ଛୋଟ ପିଲାମାନେ ଯାହା ଦେଖନ୍ତି ଯାହା ଶୁଣନ୍ତି ତାହା ମନେ ରଖନ୍ତି । ଜଣେ ଛୋଟ ପିଲା ସ୍କୁଲ ଯିବା ବାଟରେ ଜଣେ ପୋଲିସବାଲାଙ୍କୁ ମାମୁଁ ବୋଲି ଡାକି ଦେଲେ । ଆଉ ସେହି ପୋଲିସ ବାବୁ ଜଣକ ଗାଡିରୁ ଓହ୍ଲାଇ କୁନି ପିଲାଟିର ଚୁଟି ଟାଣି ମାଡ ମାରିବା ସହ ତାଙ୍କ ଗୋଡ ତଳେ ତାକୁ ପକାଇ ଦେଇଥିଲେ । ଏକଥା ସେହି କୁନି ପିଲାର ସମ୍ପର୍କୀୟ ମାନେ ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ ପୋଲିସ ବାବୁ ଜଣକ ଛୋଟ ପିଲାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚାପୁଡା ମାରିଥିବା କଥା ମଧ୍ୟ କୁହାଯାଉଛି ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଣସପଡିଆ ଠାରେ ଏହି ଘଟଣା ଘଟିଛି । କୁନି ପିଲାଟି ନିଜେ ବି କହୁଛି କି ସେ ବାଟରେ ଯାଉଥିବା ବେଳେ ପୋଲିସ ଗାଡି ଦେଖି ମାମୁଁ ବୋଲି କହି ଦେଇଥିଲେ । ଯାହାପରେ ପୋଲିସ ଜଣକ ଗାଡିରୁ ଓହ୍ଲାଇ ଆସି ତାଙ୍କୁ ଗାଲରେ ଚାପୁଡା ମାରିଥିଲେ । ଏହାପରେ ତାଙ୍କୁ ଗୋଡ ତଳେ ପଡିବାକୁ ବି କହିଥିଲେ । ଏହାପରେ ପିଲାଟି ତାଙ୍କ ଗୋଡ ତଳେ ପଡିଥିଲା ।
ଆଉ ତା’ପରେ ତାକୁ ଠିଆ କରେଇକି ଗାଡିରେ ବସିବା ପାଇଁ କହିଥିଲେ । କିନ୍ତୁ ପିଲାଟି କାନ୍ଦିବାରୁ ତାକୁ ଆଉ ଗାଡିରେ ନ ବସେଇ ପୋଲିସ ବାବୁ ଜଣକ ପିଲାକୁ ଅଭଦ୍ର ଭାଷାରେ ଗାଳି ଦେବା ସହ ତୋ ମା’ର ମୁଁ କେତେ ନଂ ଧରମ ଭାଇ ହେବି ବୋଲି ପିଲାକୁ ଧକାଇଥିଲେ । ଜଣେ ପୋଲିସକର୍ମୀଙ୍କ ଏହିଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି ଗ୍ରାମବାସୀ ।
ଏହାସହ ଉତ୍ତ୍ୟକ୍ତ ଜନତା ସେଠାରେ ରାସ୍ତାରୋକ ମଧ୍ୟ କରିଛନ୍ତି । ଜଣେ ପୋଲିସ ଏବଂ ବଡଲୋକ ହିସାବରେ ସେ ପିଲାକୁ ବୁଝାଇ ପାରିଥାନ୍ତେ କି ଏମିତି ଡକା ଯାଏନି ଆଉ ରାସ୍ତାରେ ଏମିତି କରିବା ଭୁଲ କାର୍ଯ୍ୟ ଅଟେ ବୋଲି । କିନ୍ତୁ ସେପରି ନକରି ଓଲଟା ଅଭଦ୍ର ଭାଷାରେ ପିଲାକୁ ଗାଳି ଦେଇଥିଲେ ପୋଲିସ ଆଉ ତାକୁ ଡରାଇଥିଲେ । ଯାହାକୁ ସ୍ଥାନୀୟ ଲୋକେ ବିଲକୁଲ ଗ୍ରହଣ କରିପାରି ନାହାନ୍ତି ଓ ଏହାକୁ ପ୍ରତିରୋଧ କରିଛନ୍ତି ।

ତେଣୁ ଉକ୍ତ ପୋଲିସବାବୁ ସେଠାକୁ ଯାଇ ଭୁଲ ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।