ମନ୍ତ୍ରୀ ହେବ ତ ଏମିତି ! କରୋନା କାଳରେ ଏହି ମନ୍ତ୍ରୀ ମାନେ ଦେଲେ ମାନବିକତାର ପ୍ରମାଣ, କରି ଦେଖାଇଲେ କିଛି ଏମିତି କାମ, ଆପଣ ବି କରିବେ ସଲାମ !

ଭାରତ ଏକ ସ୍ଵତନ୍ତ୍ର ରାଜ୍ୟ ଏହା ସହ ଏଠାରେ ବହୁଦଳୀୟ ବ୍ୟବସ୍ଥା ମଧ୍ୟ ଅଛି । ତେବେ ଏହି ବିପଦ କାଳୀନ ପରିସ୍ଥିରେ ମାନେ କରୋନା ର ଜରୁରୀ କାଳୀନ ପରିସ୍ଥିତିରେ ଆମେ ନିଜ ଲୋକ ମାନଙ୍କୁ ଜାଣି ପାରୁନୁ । ଏହା ଅମାନବିକତା ଅଟେ । ତେବେ ଆମ ଦେଶର କିଛି ନେତା ମାନେ ନିଜକୁ କରୋନା ଯୋଧ୍ୟା ବୋଲି ପ୍ରମାଣିତ କରିଛନ୍ତି । କାହାର ହାତ ଟେକା ଜିନିଷକୁ କିମ୍ବା ବୀନା କାହା ସାହାଯ୍ୟରେ ସେମାନେ ବୁଲି ବୁଲି ସମାଜର ସେବା କରୁଛନ୍ତି । ଏଭଳି ପରିସ୍ଥିତିରେ ଏଭଳି କାମ ଦେଖିଲେ ସତରେ ମଣିଷ ମନରେ ଏକ ଆଶା ଜନ୍ମେ ।

ଯେଉଁ ଜାଗାରେ ନିଜ ଲୋକ ହାତ ଛାଡି ଦେଉଛନ୍ତି ସେଠାରେ ଆମେ ଜିତେଇଥିବା ନେତା ମାନେ କିଭଳି ଦେଶର ସେବାରେ ଆଗକୁ ଆସିଛନ୍ତି ତାହା ଜାଣିବା ଆସନ୍ତୁ । ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁନ ସିଂ ତୋମାର ।

ନିଜ ହାତରେ କରିଛନ୍ତି ସହର କୁ ସାନିଟାଇଜ । ତେବେ କରୋନା ପରିସ୍ଥିତିରେ ସେ କଣ କଣ ସବୁ ବ୍ୟବସ୍ଥା ହୋଇଛି ତାହା ତଦାରଖ କରିବା ପାଇଁ ଆସିଥିଲେ । ମାତ୍ର କାମ ସମୟରେ ଜଣେ କର୍ମଚାରି ସାନିଟାଇଜ ନ କରି ଘରେ ସୋଇଥିବାର ଦେଖି ସେ ରାଗି ଯାଇଥିଲେ ଓ ନିଜେ ବୁଲି ବୁଲି ପ୍ରାୟ ଏକ ଘଣ୍ଟାରୁ ବି ଅଧିକ ସମୟ ଧରି ସାନିଟାଇଜ କରିଥିଲେ ସହର ର ଗଳି କନ୍ଦିକୂ ।

ଏହା ପରେ ସେ ହୋସପିଟାଲ ଯାଇ ରୋଗୀ ମାନଙ୍କୁ ଉତ୍ତମ ରୂପେ ଚିକିସ୍ଛା ମିଳୁଛିକି ନାଇ ପଚାରି ବୁଝିଥିଲେ । ତେବେ ଗୁରୁତୋର ରୋଗୀଙ୍କୁ ଅଧିକ ଧ୍ୟାନ ରଖିବା ପାଇଁ କହି ଥିଲେ ମନ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଡିରେ ପ୍ରଦ୍ଯୁନ ସିଂ ତୋମାର ଏକ ଆଦର୍ଶ ପାଲଟିଛନ୍ତି ।

ତେବେ କିଭଳି ରୋଗୀଙ୍କ ପାଇଁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଆମ୍ବୁଲାନ୍ସ ର ଡ୍ରାଇଭର ପାଲଟି ଥିଲେ ତାହା ମଧ୍ୟ ଆମେ ଆପଣଙ୍କୁ କହିଥିଲୁ । ବରଗଡ ଷୋହେଲା ବ୍ଲକ ତବଡା ଗାଁ ର ଜଣେ ଯୁବକ କରୋନା ରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିବା ଖବର ଯେତେବେଳେ ମନ୍ତ୍ରୀଙ୍କ ପାଖରେ ପହଞ୍ଚି ଥିଲା ସେତେବେଳେ ସେ ନିଜେ ଆମ୍ବୁଲାନ୍ସ ଚଳାଇ ରୋଗୀଙ୍କ ପାଖରେ ପହଞ୍ଚି ଥିଲେ ।

କେବଳ ଏତିକି ନୁହେଁ ପରିସ୍ଥିତିକୁ ଆଖି ଆଗରେ ରଖି ସେ ଗୋଟେ ଆମ୍ବୁଲାନ୍ସ ଓ ୧୫ ଟି ସିଲିଣ୍ଡର ଲୋକଙ୍କ ପାଇଁ ଦାନ କରିଛନ୍ତି । ଏଭଳି ଭାବେ ମାନବିକତାର ପରିଚୟ ଦେଇଛନ୍ତି ଆମ ବିଧାୟକ ମାନେ ଏହା ସତରେ ଏକ ମାନବିକତାର ପ୍ରମାଣ ଅଟେ । ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଦେଶ ଦୁନିଆର ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ