ମାର୍ଗଶିର ମାସ ( ସୁଦଶା ବ୍ରତ ) ଘରର ମୁଖ୍ୟ ଦ୍ଵାରରେ ରଖି ଦିଅନ୍ତୁ ଏହି 5 ଜିନିଷ, ହେବ ଧନର ବର୍ଷା

କହିବାକୁ ଗଲେ ଘରର ମୁଖ୍ୟ ଦ୍ଵାର ଘରର ପ୍ରମୁଖ ସ୍ଥାନ ଅଟେ ଓ ଘରର ମୁଖ୍ୟ ଦ୍ଵାରରୁ ହିଁ ସକାରାତ୍ମକ ଶକ୍ତି ଓ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏମିତିରେ ଯଦି ମୁଖ୍ୟ ଦ୍ଵାରର ବାସ୍ତୁ ଠିକ ନ ଥାଏ କିମ୍ବା ମୁଖ୍ୟ ଦ୍ଵାର ପାଖରେ ଏମିତି କିଛି ଜିନିଷ ରଖାଯାଏ ଯାହା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ କିମ୍ବା ମୁଖ୍ୟ ଦ୍ଵାର ସଠିକ ସ୍ଥାନରେ ନ ଥାଏ କିମ୍ବା ଘରର ମୁଖ୍ୟ ଦ୍ଵାରରେ କିଛି ଖରାପ ଜିନିଷ ପଡି ରହିଥାଏ ତେବେ ଏହା ଦ୍ଵାରା ଘରେ ନକାରତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଏମିତିରେ ସେହି ଘରେ ରହୁଥିବା ସଦସ୍ୟମାନେ ବିରକ୍ତ ହୋଇ ଯାଆନ୍ତି ଓ ସେମାନଙ୍କର ଧହାନି ହୋଇଥାଏ । ଏହା ସହିତ ବିବାଦ ବି ଲାଗି ରହିଥାଏ । ସେଥିପାଇଁ ଘରର ଦ୍ଵାରକୁ ବାସ୍ତୁ ଅନୁସାରେ ସଠିକ ରଖନ୍ତୁ ।

ଏହା ସହିତ ଘରର ମୁଖ୍ୟ ଦ୍ଵାରକୁ ସବୁବେଳେ ପରିଷ୍କାର ରଖନ୍ତୁ । କହିବାକୁ ଗଲେ ଏହି ମାସଟି ମାତା ଲକ୍ଷ୍ମୀଙ୍କର ମାସ ବୋଲି କୁହାଯାଏ । ଏମିତିରେ ପରିଷ୍କାର ଥିବା ସ୍ଥାନରେ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ମାଣବସା ଗୁରୁବାର ଚାଲିଛି ଓ ଆଜି ସୁଦଶା ବ୍ରତ ଅଟେ ଓ ଏମିତିରେ ଏହି ଦିନରେ ମାତା ଲକ୍ଷ୍ମୀଙ୍କ ପାଦଚିହ୍ନ କିମ୍ବା ପାଦୁକ ଚିହ୍ନ କରନ୍ତୁ । ଏହା ସହିତ ପାଦ ଚିହ୍ନରେ ଚାରି ପଟେ ଗାର ପକାଇ ଦିଅନ୍ତୁ । ଏହା ପରେ ସେହି ଗାର ଉପରେ ମନ୍ଦାର ଫୁଲ କରନ୍ତୁ ।

କହିଦେଉଛୁ କି ଚତୁର୍ଥ ଗୁରୁବାର ଦିନ ମାଣବସା ଗୁରୁବାର ଅଟେ । ସେହି ଦିନରେ ହିଁ ସୁଦଶା ବ୍ରତ ପଡିଥାଏ । ଏମିତିରେ ସେହି ଡାୟାନାରେ ଘରର ଚାରିଆଡେ ଚିତା କରନ୍ତୁ । ଏହା ସହିତ ସେହି ଦିନର ପୂର୍ବ ଦିନ ରାତିରେ ଘରର ଦ୍ଵାର ମୁହଁକୁ ଗୋବର ଦ୍ଵାରା ଲିପନ୍ତୁ ଓ ଏହା ପରେ ଆପଣଙ୍କ ଘରର ଦ୍ଵାର ମୁହଁରେ ଚିତା ପକାନ୍ତୁ । ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି ।

ଏହା ସହିତ ମୁଖ୍ୟ ଦ୍ଵାରର ଡାହାଣ ପାର୍ଶ୍ଵରେ ଗୋଟିଏ ଛୋଟ ଗଡୁ ରଖି ଦିଅନ୍ତୁ ଓ ଏଥିରେ ପାଣି ରଖି ଏଥିରେ ମନ୍ଦାର ଫୁଲ ରଖି ଦିଅନ୍ତୁ । କାରଣ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ସୁଦଶା ବ୍ରତ ଦିନ ଘରର ମୁଖ୍ୟ ଦ୍ଵାରକୁ ଫୁଲ ଦ୍ଵାରା ସୁ ସୁଜ୍ଜିତ କରନ୍ତୁ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଗମନ ଆପଣଙ୍କ ଘରକୁ ହୋଇଥାଏ । ଯଦି ଆପଣ ଏହି ସବୁ ଉପାୟକୁ କରିବେ ତେବେ ଆପଣଙ୍କର ମଙ୍ଗଲ ହେବା ସହିତ ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।