ମହିଳାଙ୍କ ପାଇଁ ନୂଆ ସ୍କିମ୍ ଆଣିଲା ପୋଷ୍ଟ ଅଫିସ୍, କମ୍ ଟଙ୍କା ଜମା କରି ଅଧିକ ସୁଧର ଲାଭ ଉଠାଇ ପାରିବେ, ଶୀଘ୍ର ଦେଖନ୍ତୁ…

ମହିଳାଙ୍କ ପାଇଁ ଏକ ନୂଆ ସ୍କିମ୍ ଆଣିଛି ଡାକବିଭାଗ । ଯାହାର ନାଁ ହେଉଛି ‘ମହିଳା ସମ୍ମାନ ବଚତ୍ ପତ୍ର’ । 3 ଏପ୍ରିଲ 2023 ଠାରୁ ଏହି ଯୋଜନାକୁ ଦେଶର ସମସ୍ତ ଡାକଘରେ ଲାଗୁ କରାଯାଇଛି । ଏହା ଏକ ନୂଆ ସଞ୍ଚୟ ଯୋଜନା ଯାହା କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଯୋଜନାର ସୁଧହାର ବେଶ ଭଲ ରହିଛି । ଏହି ଯୋଜନା ଅନୁସାରେ ଆସନ୍ତା ଦୁଇ ବର୍ଷ ପାଇଁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ସ୍କିମରେ ଟଙ୍କା ଜମା କରିପାରିବେ ।

ଆପଣ ଚାହିଁଲେ ସର୍ବନିମ୍ନ ହଜାରେ ଟଙ୍କାରୁ ଏହି ଯୋଜନାରେ ଜମା କରିପାରିବେ । ଦୁଇ ବର୍ଷ ଡିପୋଜିଟ କରିବା ପରେ 7.5% ସୁଧହାରରେ ଲାଭ ପାଇବେ ଜମାକାରୀ । ମହିଳାଙ୍କୁ ସଞ୍ଚୟ ପାଇଁ ପ୍ରୋତ୍ସାହିତ କରିବାକୁ ଡାକ ବିଭାଗ ଦ୍ଵାରା ଏହି ଯୋଜନା ଆରମ୍ଭ କରାଯାଇଛି । 3 ଏପ୍ରିଲ 2023 ଠାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ 31 ମାର୍ଚ୍ଚ 2025 ଯାଏଁ ନୂଆ ଖାତା ଖୋଲା ଯାଇପାରିବ । ଏହାପରେ ଏହି ଯୋଜନା ଅନୁସାରେ ନୂଆ ଖାତା ଖୋଲା ଯାଇପାରିବ ନାହିଁ ।

ଏହି ସ୍କିମ ମହିଳାଙ୍କ ପାଇଁ ଅନେକ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ସବୁଠୁ ଖାସ କଥା ହେଲା ଯେକୌଣସି ମହିଳା ବା ସାନ ଝିଅ ମଧ୍ୟ ପୋସ୍ତ ଅଫିସରେ ଖାତା ଖୋଲିପାରିବେ । 18 ବର୍ଷରୁ କମ୍ ବୟସର ଝିଅଙ୍କ ପାଇଁ ଖାତା ଖୋଲୁଥିଲେ ତାଙ୍କ ନାଁରେ ଅଭିଭାବକ ଏହି ସ୍କିମ ଖୋଲିବେ ।

ଏଥିରେ ଚାହିଁଲେ ଏକକାଳୀନ ଦୁଇ ଲକ୍ଷ ଯାଏଁ ଡିପୋଜିଟ କରିପାରିବେ କିମ୍ବା ପର୍ଯ୍ୟାୟ କ୍ରମେ ଟଙ୍କା ଜମା କରିପାରିବେ । ଏଥିରେ ସୁଧହାର ଭଲ ଥିବାରୁ ମହିଳାଙ୍କୁ ଭଲ ଲାଭ ମିଳିବ । ତେଣୁ ସ୍ତ୍ରୀ ଲୋକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଖାତା ଖୋଲିବା ପାଇଁ ଆପଣଙ୍କୁ ନିକଟସ୍ଥ ପୋଷ୍ଟ ଅଫିସକୁ ଯିବାକୁ ହେବ ଏବଂ ସେଠାରେ ମହିଳା ସମ୍ମାନ ବଚତ୍ ପତ୍ର ସ୍କିମ ର ଏକ ଆପ୍ଲିକେଶନ ଫର୍ମ ମାଗିବାକୁ ହେବ । ଫର୍ମ ଆଣି ଭରିବେ ଏବଂ ଏହାସହ KYC ଡକ୍ୟୁମେଣ୍ଟ ମଧ୍ୟ ଦେବାକୁ ହେବ ।

ଏହାପରେ ଆପଣ ଯେତିକି ଟଙ୍କା ରଖିବାକୁ ଚାହୁଁଛନ୍ତି ତାହା ମଧ୍ୟ ଦେବେ । ଏହାପରେ ମହିଳା ସମ୍ମାନ ବଚତ୍ ସ୍କିମରେ ଆପଣ ଆକାଉଣ୍ଟ ଖୋଲିପାରିବେ । ଏହି ସ୍କିମ ସରକାରଙ୍କ ଦ୍ଵାରା ଜାରି ହୋଇଥିବାରୁ ଏଥିରେ କୌଣସି ରିସ୍କ ମଧ୍ୟ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।