ଜଣେ ଚାଷୀ ବହୁତ କଷ୍ଟ କରି ଚାଷ କରି ଫସଲ ଅମଳ କରିଥାଏ, ଯଦି ସେହି ଫସଲକୁ କେଉଁ ପ୍ରାଣୀ ନଷ୍ଟ କରେ ତା’ହେଲେ ତାର କଷ୍ଟର କୌଣସି ମୂଲ୍ୟ ରହେ ନାହିଁ । ଏହି ପ୍ରାଣୀମାନଙ୍କୁ ଫସଲରୁ ଦୁରେଇ ରଖିବା ପାଇଁ ଚାଷୀମାନେ ବିଭିନ୍ନ ଉପାୟ କରିଥାନ୍ତି । ଆପଣମାନେ କ୍ଷେତରେ କୃତ୍ରିମ ମଣିଷର ଉପାୟ ଦେଖିଥିବେ । କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଫସଲ କୁ ନଷ୍ଟ କରନ୍ତି ବା ସେହି ଫସଲକୁ ଖାଇଦିଆନ୍ତି, ସେହି ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ ହେଲା ମାଙ୍କଡ ।
ମାଙ୍କଡମାନେ ମେଳ ହୋଇ ଆସନ୍ତି ଫସଲକୁ ନଷ୍ଟ କରିଦିଅନ୍ତି । ମାଙ୍କଡଙ୍କୁ ଫସଲରୁ ଦୂରେଇ ରଖିବା ପାଇଁ କୃତ୍ରିମ ମଣିଷ ଫର୍ମୁଲା ମଧ୍ୟ ଫେଲ୍ ହୋଇଯାଇଥାଏ । ଏମିତିରେ କର୍ଣ୍ଣାଟକର ଏକ ଚାଷୀ ଏହି ମାଙ୍କଡଙ୍କୁ ଫସଲ ଠାରୁ ଦୂରେଇ ରଖିବା ପାଇଁ ଏକ ଭିନ୍ନ ଓ ନୂଆ ଉପାୟ ବାହାର କରିଛନ୍ତି ।
କର୍ଣ୍ଣାଟକର ଏକ ଗାଁରେ ଜଣେ ଚାଷୀ ଶ୍ରୀକାନ୍ତ ଗୌଡା ଏପରି ଏକ ଉପାୟ କରିଛନ୍ତି ଯାହା ଫଳରେ ମାଙ୍କଡମାନେ ଚାଷ ଜମିକୁ ଆସିବା ପାଇଁ ଡରୁଛନ୍ତି । ସେ ତାଙ୍କ କୁକୁରକୁ ରଙ୍ଗ କରି ବାଘ ପରି କରିଦେଇଛନ୍ତି । ଏଥି ପାଇଁ ସେ ହେୟାର କଲରକୁ ବ୍ୟବହାର କରି ନିଜ କୁକୁର ଦେହରେ ବାଘ ପରି କଳା କଳା ଗାର କରିଦେଲେ । ଏହା ପରେ ଶ୍ରୀକାନ୍ତ ନିଜ କୁକୁରର କିଛି ଫଟୋ ଉଠାଇ ନିଜ ଚାଷ ଜମିରେ ଲଗାଇଦେଲେ । ଫଳରେ ମାଙ୍କଡମାନେ ଚାଷ ଜମି ଭିତରକୁ ପଶିବା ପାଇଁ ଡରିଲେ ।
ଶ୍ରୀକାନ୍ତ କହିଲେ କି ଏହି ଅଦ୍ଭୁତ ଉପାୟ ଓ ପ୍ରେରଣା ତାଙ୍କୁ ସେତେବେଳେ ମିଳିଥିଲା ୪ ବର୍ଷ ପୂର୍ବେ ଯେତେବେଳେ ସେ ଉତ୍ତର କନ୍ନାଡା ଜିଲ୍ଲାର ଭଟକଲ କୁ ଯାଇଥିଲେ । ସେଠାରେ ଜଣେ ଚାଷୀ ମାଙ୍କଡଙ୍କୁ କ୍ଷେତରୁ ଦୂରେଇ ରଖିବା ପାଇଁ ବାଘର ଗୋଟିଏ ପ୍ରତିମୂର୍ତ୍ତି ରଖିଥିଲା । ସେହିଠାରୁ ପ୍ରେରଣା ପାଇ ସେ ଏହି ଉପାୟଟି ବାହାର କଲେ । ଏହା ଫଳରେ ତାଙ୍କ କ୍ଷେତରେ ମାଙ୍କଡମାନେ ପଶିବା ପାଇଁ ଡରୁଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।