୧୫ଜାନୁୟାରୀ ମକର ସଙ୍କ୍ରାନ୍ତିରେ ବନୁଛି ଶୁଭ ସଂଯୋଗ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ରହିବ ଏହାର ପ୍ରଭାବ

ନମସ୍କାର ଆପଣମାନଙ୍କୁ ଆମର ଏହି ଲେଖାରେ ସ୍ଵାଗତ । ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଦେଖାଦିଏ । କେତେବେଳେ ମଣିଷ ଜୀବନ ସୁଖମୟ ରହିଥାଏ ତ ଆଉ କେତେବେଳେ ଦୁଃଖମୟ ହୋଇଥାଏ । ମଣିଷ ଜୀବନରେ ଯେଉଁ ସବୁ ପରିସ୍ଥିତି ଦେଖାଯାଏ ତାହା ଗ୍ରହମାନଙ୍କ ପାଇଁ ହୋଇଥାଏ । ଯଦି ଗ୍ରହମାନେ ଠିକ ପରିସ୍ଥିତିରେ ଥାଆନ୍ତି ତେବେ ମଣିଷକୁ ଖୁସି ମିଳିଥାଏ । ଯଦି ଗ୍ରହମାନଙ୍କର ସ୍ଥିତି ଠିକ ନ ଥାଏ ତେବେ ମଣିଷ ଦୁଃଖ ପାଇଥାଏ । ଏଥିପାଇଁ ମଣିଷ ଜୀବନରେ ଗ୍ରହମାନଙ୍କର ଅଧିକ ଗୁରୁତ୍ତ୍ଵ ରହିଛି ।

ଆପଣମାନଙ୍କୁ ଆମେ ଜଣାଇ ଦେଉଛୁ କି ୧୫ ଜାନୁୟାରୀ ୨୦୨୦ ରେ ମକର ସଙ୍କ୍ରାନ୍ତି ଆସୁଛି ଓ ସେହି ଦିନ ଏକ ଶୁଭ ସଂଯୋଗ ବନୁଛି । ମକର ସଙ୍କ୍ରାନ୍ତିର ପର୍ବ ବହୁତ ଆଡମ୍ବର ସହ ପାଳନ କରାଯାଏ । ଜୋତି ଶାସ୍ତ୍ର ଅନୁସାରେ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ତାହାକୁ ମକର ସଙ୍କ୍ରାନ୍ତି କୁହାଯାଏ । ଏହି ବର୍ଷ ମକର ସଙ୍କ୍ରାନ୍ତିରେ ସୂର୍ଯ୍ୟ ଓ ବୁଧ ଏକା ସହିତ ରହିଛନ୍ତି, ଯାହା ଦ୍ଵାରା କିଛି ରାଶିଙ୍କ ଉପରେ ଏହାର ଶୁଭ ପ୍ରଭାବ ରହିବା ବେଳେ କିଛି ରାଶିଙ୍କ ଉପରେ ଖରାପ ପ୍ରଭାବ ରହିଛି । ଆଜି ଆମେ ଆପଣଙ୍କୁ ୧୨ଟି ରାଶି ଉପରେ ଏହାର କଣ ପ୍ରଭାବ ରହିଛି ଜଣାଇବୁ ।

ଆସନ୍ତୁ ଜାଣିବା ମକର ସଙ୍କ୍ରାନ୍ତିରେ କେଉଁ ରାଶି ଉପରେ ରହିଛି ଭଲ ପ୍ରଭାବ

ମେଷ

ମେଷ ରାଶିର ଲୋକମାନଙ୍କୁ ମକର ସଙ୍କ୍ରାନ୍ତିରେ ଧନ ଲାଭର ଯୋଗ ରହିଛି, ଧନ ସମ୍ବନ୍ଧିତ ସମସ୍ତ ଦୁଃଖ ଦୂର ହେବ ଓ ପରିବାରରେ ମଧ୍ୟ ସୁଖର ବାତାବରଣ ଦେଖାଯିବ । ଆରମ୍ଭ କରାଯାଇଥିବା ନୂଆ ବ୍ୟବସାୟ ଲାଭଦାୟକ ରହିବ ।

ବୃଷ

ବୃଷ ରାଶିର ଲୋକମାନଙ୍କୁ ମକରସଙ୍କ୍ରାନ୍ତିରେ ଧନର ଆଦାନ ପ୍ରଦାନରେ ଭଲ ଲାଭ ମିଳିବ, ଧନ କମେଇବାରେ ସୁଫଳ ମିଳିବ । ବ୍ୟବସାୟରେ ସୁଫଳ ମିଳିବ ଓ ସାଙ୍ଗରେ କାମ କରୁଥିବା ଲୋକମାନଙ୍କର ମଧ୍ୟ ସାହାଯ୍ୟ ମିଳିବ ।

ସିଂହ

 

ସିଂହ ରାଶିର ଲୋକ ମାନଙ୍କୁ ଏହି ମକର ସଙ୍କ୍ରାନ୍ତିରେ ଶୁଭ ଖବର ମିଳିବ । ଆପଣଙ୍କ ଦ୍ଵାରା ହୋଇଥିବା ପରିଶ୍ରମର ଫଳ ମଧ୍ୟ ମିଳିବ । ଆପଣ ସାଙ୍ଗମାନଙ୍କ ସହଯୋଗରେ ନିଜ କାମ ପୁରା କରିପାରିବେ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ପାଇପାରିବେ । ଶରୀର ମଧ୍ୟ ସୁସ୍ଥ ରହିବ ।

ତୁଳା

ତୁଳା ରାଶିର ଲୋକମାନଙ୍କୁ ମକର ସଙ୍କ୍ରାନ୍ତିରେ ମାନ ସମ୍ମାନ ଓ ଧନଲାଭର ଯୋଗ ରହିଛି । ଅଧୁରା ରହିଥିବା କାର୍ଯ୍ୟରେ ସଫଳତା ମିଳିବ । ଶିକ୍ଷା କ୍ଷେତ୍ରରେ ସାମିଲ ଲୋକ ମାନଙ୍କୁ ଅଧିକ ସଫଳତା ମିଳିବ । ନିଜ ଜୀବନ ସାଥି ଓ ପିଲାଙ୍କ ସହ ସୁଖମୟ ଜୀବନ ଯାପନ କରିବେ ।

ମକର

ମକର ରାଶିର ଲୋକମାନଙ୍କୁ ମକର ସଙ୍କ୍ରାନ୍ତିରେ ମାନ ସମ୍ମାନ, ଯଶ ଓ କୀର୍ତି ପ୍ରାପ୍ତ ହୋଇପାରେ । ହଠାତ ଧନ ପ୍ରାପ୍ତିର ଯୋଗ ରହିଛି । ଆପଣଙ୍କ ଘର ପରିବାରର ଆର୍ଥିକ ସ୍ଥିତିରେ ପରିବର୍ତନ ଦେଖାଦେବ ।

କୁମ୍ଭ

 

କୁମ୍ଭ ରାଶିର ଲୋକମାନେ ମକର ସଙ୍କ୍ରାନ୍ତିରେ ନିଜର ଅଧୁରା ମନୋସ୍କାମନା ପୁରା କରିପାରିବେ । ଲଭ ଲାଇଫ ସୁଖମୟ ରହିବ, ଆପଣ ପାର୍ଟନରଙ୍କ ସହ ଭଲ ଜାଗା ବୁଲିବାକୁ ଯାଇପାରିବେ । କୋଟ ର ସମସ୍ୟା ଦୂର ହେବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କର କିପରି ରହିବ ଅବସ୍ଥା

ମିଥୁନ

ମିଥୁନ ରାଶି ମାନଙ୍କୁ ମିଶ୍ରିତ ଫଳ ମିଳିବ । ଆପଣଙ୍କର ଜରୁରୀ କାର୍ଯ୍ୟ ହୋଇପାରିବ କିନ୍ତୁ ବୈବାହିକ ଜୀବନରେ ଆପଣଙ୍କୁ ଧ୍ୟାନ ଦବାକୁ ପଡିବ । ଆପଣଙ୍କ ମନ କିଛି ବିଶେଷ କାର୍ଯ୍ୟ ପାଇଁ ଆକର୍ଷିତ ହେବ । ବନ୍ଧୁମାନଙ୍କର ସହଯୋଗ ମିଳିବ । ବିଦ୍ୟାଥି ବର୍ଗର ପିଲାମାନେ ପାଠରେ ଧ୍ୟାନ ଦେବା ଉଚିତ ।

କର୍କଟ

କର୍କଟ ରାଶିର ଲୋକମାନଙ୍କର ଅର୍ଥି ହାନିର ଯୋଗ ରହିଛି ସେଥିପାଇଁ ଆପଣ ଧନର ଆଦାନ ପ୍ରଦାନ ଦେଖି ଚାହିଁ କରନ୍ତୁ । ପ୍ରଭାବଶାଳି ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଘର ପରିବାରରେ ଅଧିକ ଧନ କ୍ଷୟର ସମ୍ଭାବନା ରହିଛି ।

କନ୍ୟା

କନ୍ୟା ରାଶିର ଲୋକମାନେ ନିଜ କାମକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିବେ । ଏହି ରାଶିର ଲୋକମାନଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ, ଯାହା ପାଇଁ ସେମାନେ ଦୁଃଖିତ ରହିବେ । ଘର ପରିବାରରେ ମଧ୍ୟ ମତଭେଦ ହୋଇପାରେ ।

ବିଛା

ବିଛା ରାଶି ଲୋକମାନଙ୍କର ମାନସିକ ପରିସ୍ଥିତି ଠିକ ରହିବ ନାହିଁ । ଆପଣ ନିଜ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ, କାର୍ଯ୍ୟରେ ଟିକେ ଦେଖି ଚାହିଁ ରହିବାକୁ ପଡିବ କାରଣ ଆପଣଙ୍କର କିଛି ଜରୁରୀ କାର୍ଯ୍ୟ ମଧ୍ୟ ଖରାପ ହୋଇପାରେ । ଧନର ଅଭାବ ମଧ୍ୟ ଦେଖାଦେବ । ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଧନୁ

 

ଧନୁ ରାଶିର ଲୋକମାନଙ୍କ ସମୟ ମିଶ୍ରିତ ରହିବ । ରଚନାତ୍ମକ କାର୍ଯ୍ୟରେ ଅଧିକ ରୁଚି ରହିବ । ଆପଣ ଆପଣଙ୍କ କାମକାର୍ଯ୍ୟ ପୁରା କରିବାକୁ ଚେଷ୍ଟା କରିବେ କିନ୍ତୁ କାମରେ ତରତର ହୁଅନ୍ତୁ ନାହିଁ । ଆପଣଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ ।

ମୀନ

 

ମୀନ ରାଶିର ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ଆପଣଙ୍କ ମନରେ କିଛି କଥାକୁ ନେଇ ଭୟ ରହିବ । ଆପଣ କିଛି ବାଦ ବିବାଦ କରନ୍ତୁ ନାହିଁ, ଆପଣଙ୍କର କାର୍ଯ୍ୟ ଅନୁଷ୍ଠାନରେ ବିବାଦ ହୋଇପାରେ । କାମକାର୍ଯ୍ୟ ଅଧିକ ଥିବାରୁ ଥକାନ ଅନୁଭବ ହେବ । ଆପଣ ନିଜ ଶରୀରର ଯତ୍ନ ନିଅନ୍ତୁ । ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଦେଖାଦେବ ।