ଆରମ୍ଭ ହୋଇଛି ମାର୍ଚ୍ଚ ମାସ । ଏହି ମାସରେ ଦେଶରେ ବିଭିନ୍ନ ପ୍ରକାର ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ମାର୍ଚ୍ଚ ମାସରେ କେଉଁ ସବୁ ନୂଆ ନିୟମ ବଦଳିବାକୁ ଯାଉଛି । ପ୍ରଥମେ ନେଇ ଆସିଛୁ ଓଡିଶା ପାଇଁ ଗୋଟିଏ ଖୁସି ଖବର । ଆଜିଠାରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମାର୍ଚ୍ଚ ୧ ତାରିଖ ଠାରୁ ସ୍ପାଇସ ଜେଟ୍ ମୁମ୍ବାଇକୁ ବିମାନ ସେବା ଆରମ୍ଭ କରିବ । ଏହାସହ ନୂଆଦିଲ୍ଲୀକୁ ମଧ୍ୟ ଏକ ଅତିରିକ୍ତ ବିମାନ ଉଡାଣ କରିବାକୁ ରହିଛି ।

ଏଥିପାଇଁ ମାର୍ଚ୍ଚ ୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ନୂଆ ସିଡ୍ୟୁଲ ଘୋଷଣା କରାଯାଇଛି । ମୁମ୍ବାଇ ଓ ଦିଲ୍ଲୀକୁ ବିମାନ ଚଳାଚଳ ପାଇଁ ନୂଆ ସମୟ ସାରଣୀ ଲାଗୁ ହେବା ସହ ଅନଲାଇନ ଟିକେଟ ବୁକିଂ ମଧ୍ୟ ଚାଲୁ ରହିଛି । ଆଜିଠାରୁ ବିମାନ ଚାର୍ଜ ମହଙ୍ଗା ହୋଇପାରେ । କାରଣ ଜେଟ୍ ଇନ୍ଧନର ଦର ଦ୍ରୁତଗତିରେ ବଢିଥିବାରୁ ଦକ୍ଷିଣ କୋରିଆ ଏୟାରଲାଇନ୍ସ ମାର୍ଚ୍ଚ ମାସରେ ଇନ୍ଧନ ସରଚାର୍ଜ ବଢାଇବାକୁ ପ୍ରସ୍ତୁତ ହୋଇଛି ।
ଏଣିକି ଆନ୍ତର୍ଜାତୀୟ ପଥରେ ୱାନୱେ ଟିକେଟ ପାଇଁ ସରଚାର୍ଜ ୧୮୦୦୦/- ଟଙ୍କାରୁ ଆରମ୍ଭ ହୋଇ ୧,୩୮,୨୦୦/-ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆଶ୍ଵସ୍ତିଜନକ ଖବର । କାରଣ ଦୀର୍ଘ ୨୩ମାସ ଧରି ଆନ୍ତର୍ଜାତୀୟ ବିମାନସେବା ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇପାରନ୍ତି ସରକାର । ଆଜିଠାରୁ ଦେଶରେ ନିୟମିତ ଆନ୍ତର୍ଜାତୀୟ ବିମାନସେବା ପୁଣି ଥରେ ଆରମ୍ଭ ହୋଇପାରେ ।

ଆମେରିକାର ଏଚ-୧ବି ଭିସା ପାଇଁ ମାର୍ଚ୍ଚ ୧ରୁ ପଞ୍ଜୀକରଣ ଅନଲାଇନ ମାଧ୍ୟମରେ ଆରମ୍ଭ ହେବ । ମାର୍ଚ୍ଚ ୧୮ ତାରିଖ ପାଇଁ ଏହି ଭିସା ପାଇଁ ପଞ୍ଜୀକରଣ କରିହେବ । ମାର୍ଚ୍ଚରୁ ଟ୍ରାଫିକ ଚାଲାଣରେ ରିହାତି ମିଳିବ । ହାଇଦ୍ରାବାଦ ଏବଂ ରଚାକୋଣ୍ଡା କମିଶନରେଟ ପୋଲିସ ଆଜିଠାରୁ ଟ୍ରାଫିକ ଚାଲାଣରେ ରିହାତି ଦେବାକୁ ବ୍ୟବସ୍ଥା କରୁଛି । ମାର୍ଚ୍ଚ ୧ ରୁ ୩୧ ତାରିଖ ମଧ୍ୟରେ ମୋଟରସାଇକେଲ ଚାଳକଙ୍କ ଉପରେ ଲାଗିଥିବା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରିହାତି ଶୁଳ୍କ ଅନୁଯାୟୀ ଯଦି ଚାଲାଣ ଜୋରିମାନା ୧୦୦ଟଙ୍କା ଥାଏ ତେବେ ଚାଳକଙ୍କୁ କେବଳ ୨୫ତାଙ୍କ ଦେବାକୁ ପଡିବ । ଆଜିଠାରୁ ଦିଲ୍ଲୀର ଚିଡିଆଖାନା ପର୍ଯ୍ୟଟକଙ୍କ ପାଇଁ ଖୋଲିବ । କରୋନା କଟକଣା ଯୋଗୁଁ ବନ୍ଦ ଥିବା ଏହି ଚିଡିଆଖାନାକୁ ସୀମିତ ପର୍ଯ୍ୟଟକଙ୍କ ଖୋଲିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଏବଂ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ମାସରୁ ଆରମ୍ଭ ହେବ ।

ଗତକିଛି ମାସ ହେବ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ କୋଭିଡ ହସ୍ପିଟାଲ ବେଡଗୁଡିକୁ କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ବିଏମସି । ସେଥିପାଇଁ ଆଜିଠାରୁ ହାଇଟେକ କୋଭିଡ ହସ୍ପିଟାଲ ବନ୍ଦ ହେବ ଓ ଧୀରେ ଧୀରେ ଅନ୍ୟ ସବୁ କୋଭିଡ ହସ୍ପିଟାଲ ବନ୍ଦ ହେବ ବୋଲି କୁହାଯାଉଛି । ଚଳିତ ମାସ ପ୍ରଥମ ସପ୍ତାହରୁରୁ ୧୨-୧୪ ବର୍ଷର ପିଲାଙ୍କୁ ଦିଆ ଯାଇପାରେ ଟୀକା । ଏବେ ୧୫ରୁ ୧୮ବର୍ଷର ପିଲାଙ୍କୁ ପ୍ରାଥମିକତା ସ୍ଥିତିରେ ଟୀକା ଦିଆଯାଉଛି ।
ମାର୍ଚ୍ଚ ୨୭ରେ ବିଶ୍ଵ ନାଟ୍ଯ ଦିବସ ପଡୁଥିବାରୁ ଏହି ମାସକୁ ସଂପୂର୍ଣ୍ଣ ଭାବେ ନାଟକ, ନାଟ୍ୟକାର, ନାଟ୍ୟ କଳାକାର ଏବଂ ନାଟ୍ଯ ପ୍ରେମୀଙ୍କୁ ଉତ୍ସର୍ଗ କରାଯିବ । ମାର୍ଚ୍ଚ ୧ରୁ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ସ୍ଵାଦର ନାଟକ ରବୀନ୍ଦ୍ର ମଣ୍ଡପରେ ପରିବେଷଣ ହେବ ।

ଆଇପିଏଲ ପ୍ରେମୀଙ୍କ ପାଇଁ ମଧ୍ୟ ରହିଛି ଖୁସି ଖବର । ମାର୍ଚ୍ଚ ୨୭ ତାରିଖରୁ ଚଳିତ ବର୍ଷର ପ୍ରଥମ ଆଇପିଏଲ ମ୍ଯାଚ ଖେଳାଯିବା ନେଇ ସୂଚନା ମିଳିଛି । ଏଥର ସମୁଦାୟ ୧୦ଟି ଟିମ୍ ମଇଦାନକୁ ଓହ୍ଲାଇବେ । ଏହାସହ ମାର୍ଚ୍ଚ ମାସରୁ ଆଗୁଆ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବାକୁ ଯାଉଛି । ଯାହାଫଳରେ ସାରା ଓଡିଶା ତାତିବ । କିନ୍ତୁ ଓଡିଶାରେ ମୌସୁମୀ ଠିକ ରହିବ ବୋଲି ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।