ଯଦି ମିଳୁଛି ଏହି 3 ସଂକେତ ତ ଭାବି ନେବେ ଆପଣଙ୍କ ଭଲ ସମୟ ଆରମ୍ଭ ହେଇସାରିଛି, ଦୁଃଖ, କଷ୍ଟ, ଟଙ୍କାର ଅଭାବ ହେବାକୁ ଯାଉଛି ଶେଷ !

ଘଟଣା ଏବଂ ମନୁଷ୍ୟ ଭିତରେ ଗଭୀର ସମ୍ପର୍କ ଅଛି । ସମୟ ସହିତ ସମସ୍ତ ମଣିଷଙ୍କ ସହ କିଛି ନା କିଛି ଘଟଣା ଘଟିଥାଏ । ଏମିତି କିଛି ଘଟଣା ଥାଏ ଯାହା ଘରକୁ ଖୁସି ନେଇକି ଆସିଥାଏ ଏବଂ ଏମିତି କିଛି ଘଟଣା ଥାଏ ଯାହା ହସ ଖୁସିର ପରିବାରକୁ ଦୁଃଖରେ ପରିଣତ କରିଦିଏ । ଆମର ନୀତି ଦିନ ଜୀବନରେ ଘଟୁଥିବା ଘଟଣାକୁ ସାଧାରଣ ଭାବି ଅଣଦେଖା କରିଦିଅନ୍ତି କିନ୍ତୁ ଏମିତି ବହୁତ ଘଟଣା ଅଛି ଯାହା ଆମ ଭବିଷ୍ୟତକୁ ନେଇ ସୂଚାଇଥାଏ ।

ଶାସ୍ତ୍ରରେ ମଧ୍ୟ କୁହାଯାଇଛି କି ଘଟଣାବଳୀ ଆମ ମଣିଷ ମାନଙ୍କୁ ଅନୁକୂଳ ଏବଂ ପ୍ରତିକୂଳ ବନାଇଥାଏ । ଆଜି ଆମେ ସେହି ଘଟଣା ବିଷୟରେ କହିବୁ ଯାହା ଆମର ଆସୁଥିବା ସମୟରେ ଶୁଭ ସଂକେତ ଦେଇଥାଏ । ଏହି ଘଟଣା ଆମ ପାଖକୁ କୈାଣସି ରୂପରେ ଆସିପାରେ କିନ୍ତୁ ସମୟ ସହ ତାକୁ ଜାଣିବା ଆମ ନିଜ ନିୟନ୍ତ୍ରଣ ଭିତରେ ଥାଏ । ଘଟଣାବଳୀ ଆମ ପାଇଁ କେବେ ଶୁଭ ହୋଇଥାଏ ଆଉ କେବେ ଅଶୁଭ ।

ଏହା ଛଡ଼ା ଘଟଣା ଗୁଡ଼ିକ ଆମ ଜୀବନକୁ ପ୍ରଭାବିତ କରେ । ତେବେ ଆସନ୍ତୁ ଜାଣିବା ଭଲ ଜୀବନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପୂର୍ବରୁ ଆମକୁ ଭଗବାନ କେଉଁ କେଉଁ ସଂକେତ ଦେଇଥାନ୍ତି । ଘରଚଟିଆ ଘରେ ବସା ବନେଇବା : ଶାସ୍ତ୍ରରେ ଏହାକୁ ଶୁଭ ବୋଲି ମାନନ୍ତି । ମାନାଯାଏ ଯେ ଘରଚଟିଆ ଘରେ ବସା ବନାଇ ପିଲା ଜନ୍ମ କଲେ ତାହାକୁ ଖୁସିର ସଂକେତ ବୋଲି ମାନନ୍ତି ।

ଏହି ସଂକେତ ମିଳିବା ପରେ ଆମକୁ ଖୁସି ଖବର ମିଳିବା ଆରମ୍ଭ ହୋଇଯାଏ ଏବଂ ଘରୁ ସଂକଟ ବହୁ ଦୂରକୁ ଚାଲିଯାଏ । ସେଥିପାଇଁ ଘରେ ଘରଚଟିଆ ବସା କରିବା ଅତ୍ୟନ୍ତ ଶୁଭ ବୋଲି ମାନନ୍ତି । ସକାଳ ସମୟରେ ବିଲେଇ ଛୁଆ ଦେଖିବା : ଭଗବାନ ପୃଥିବୀର ନିର୍ମାଣ ପରେ ଦିନ ଆଉ ରାତି ତିଆରି କଲେ । ଏହା ମଧ୍ୟରୁ ଦିନକୁ ଭଲର ପ୍ରତୀକ ବୋଲି ମାନନ୍ତି ଏବଂ ରାତିକୁ ନକାରାତ୍ମକ ଶକ୍ତିର ଆକାର ବୋଲି ମାନନ୍ତି ।

ସକାଳୁ ଉଠି ଜଦି କୈାଣସି ଶୁଭ ସମାଚାର ମିଳେ ତେବେ ପୂରା ଦିନ ଶୁଭ ବୋଲି ମାନନ୍ତି । ସକାଳୁ ଉଠି ଜଦି ବିଲେଇ ଛୁଆ ନଜର ଆସେ ତେବେ ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ଶୁଭ ସଂକେତ ଦେଇଥାଏ । ଜଦି ଆପଣଙ୍କ ସହ ଏମିତି କିଛି ଘଟଣା ଘଟୁଛି ତାହେଲେ ଭାବି ନିଅନ୍ତୁ ଖୁସିର ସମୟ ଆଉ ଅଳ୍ପ କିଛି ଦୂରରେ ।

ପିମ୍ପୁଡ଼ିଙ୍କ ଦଳ ଘରେ ଦେଖାଦେବା : ପିମ୍ପୁଡ଼ି ନାଁ ଆସିଲେ ଆମ ସମସ୍ତଙ୍କୁ ରାଗ ଆସିଥାଏ କିନ୍ତୁ ପିମ୍ପୁଡ଼ି ଯେତିକି ପରିଶ୍ରମ କରେ ଆମେ ୧୦୦ଜନ୍ମ ପର୍ଯ୍ୟନ୍ତ କରିପାରିବା ନାହିଁ । ଏହା ଛଡ଼ା ପିମ୍ପୁଡ଼ି ଏକତାର ପ୍ରତୀକ ଅଟେ । ଏମାନେ ସବୁବେଳେ ଲାଇନ ବନାଇ ଚାଲନ୍ତି । ଜଦି ଆପଣଙ୍କ ଘରେ କଳା ପିମ୍ପୁଡ଼ି ଦେଖାଦିଅନ୍ତି ତେବେ ଏହାକୁ ଶୁଭ ସମୟର ସଂକେତ ଅଟେ । ଏହାର ମାନେ ଅତି ଶିଘ୍ର ଖୁସି ଆପଣଙ୍କ ପାଦ ଛୁଇଁବାକୁ ଯାଉଛି ଏବଂ ଆପଣଙ୍କୁ ଧନର ପ୍ରାପ୍ତି ହବାକୁ ଯାଉଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।