ନମସ୍କାର ବନ୍ଧୁଗଣ, ମଣିଷ ରହିବା ପାଇଁ ପୃଥିବୀ ହିଁ ଏକମାତ୍ର ଗ୍ରହ ଅଟେ ବୋଲି ଆପଣ ମାନେ ଜାଣିଥିବେ । କିନ୍ତୁ ବୈଜ୍ଞାନିକ ମାନଙ୍କ ସୂଚନା ଅନୁଯାୟୀ ମଣିଷ ରହିବା ଆଉ ଏକ ଗ୍ରହ ଠାବ କରାଯାଇଛି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗୁଥାଇ ପାରେ କିନ୍ତୁ ଏହା ସତ୍ୟ । ମଣିଷ ବଞ୍ଚିବା ପାଇଁ ପାଞ୍ଚ ପ୍ରକୃତିକ ତତ୍ତ୍ଵର ଆବଶ୍ୟକତା ରହିଛି । ଏହିସବୁ ଯେଉଁ ଗ୍ରହରେ ରହିଥାଏ ସେହି ଗ୍ରହ ମଣିଷ ପାଇଁ ଉପଯୋଗୀ ବୋଲି ବୈଜ୍ଞାନିକ ମତ ଦେଇଥାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ମହାକାଶରେ ପୃଥିବୀ ଠାରୁ 31 ଆଲୋକ ବର୍ଷ ଦୂରରେ ଆଉ ଏକ ଗ୍ରହର ସନ୍ଧାନ ମିଳିଛି । ସେହିଠାରୁ ଜୀବନ ବଞ୍ଚିବା ସମ୍ଭବ ବୋଲି କୁହାଯାଉଛି । ଏବେ ଯାଏ ପ୍ରାୟ ୫୦୦୦ ଏକ୍ସୋପ୍ଲାନେଟର ସନ୍ଧାନ ମିଳିସାରିଛି । ସେଥି ମଧ୍ୟରୁ କେବଳ ୨୦୦ ଟି ଏକ୍ସୋପ୍ଲାନେଟ ମଣିଷ ରହିବା ପାଇଁ ଉପଯୋଗୀ ହେବ ବୋଲି ବୈଜ୍ଞାନିକ ମାନେ ନିଜର ମତ ଦେଇଛନ୍ତି । ବର୍ତ୍ତମାନ ମିଳିଥିବା ଗ୍ରହକୁ ଉଲ୍ଫ1069B ଭାବରେ ନାମିତ କରାଯାଇଛି ।
ଏହି ପ୍ଲାନେଟର ସନ୍ଧାନରେ ଦୁନିଆର ୫୦ରୁ ଅଧିକ ବୈଜ୍ଞାନିକ ଲାଗିପଡିଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ ଏହି ଗ୍ରହ ରେଡ ଦ୍ଵାର୍ଫ ନକ୍ଷତ୍ର ଉଲ୍ଫ1069 ଚାରିପଟେ ଘୂରୁଛି । ଏହି ଗ୍ରହ ପୃଥିବୀ ଠାରୁ 1.26 ଗୁଣ ଅଧିକ ଭାରି ହୋଇଥିବା ବେଳେ ପୃଥିବୀ ଠାରୁ 1.08 ଗୁଣ ବଡ ଅଟେ । ଏହି ଗ୍ରହରେ ଜୀବନ ଗଢିଉଠିବା ପାଇଁ ଆବଶ୍ୟକ ଉପାଦାନ ରହିଛି । ଏଠାରେ ପାଣି ଥିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।
ଏହି ଗ୍ରହ ନିଜ ନିକଟର ନକ୍ଷତ୍ର ଚାରିପାଖେ ଥରେ ଘୂରିବା ପାଇଁ 88 ଦିନ ସମୟ ନେଉଛି । ଏହି କାରଣ ପାଇଁ ଏଠାରେ ତାପମାତ୍ରା ମାଇନସ ଡିଗ୍ରୀ ରହିଛି । ଏହି ଗ୍ରହର ତାପମାତ୍ରା ପ୍ରାୟ ମାଇନସ 40 ରୁ 25 ଡିଗ୍ରୀ ରହିଛି । ତେବେ ଏହି ତାପମାତ୍ରାରେ ମଣିଷ ରହିବା ସମ୍ଭବ ବୋଲି କହିଛନ୍ତି ବୈଜ୍ଞାନିକ ଡାଇନା କୋଷା ବୁସ୍କି ।
ଏହାର ଗୋଟିଏ ପାର୍ଶ୍ଵ ଆଲୋକିତ ରହୁଥିବା ବେଳେ ଆଉ ଏକ ପାର୍ଶ୍ଵ ସମ୍ପୂର୍ଣ ଅନ୍ଧକାର ଅଟେ । ତେଣୁ ଏହାର ଆଲୋକିତ ଅଂଶରେ ଜୀବନ ସମ୍ଭବ । ଏହି ଗ୍ରହରେ ପୃଥିବୀ ଭଳି ଦିନ ରାତି ନାହିଁ । ପୃଥିବୀ ପରେ ଏହି ଗ୍ରହ ଷଷ୍ଠ ତମ ବାସ ଉପଯୋଗୀ ଗ୍ରହ । ଏହି ଗ୍ରହକୁ ଟେଲିସ୍ଜୋପ ମାଧ୍ୟମରେ ଠାବ କାରାଯାଇଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।