ନମସ୍କାର ବନ୍ଧୁଗଣ, ଆମ ଓଡିଆ ଘରେ ସଂକ୍ରାନ୍ତିକୁ ନୀତି ନିୟମ ସହ ପାଳନ କରାଯାଏ । ଏହି ବର୍ଷ ମକର ସଂକ୍ରାନ୍ତି ୧୪ ଜାନୁୟାରୀରେ ପାଳିତ ହେବାକୁ ଯାଉଛି । ବର୍ଷସାରା ହେଉଥିବା ସମସ୍ତ ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ହେଉଛି ପ୍ରଥମ ଏବଂ ସବୁଠାରୁ ପ୍ରିୟ ମଧ୍ୟ । କାରଣ ଏହି ଦିନ ଗୁଡି ଉଡାଇବାର ମଜା ସମସ୍ତେ ନେଇଥାନ୍ତି । ତେବେ ଏହି ପବିତ୍ର ମକର ସଂକ୍ରାନ୍ତି ଦିନ କେଉଁ ଉପାୟ କରିବା ଫଳରେ ଆପଣଙ୍କ ଭାଗ୍ୟର ମୋଡ ବଦଳିଯିବ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ପୌଷ ମାସରେ ଯେବେ ସୂର୍ଯ୍ୟ ଧନୁ ରାଶିକୁ ଛାଡି ମକର ରାଶିକୁ ଆସିଥାନ୍ତି ସେବେ ମକର ସଂକ୍ରାନ୍ତି ହୋଇଥାଏ । ଏହି ମକର ସଂକ୍ରାନ୍ତିକୁ ସମଗ୍ର ଭାରତ ବର୍ଷରେ ପାଳନ କରାଯାଏ । ତେବେ ଏହିଦିନ ଗୁଡି ଉଡାଇବା ପଛରେ ଧାର୍ମିକ କାରଣ ମଧ୍ୟ ରହିଛି । କୁହାଯାଏ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୁଡି ଉଡାଇଥିଲେ ।
ଅନ୍ୟ ଦୃଷ୍ଟି ଅନୁଯାୟୀ କହିବା ପାଇଁ ଗଲେ ପୌଷ ମାସର ଥଣ୍ଡା ପାଇଁ ଚର୍ମ ଫାଟିବା ସହ ଚର୍ମ ସହ ଜଡିତ ଅନେକ ରୋଗ ଦେଖାଦିଏ । ତେଣୁ ଗୁଡି ଉଡାଇବା ସମୟରେ ସୂର୍ଯ୍ୟଲୋକ ଶରୀରରେ ପଡିବା ଦ୍ଵାରା ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ । ସେହି କାରଣରୁ ଗୁଡି ଉଡାଇବାର ପ୍ରଥା ରହିଛି ବୋଲି ମଧ୍ୟ କୁହାଯାଏ । ଆପଣ ମକର ସଂକ୍ରାନ୍ତି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ ଅଟେ ।

ଏହିଦିନ ଆପଣ ନିଜ ମାତା ପିତାଙ୍କୁ ପ୍ରସନ୍ନ ରଖିବା ପାଇଁ ଚେଷ୍ଟା କରନ୍ତୁ । ମକର ସଂକ୍ରାନ୍ତି ଦିନ କଳା ଖସା ଏବଂ ଗୁଡରେ ଲଡୁ ତିଆରି କରି ନିଜେ ଖାଇବା ସହ ମାତା ପିତାନ୍ତୁ ଖୁଆଇବା ଶୁଭ ହୋଇଥାଏ । ଭିକାରି ଏବଂ ଗରିବ ଲୋକ ମାନଙ୍କୁ ମଧ୍ୟ ଆପଣ ଏହି ଲଡୁ ତିଆରି କରି ଖାଇବାକୁ ଦେବା ଉଚିତ । ଏହାଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢିଥାଏ ।
ଯଦି ଆପଣ ଏହିଦିନ ଖସା ଦାନ କରନ୍ତି ତେବେ ଆପଣଙ୍କୁ ସୂର୍ଯ୍ୟ ଏବଂ ଶନିଦେବଙ୍କ କୃପା ମିଳିଥାଏ । ମକର ସଂକ୍ରାନ୍ତି ଦିନ ଆପଣ କଳା ରାଶିର ଲଡୁ ବା କଳା ଖସା ଏବଂ ଲୁଣ, ଗୁଡ ଖେଚେଡୀ, ପନିପରିବା ଇତ୍ୟାଦି ଦାନ କରିବାକୁ ଅଧିକ ଶୁଭ ମନାଯାଇଥାଏ । ଏହିଦିନ ଗୁଡାରେ ତିଆରି ମିଠା ଦାନ କରିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ଅନେକ କଷ୍ଟ ଦୂର ହୋଇଥାଏ ।

ଆପଣ ଏହିଦିନ ଯଦି ଗରିବ ମାନଙ୍କୁ କପଡା ଇତ୍ୟାଦି ଦାନ କରନ୍ତି ତେବେ ଆପଣଙ୍କ ପୂଣ୍ୟ ହଜାର ଗୁଣା ବଢିବା ସହ ଶନିଦେବ ଏବଂ ସୂର୍ଯ୍ୟଦେବଙ୍କ ସାକ୍ଷାତ କୃପା ପ୍ରାପ୍ତ ହୋଇଥାଏ । ମକର ସଂକ୍ରାନ୍ତି ଦିନ ନିଶ୍ଚୟ ପକ୍ଷୀମାନଙ୍କୁ କିଛି ଦାନା ଖାଇବା ପାଇଁ ଦିଅନ୍ତୁ । ଆପଣ ଏହିଦିନ ଘିଅର ଦାନ କରନ୍ତୁ । ଏହାଫଳରେ ଆପଣଙ୍କ ଜୀବନରେ ମାନ ସମ୍ମାନ ବଢିଥାଏ । ଯଦି ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଛି ତେବେ ନିଶ୍ଚୟ ଲାଇକ, ଶେୟାର କରନ୍ତୁ ।