ଗତକାଲି ଦିଲ୍ଲୀକୁ ପରାସ୍ତ କରି ଚେନ୍ନାଇ ଫାଇନାଲରେ ପହଞ୍ଚି ଯାଇଛି । ନିଜ ଟିମ୍ କୁ ଶେଷ ଓଭରରେ ଜିତାଇବା ପରେ ଧୋନି କିଛି ଏମିତି କହିଥିଲେ ଯାହା କୋଟି କୋଟି ଭାରତୀୟଙ୍କ ହୃଦୟ ଜିତି ପାରିଛି । ଜିତିବା ପାଇଁ ଶେଷ ଓଭରରେ ମାତ୍ର ୬ ବଲ୍ ରେ ୧୩ ରନ୍ ଆବଶ୍ୟକ ଥିଲା । ଚେନ୍ନାଇ ଖେଳାଳି ଓ ପ୍ରଶଂସକ ଉଭୟଙ୍କ ଆଖି ଛଳଛଳ ହୋଇ ଯାଉଥିଲା । ଚଉକା ଉପରେ ଚଉକା ମାରି ଟିମ୍ କୁ ଜିତାଇବା ପରେ ଧୋନି କଣ କହିଥିଲେ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।
ଆଇପିଏଲ ୨୦୨୧ ଖୁବ ରୋମାଞ୍ଚକ ହୋଇ ଚାଲିଛି । ଗତକାଲି ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ଆଇପିଏଲର ପ୍ରଥମ କ୍ଵାଲିଫାୟର ମ୍ଯାଚ ଖେଳା ଯାଇଥିଲା । ଚେନ୍ନାଇ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ କରିବାକୁ ଛାଡିଥିଲା । ଶ୍ରେୟସ ଆୟର ଓ ଧାୱନ କିଛି ଖାସ କମାଲ କରି ପାରି ନଥିଲେ ମଧ୍ୟ ହିଟମେୟାର, ପୃଥିବୀ ଶ ଓ ପନ୍ଥ ଖୁବ ଶାନଦାର ବ୍ୟାଟିଂ କରି ଟିମ୍ ର ସ୍କୋର ଆଗକୁ ବଢାଇଥିଲେ ଓ ଚେନ୍ନାଇକୁ ୧୭୩ ରନ୍ ର ଲକ୍ଷ୍ୟ ଦେଇଥିଲେ ।
ମ୍ଯାଚଟି ଖୁବ ରୋମାଞ୍ଚକ ହୋଇ ଯାଇଥିଲା ଯେତେବେଳେ ଜିତିବା ପାଇଁ ମାତ୍ର ୬ ବଲ୍ ରେ ୧୩ ରନ୍ ଆବଶ୍ୟକ ଥିଲା ଆଉ ଧୋନି ବ୍ୟାଟିଂ କରୁଥିଲେ । ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇଥିଲେ ମଧ୍ୟ ଲଗାତାର ଚଉକା ମାରି ଧୋନି ଚେନ୍ନାଇକୁ ଜିତାଇ ଦେଇଥିଲେ । କିନ୍ତୁ ଜିତିବା ପରେ ଧୋନି ବିଜୟର ଶ୍ରେୟ ପୁରା ଟିମ୍ କୁ ଦେଇଥିଲେ।
ନିଜ ବୟାନରେ ଧୋନି କହିଥିଲେ କି, “ଏହା ପ୍ରକୃତରେ ଏକ ଶାନଦାର ଦଳୀୟ ଉଦ୍ୟମ ଥିଲା । ଆଜି ଯେପ୍ରକାର ଭାବେ ଟିମ୍ ର ସବୁ ଖେଳାଳି ଏକଜୁଟ ହୋଇ ପ୍ରଦର୍ଶନ କଲେ, ସେଥିପାଇଁ ହିଁ ଆମେ ଜିତି ପାରିଲୁ । ଆଗରେ ବଡ ଲକ୍ଷ୍ୟ ଥିଲେ ମଧ୍ୟ କେହି ଘାବରେଇ ନଥିଲେ ଓ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।” ଏହାସହ ଧୋନି ଋତୁରାଜ, ଉଥାପ୍ପା, ରାୟୁଡୁ, ମୋଇନ ଅଲ୍ଲୀ ଓ ଜାଡେଜା ସମସ୍ତଙ୍କ ନାଁ ନେଇ ସମସ୍ତଙ୍କ ଖେଳର ପ୍ରଶଂସା କରିଥିଲେ ଓ ବିଜୟର ଶ୍ରେୟ ମଧ୍ୟ ଦେଇଥିଲେ ।
ମ୍ଯାଚର ବିଜୟ ଧୋନି ଚେନ୍ନାଇ ଫ୍ୟାନ୍ସଙ୍କୁ ସମର୍ପିତ କରିଥିଲେ ଓ ଆଗକୁ ମଧ୍ୟ ମ୍ଯାଚ ଜିତିବେ ବୋଲି ବିଶ୍ବାସ ଅଛି କହିଥିଲେ। ଧୋନି ସବୁବେଳେ ବିଜୟ ଶ୍ରେୟ ଟିମ୍ କୁ ହିଁ ଦେଇଥାନ୍ତି । ତାଙ୍କର ଏହି ମହାନତା ଯୋଗୁଁ ତାଙ୍କର ସମସ୍ତେ ଦିୱାନା । ଆପଣଙ୍କୁ ଧୋନିଙ୍କ ଏହିସବୁ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଏହିଭଳି ଖେଳ ସମ୍ବନ୍ଧୀୟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।