ମୃତ୍ୟୁ ପରେ ଶବକୁ ଏକୁଟିଆ କାହିଁକି ଛଡ଼ାଯାଏ ନାହିଁ ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ଆପଣ ମାନେ ଜାଣିଥିବେ ଯେପରି ଦିନ ପରେ ରାତି ଆସେ ଏହା ଏକ ଚିରନ୍ତ ସତ୍ୟ ସେହିପରି ଜନ୍ମ ପରେ ମୁତୟୁ ଆସେ ଏହା ଏକ ଯିବ ଜଗତର ନିରନ୍ତର ସତ୍ୟ ଅଟେ । ତଥାପି କିଛି ଲୋକ ଏହି ସତ୍ୟକୁ ମାନିବାକୁ ପ୍ରସ୍ତୁତ ନ ଥାନ୍ତି । ଏହାତ ସତ୍ୟ କି ପୃଥିବୀ ପୃଷ୍ଠାରେ ଜନ୍ମ ନେଇଥିବା ସବୁ ପ୍ରାଣୀକୁ ଦିନେ ନା ଦିନେ ଏହି ଜଗତରୁ ତାର ଶରୀର କୁ ଛାଡି ଯିବାକୁ ହେବ । ହିନ୍ଦୁ ଶାସ୍ତ୍ର ଅନୁସାରେ ମୁତୟୁ ପରେ ଶବକୁ ଅଗ୍ନି ଦ୍ୱାରା ଜଳାଯାଇଥାଏ ।

ଯେଉଁ ବ୍ୟକ୍ତିର ମୁତୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତାକୁ ସେହି ଦୀନ ସଂସ୍କାର ନକରି ପର ଦିନ ସକାଳେ ତାର ସଂସ୍କାର କରାଯାଏ । ଏମିତିରେ ଆପଣ ଜାଣିଥିବେ ଯଦି କୌଣସି ପରିବାରରେ କାହାର ମୁତୟୁ ସୁର୍ଯ୍ୟାସ୍ତ ପରେ ହୋଇଯାଏ ତେବେ ତାର ଶବକୁ ଏକୁଟିଆ ଛଡ଼ାଯାଏ ନାହିଁ ।

କିନ୍ତୁ ଆପଣ ଜାଣନ୍ତିକି ରାତିସାରା ଶବକୁ ଏକା କାହିଁକି ଛଡ଼ାଯାଏ ନାହିଁ । ତେବେ ଆସନ୍ତୁ ଜାଣିବା କାହିଁକି ମୁତୟୁ ପରେ ଶବକୁ ଦାହ ସଂସ୍କାର କରିବା ପୁର୍ବରୁ ଏକା ଛଡ଼ାଯାଏ ନାହିଁ । ଗରୁଡ ପୁରାଣ ଅନୁସାରେ କୌଣସି ପରିବାର ରେ ଯଦି କେହି ଶୁର୍ଯ୍ୟାସ୍ତ ପରେ ମୁତୟୁ ହୋଇଯାଏ ତାର ଶବକୁ ସେହି ସମୟରେ ଶବର ଦାହ ସଂସ୍କାର ନ କରି ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ ।

ଗରୁଡ ପୁରାଣ ଅନୁସାରେ କୌଣସି ମୁତୟୁ ବ୍ୟକ୍ତିର ଶବକୁ ସନ୍ଧ୍ୟା ବେଳେ କିମ୍ବା ପଞ୍ଚକ ସମୟରେ ଦାହ ସଂସ୍କାର କରାଗଲେ ସେହି ବ୍ୟକ୍ତିକୁ ମୋକ୍ଷ ମିଳେ ନାହିଁ । ଏଥିପାଇଁ କୌଣସି ବ୍ୟକ୍ତି ସନ୍ଧ୍ୟା ସମୟରେ ମରିଗଲେ ତାର ଶବକୁ ରାତିରେ ସ୍ମଶାନ କୁ ନିଆଯାଏ ନାହିଁ ଓ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ । ସେହି ଶବକୁ ଏକୁଟିଆ ଛାଡି ଯାଆନ୍ତି ନାହିଁ । ସେହି ଶବ ପାଖରେ କେହିବି ଜଣେ ବସିଥାନ୍ତି ।

ଶବକୁ ଏକୁଟିଆ ଛାଡି ନଯିବାର ମୁଖ୍ୟ କାରଣ ହେଲା ସେହି ଶବକୁ ଏକୁଟିଆ ଦେଖି କୁକୁର ବିଲେଇ ଖାଇଯିବେ । ଗରୁଡ ପୁରାଣ ଅନୁସାରେ ଆତ୍ମାକୁ ବି ଏହି ପରି କଷ୍ଟ ସହିବାକୁ ପଡିଥାଏ । ଶବକୁ ଏକୁଟିଆ ଛାଡିଦେବେ ତ ଗନ୍ଧ ଆସିଥାଏ । ସେଥିପାଇଁ ଶବ ପାଖରେ ବସିଥିବା ବ୍ୟକ୍ତି ଧୂପକାଠି ଜଳାଇବା ଉଚିତ ଯାହାଦ୍ବାରା କି ଶବ ପାଖରୁ ଦୁର୍ଗନ୍ଧ ଚାରିଆଡେ ନ ବ୍ୟପୁ ।

ଗରୁଡ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ କହିଥାନ୍ତି ଯଦି କୌଣସି ବ୍ୟକ୍ତି ମୁତୟୁ ହୋଇଯାଇଥାଏ ତାର ଯଦି ସନ୍ତାନ ନାହିଁ ଏହି ସମୟରେ ଘରେ ଶବକୁ ରଖାଯାଇପାରିବ । କି ତାର ପୁତ୍ର କି ପୁତ୍ରୀ ନ ଆସିଥାଏ ।ଯଦି ସନ୍ତାନ ତାର ମୁଖାଗ୍ନି  ନ ଦେଇଥାଏ ତାର ଉଧାର ହୋଇନଥାଏ । ବହୁତ ବର୍ଷ ପର୍ଯ୍ୟନ୍ତ ମୃତ୍ୟୁ ଲୋକରେ ଭଟକି ଥାଅନ୍ତି । ସୂର୍ଯ୍ୟ ଉଦୟ ପରେ ମୁତୟୁ ଶରୀରକୁ ଜଳା ଯାଏ ବା ଅନ୍ତିମ ସଂସ୍କାର କରା ଯାଏ । ମୁତୟୁ ଆତ୍ମା ରାକ୍ଷସ ପିଶାଚ କୂଳରେ ଜନ୍ମ ନେଇଥାନ୍ତି । ତାକୁ ବହୁତ କଷ୍ଟ ସହିବାକୁ ପଡିଥାଏ ।

ରାତିରେ ମୁତୟୁ ଶରୀର କୁ ଏକା ଛାଡିଦେଲେ ତାର ଚତୁର୍ପାଶ୍ୱ ରେ ଥିବା ଦୁଷ୍ଟ ଆତ୍ମା ସେହି ଶରୀରରେ ପ୍ରବେଶ କରିଥାଏ ଯାହାଫଳରେ କି ମୃତକ ଙ୍କ ସହ ତାଙ୍କର ସମ୍ପର୍କୀୟ ମାନେ ମଧ୍ୟ ବହୁତ କଷ୍ଟ ପାଇଥାନ୍ତି । ଏହାସହ ମୁତତ ବ୍ୟକ୍ତିର ଆତ୍ମା ସେଠାରେ ବିଚରଣ କରିଥାଏ ଏବଂ ତାର ପରିବାର ବର୍ଗଙ୍କୁ ଦେଖୁଥାଏ । କୁହାଯାଏ କି ମୁତୟୁ ପରେ ଶରୀର ଆତ୍ମାରୁ ଖାଲି ହୋଇଥାଏ ଏହି କାରଣରୁ ସେହି ମୁତତ ଶରୀରରେ ଦୁଷ୍ଟ ଅଷ୍ଟମର ପ୍ରଭାବ ପଡିଥାଏ । ଏଥିପାଇଁ ଶବକୁ ଏକା ଛଡ଼ାଯାଏ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।