ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରର ରୋଷେଇ ଘର ବାସ୍ତୁ ଉପରେ ଅନେକ ପ୍ରଭାବ ପକାଇଥାଏ । ଯେଉଁ ଘରର ରୋଷେଇ ଘର ପରିଷ୍କାର, ପରିଚ୍ଛନ ରହିବା ସହ ସେହି ଘରର କାର୍ଯ୍ୟ ସବୁ ସଠିକ ଭାବରେ ହୋଇଥାଏ । ତେବେ ରୋଷେଇ ଘରର ଭଲ ପ୍ରଭାବ ସଂପୂର୍ଣ୍ଣ ଘର ଉପରେ ପଡିଥାଏ । ଯାହା ଦ୍ଵାରା ଘରର ପରିବାର ସଦସ୍ୟଙ୍କ ସ୍ଵାସ୍ଥବସ୍ତା ଭଲ ରହିବା ସହ ଶାନ୍ତିର ବାତାବରଣ ମଧ୍ୟ ଦେଖିବାକୁ ମିଳିଥାଏ । ହେଲେ ରୋଷେଇ ଘର ଯଦି ଅସ୍ବଚ୍ଛ ରହେ ।
ତେବେ ତାହାର କୁପରିଣାମ ମଧ୍ୟ ସଂପୂର୍ଣ୍ଣ ଘର ଉପରେ ଉପରେ ପକାଇଥାଏ । ତେଣୁ ସକାଳୁ ଉଠିବା ମାତ୍ରେ ରୋଷେଇ ଘରେ କେଉଁ ସବୁ ଜିନିଷ ଦେଖିବା ଅନୁଚିତ । ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରିବା । ମହିଳା ମାନେ ସକାଳୁ ଉଠୁ ଉଠୁ ରୋଷେଇ ଘରେ ପଡିଥିବା ଅଧୁଆ ବାସନ ବା ଅଇଁଠା ବାସନ ଦେଖିଥାନ୍ତି । ତେବେ ମହିଳା ମାନଙ୍କ ପ୍ରତି ଏହା ବହୁତ ଅଶୁଭ ଅଟେ । ତେଣୁ ଯେଉଁ ଘରେ ରାତି ସାରା ଅଇଁଠା ବାସନ ପଡି ରହିଥାଏ ।
ସେହି ଘରେ ଅନେକ ନକରାତ୍ମକ ଊର୍ଜାର ବିକାଶ ଘଟିଥାଏ । ଯାହାକି ଘର ପ୍ରତି କ୍ଷତିକାରକ ଅଟନ୍ତି । ଏଥିସହ ଏପରି ଘରୁ ମା’ ଲକ୍ଷ୍ମୀ ମଧ୍ୟ ତ୍ୟାଗ କରିଦେଇଥାନ୍ତି । ତେଣୁ ରାତିରେ ଶୋଇବା ପୂର୍ବରୁ ହିଁ ଅଇଁଠା ବାସନ ମାଜି କରି ଶୋଇବା ଉଚିତ । ମହିଳା ମାନେ ସକାଳୁ ସକାଳୁ ରୋଷେଇ ଘରେ କୌଣସି ଧାରୁଆ ଅସ୍ତ୍ର ଯେପରି ଛୁରୀ କିମ୍ବା ପନିକି ଭଳି ଜିନିଷ ଆଦି ଦେଖିବା ଉଚିତ ନୁହେଁ ।
ଏପରି ଜିନିଷ ମହିଳା ମାନଙ୍କର ଆଖିରେ ପ୍ରଥମେ ପଡିବା ଦ୍ଵାରା ସେମାନଙ୍କ ମାନସିକ ଚିନ୍ତାଧାରା ଉପରେ କୁପ୍ରଭାବ ପକାଇଥାଏ । ଏହା ସହିତ ସେମାନଙ୍କର ସ୍ଵାମୀ ଉପରେ ମଧ୍ୟ ବିପଦ ପଡିବାର ସମ୍ଭାବନା ରହିଥାଏ । ସକାଳୁ ମହିଳା ମାନେ ନିଜ ରୋଷେଇ ଘରେ ଯିବା ବେଳେ ତାଙ୍କ ଆଖିରେ ଯେପରି ଅଳିଆ ବା ଡଷ୍ଟବିନ ପଡିଆ ଅନୁଚିତ । ଏହିପରି ଦୃଶ୍ୟ ମହିଳା ମାନଙ୍କର ଗର୍ଭଜନିତ ସମସ୍ଯା ସୃଷ୍ଟି କରିଥାଏ ।
ଏହା ସହିତ ରୋଷେଇ ଘରେ ବାରମ୍ବାର ଯଦି ଏପରି କିଛି ଘଟଣା ଘଠୁଥାଏ । ତେବେ ମଧ୍ୟ ଏହା କୌଣସି ବିପଦର ପୂର୍ବ ସୂଚନା ଦେଇଥାଏ । ଯେପରି ବାରମ୍ବାର କ୍ଷୀର ଉତୁରିବା, ଖାଦ୍ୟରେ ମାତ୍ରା ଠାରୁ ଅଧିକ ଲୁଣ ହୋଇଯିବା, ଖାଦ୍ୟ ପୋଡିଯିବା, ରୋଷେଇ ଘର ମଧ୍ୟରେ ତେଲ ଢାଳିହୋଇଯିବା ପରି ଏହିଭଳି କେତୋଟି ଘଟଣା ରୋଷେଇ ଘରେ ଘଟିବା ଅଶୁଭ ହୋଇଥାଏ ।
ଯେଉଁ ରୋଷେଇ ଘରର ରୋଷେଇ ଘର ପ୍ରତି ମହିଳା ମାନେ ଅଧିକ ଯତ୍ନବାନ ହୋଇନଥାନ୍ତି । ସେହି ଘର ଉପରେ କୌଣସି ଇଷ୍ଟଦେବାଦେବୀ ସନ୍ତୁଷ୍ଠ ହୋଇନଥାନ୍ତି । ତେଣୁ ରୋଷେଇ ଘର ସଫା ରଖିବା ସହ ଏହିସବୁ ନିୟମ ପ୍ରତି ମଧ୍ୟ ଧ୍ୟାନ ରଖିବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ