଠିକ ଭାବେ ପାଚନ ନହୋଇ ଚର୍ବି ରୂପେ ଜମାହୁଏ । ପାନମଧୁରୀ ଆମ ମେଟାବୋଲିଜିମକୁ ଠିକ ରଖିବାରେ ସାହାଯ୍ୟ କରିଥାଏ । ବାରମ୍ବାର ଭୋକ ଲାଗିବା ମଧ୍ୟ ଓଜନ ବଢିବାର ଆଉ ଏକ କାରଣ ହୋଇଥାଏ । ପାନମଧୁରୀରେ ଫାଇବରର ମାତ୍ର ଅଧିକ ଥାଏ, ଯାହା ଭୋକ ଲାଗିବା ପ୍ରବୃତ୍ତିକୁ କମ୍ କରିଥାଏ ।

ମୋଟାପଣ ବଢିବାର ଅନ୍ୟ ଏକ କାରଣ ହେଉଛି ଶରୀରରେ ଗଚ୍ଛିତ ଆବର୍ଜନା ବା ଟକ୍ସିସିଟି । ଶରୀରରେ ଟକ୍ସିସିଟି ବଢିଲେ ମଧ୍ୟ ହରମୋନରେ ଅସନ୍ତୁଳନ ହୋଇଥାଏ । ଏହିପରି ସମସ୍ଯା ବହୁଦିନ ଧରି ଲାଗି ରହିଲେ ଓ ନିଜକୁ ଡିଟକ୍ସ ନକଲେ ଏହା ମୋଟାପଣ ଭଳି ସମସ୍ଯା ସୃଷ୍ଟି କରିଥାଏ । ପାନମଧୁରୀ ଆମ ଶରୀରର ଅଶୁଦ୍ଧତାକୁ ଡିଟକ୍ସ କରି ବାହାର କରିବା କାମ କରିଥାଏ ।

ଆମ ହରମୋନକୁ ବାଲାନ୍ସ ରଖିବା ସହ ଆମ ଶରୀରୀକୁ ଶକ୍ତିଯୁକ୍ତ ରଖିବାରେ ସାହାଯ୍ୟରେ କରେ ପାନମଧୁରୀ । ପେଟରେ ଥିବା ଏସିଡରେ ଅସନ୍ତୁଳନ ମଧ୍ୟ ମୋଟାପଣ ବଢିବାର ଆଉ ଏକ କାରଣ । ପେଟରେ ଏସିଡ ବଢିଲେ ଶରୀରର ଅନ୍ୟ ସ୍ଥାନରେ ଏବଂ ବିଶେଷ କରି ଲିଭରରେ ଫ୍ୟାଟ ସେଲ୍ସ ଡିପୋଜିଟ ହେବାକୁ ଲାଗେ । ଏହି କାରଣରୁ ପେଟରେ ଫ୍ୟାଟ ଜମା ହୋଇ ମୋଟାପଣର ଶିକାର ହୋଇଥାନ୍ତି ।

ପାନମଧୁରୀ ଆପଣଙ୍କ ଶରୀରର ଏସିଡ ସ୍ତରକୁ ଠିକ ରଖିବାରେ ସାହାଯ୍ୟ କରେ, ଫଳରେ ମୋଟାପଣ ବଢି ନଥାଏ । ଏହି ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ଗ୍ଳାସ ପାଣି ଗରମ କରନ୍ତୁ ଓ ଏହାକୁ ଭଲ ଭାବେ ଫୁଟିବାକୁ ଛାଡି ଦିଅନ୍ତୁ । ପାଣି ଫୁଟିଯିବା ପରେ ଏଥିରେ ଏକ ଚାମୁଚ ପାନମଧୁରୀ ପକାଇ ଏହାକୁ ଢାଙ୍କି ରଖିଦିଅନ୍ତୁ ।

10ରୁ 15 ମିନିଟ ପରେ ଆପଣ ଏହି ପାଣିକୁ ଏକ ଗ୍ଳାସକୁ ଛାଣି ଦିଅନ୍ତୁ । ଏହିପରି କରି ଆପଣ ପ୍ରତିଦିନ ସକାଳେ ଖାଲିପେଟରେ ପିଇବା ଦ୍ଵାରା ଦେଖିବେ ଖୁବ ଶୀଘ୍ର ମୋଟାପଣରୁ ମୁକ୍ତି ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।