ଏଠି ମରି ଯାଇଛି ମାନବିକତା, ଛୁଆର ଲାସକୁ ନେଇ ଦୌଡୁଥିବା ମାକୁ ଦେଖି ସୋସିଆଲ ମିଡିଆରେ ଲୋକେ…

ଏହି ଲକଡାଉନ ମଧ୍ୟରେ ସବୁଠୁ ବଡ ଦୁଃଖର ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି । ବିହାରର ଜହାନାବାଦରେ ଏକ ମା ନିଜ କୋଳରେ ଧରି ରୋଗରେ ପୀଡିତ ନିଜର ଶିଶୁର ଚିକିତ୍ସା କରିବା ନିମନ୍ତେ ହସ୍ପିଟାଲକୁ ଯିବା ପାଇଁ ରାସ୍ତା ସାରା ଦୌଡି ଦୌଡି ଆମ୍ବୁଲାନ୍ସ ଖୋଜୁ ଥିଲା କିନ୍ତୁ ଶେଷରେ ଶିଶୁଟି ନିଜ ମା କୋଳରେ ହିଁ ଶେଷ ନିଶ୍ଵାସ ନେଲା । କହିବାକୁ ଗଲେ ପ୍ରଶାସନ ନିଜ ଦାୟିତ୍ଵରେ ଅବହେଳା କରିବା କାରଣରୁ ଏହି ୩ ବର୍ଷ ଶିଶୁର ଜୀବନ ଚାଲିଗଲା ।

ବର୍ତ୍ତମାନ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି । ଯେଉଁଠି କେତେକ ଲୋକମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଶାସନକୁ ନିନ୍ଦା କରୁଛନ୍ତି ତ ଅନ୍ୟ ପଟେ କିଛି ଲୋକମାନେ ବିହାରର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଠିକ ରୂପରେ କାମ କରୁ ନାହିଁ ବୋଲି କହୁଛନ୍ତି ।

ଟ୍ୱିଟର ୟୁଜର ଉତ୍କର୍ଷ କୁମାର ସିଂହ ଏହି ଘଟଣାର ଭିଡିଓ ପୋସ୍ଟ କରି ଲେଖିଲେ, ‘ହାତରେ ୩ ବର୍ଷର ଶିଶୁକୁ ଧରି ଦୌଡୁ ଥିବା ମା ବିହାରର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ଵ ହୀନତାର ପ୍ରମାଣ ଅଟେ । କହିବାକୁ ଗଲେ ଆମ୍ବୁଲାନ୍ସ ନ ମିଳିବା କାରଣରୁ ଏହି ଶିଶୁର ଜୀବନ ଚାଲିଗଲା । ପ୍ରଥମେ ଶିଶୁକୁ ଅରୱଲରୁ ଜହାନାବାଦ ରେଫର କରାଗଲା, ଏହା ପରେ ଜହାନାବାଦରୁ ପୁଣି ପଟନାକୁ ରେଫର କରାଗଲା । ମରିବା ପରେ ଶବକୁ ନେଇ ଯିବା ପାଇଁ ବି ଆମ୍ବୁଲାନ୍ସ ମିଳିଲା ନାହିଁ ।

ଭିଡିଓ ଉପରେ ଜାବେଦ ସୂରୀ ନାମକ ଏକ ୟୁଜର ଟ୍ୱିଟରରେ କହିଲେ, ‘ମଣିଷତ୍ଵ ମରି ଯାଇଛି ଓ ଯେତିକି ବି ବଞ୍ଚିଛନ୍ତି କେବଳ ଶବ ଅଟନ୍ତି । ମୋର ହୃଦୟ ଏହି ଘଟଣା ଦେଖି ତରଳି ଯାଇଛି ଓ ଆମେ ଏହା ଛଡା ଅଧିକ କିଛି କରି ପାରିବା ନାହିଁ ।‘ ଶମସେ ଇସ୍ଲାମ ନାମକ ଏକ ଅନ୍ୟ ୟୁଜର ଟିଭି ଆଙ୍କର୍ସଙ୍କୁ ଟ୍ୱୀଟ କରି ଲେଖିଲେ କି, ‘କାହା ମଧ୍ୟରେ ସାହସ ଅଛି ଏହା ଉପରେ ଡିବେଟ କରିବା ପାଇଁ ।‘ ଏହା ଉପରେ ଅମିତ ଚୌହାନ ନାମକ ଏକ ୟୁଜର ଜବାବରେ ଲେଖିଲେ, ‘ନା ଆମ ଦେଶର ମିଡିଆ ଗରିବଙ୍କ ପାଇଁ ନୁହେଁ, ଧନୀ ଲୋକମାନଙ୍କ ହିତ ପାଇଁ କାମ କରିଥାଏ ।

ଅନ୍ୟ ପଟେ କଂଗ୍ରେସ ନେତା ଶମା ମୋହମ୍ମଦ କହିଲେ, ‘ଜଣେ ମା ରୂପରେ ଏହି ଭିଡିଓକୁ ଦେଖି ମୋ ଆଖିରେ ଲୁହ ଚାଲି ଆସିଲା । ନୀତିଶ କୁମାର କାହିଁକି ଆମ୍ବୁଲେନ୍ସ ନାହିଁ ? ଏହା ଏକ ଅବହେଳାର ମାମଲା ଅଟେ ଓ ଆପଣଙ୍କୁ ହସ୍ପିଟାଲ ବିରୁଦ୍ଧରେ ଆକ୍ସନ ନେବାକୁ ହେବ ।‘ ତେବେ ଏହା ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।