ବିଧବା ହେବା ପାଇଁ ମହିଳା ଜଣଙ୍କ ଧରିଛନ୍ତି ଜିଦି, କରୁଛନ୍ତି ଶାଶୁଘର ଲୋକଙ୍କୁ ଗୁହାରି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଜଣେ ମହିଳା ବିଧବା ହେବାର କଥା ମିଡିଆ ଆଗରେ କହିଛନ୍ତି । ଶାଶୁ ଘର ଲୋକ ତାଙ୍କୁ ବିଧବା ହେବାକୁ ଦେଉନଥିବାର କଥା କହିଛନ୍ତି ।  ତାଙ୍କ ଶାଶୁ ଘର ଲୋକଙ୍କୁ ତାଙ୍କ ଝିଅକୁ ଫେରାଇ ଦେବାର ଗୁହାରି ମଧ୍ୟ କରିଛନ୍ତି । ତେବେ ଏହି ମହିଳା ଜଣଙ୍କ ସହ ଏଭଳି କଣ ଘଟିଛି ଯେଉଁଥି ପାଇଁ ସେ ଆଜି ବିଧବା ହେବାର କଥା କହୁଛନ୍ତି । ତେବେ ଏହା ସହ ଜଡିତ ଥିବା କଣ ରହିଛି ସମ୍ପୂର୍ଣ ଖବର ଆଉ ଡେରି ନକରି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଖବର ଅନୁଯାୟୀ ସେହି ମହିଳା ଜଣଙ୍କ କେନ୍ଦ୍ରପଡା ପଟାମୁଣ୍ଡାଇ ଥାନା ବରଗଡା ଗ୍ରାମର ଶୁଭଶ୍ରୀ ପାତ୍ର ଅଟନ୍ତି । ସ୍ଥାନୀୟ ଅଞ୍ଚଳର ମନୋଜ ରାଉତଙ୍କ ସହ ତାଙ୍କର ବିବାହ 2013 ମସିହାରେ ହୋଇଥିଲା । ପରିବାର ବହୁତ ହସ ଖୁସିରେ ମଧ୍ୟ ଚାଲୁଥିଲା । ହେଲେ ଶୁଭଶ୍ରୀଙ୍କ କୋଳରେ ଦୁଇ ଝିଅ ଜନ୍ମ ହେବା ପରେ ଶୁଭଶ୍ରୀଙ୍କ ଉପରେ ପରିବାର ଲୋକଙ୍କ ନିର୍ଯାତନ ଆରମ୍ଭ ହୋଇଗଲା ।

ଅସହ୍ୟ ନିର୍ଯାତନ ସାହି ନପାରି ଶୁଭଶ୍ରୀ ତାଙ୍କ ବାପଘରକୁ ପଳାଇ ଥିଲେ । ଏହାପରେ ନଅ ଦିନ ହେବ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଥିଲେ ବି ଶାଶୁ ଘର ଲୋକ ତାଙ୍କୁ ଖବର ଦେଇନଥିଲେ । କୌଣସି ପ୍ରକାରରେ ଖବର ପାଇ ଯେତେବେଳେ ଶୁଭଶ୍ରୀ ଶାଶୁ ଘରେ ପହଞ୍ଚି କହିଲେ ମତେ ବିଧବା କର ଏବଂ ମୋ ସ୍ଵାମୀଙ୍କ ଶୁଦ୍ଧିକ୍ରିୟାରେ ସାମିଲ କର କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ ତାଙ୍କୁ ବିଧବା ହେବାକୁ ଦେଇନଥିଲେ ।

ଏହା ସହିତ ଶୁଭଶ୍ରୀଙ୍କର ଦୁଇ ଝିଅକୁ ମଧ୍ୟ ମାଆ ପାଖକୁ ଯିବାକୁ ଦେଇନଥିଲେ । ଏହି କଥାକୁ ନେଇ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ ଶୁଭଶ୍ରୀ । ସ୍ଵାମୀ ସଂସାରରୁ ଯିବା ପରେ ହିନ୍ଦୁ ଧର୍ମରେ ସ୍ତ୍ରୀ ମଥାରୁ ସିନ୍ଦୁର ଆଉ ହାତରୁ ଶଙ୍ଖା ଭଙ୍ଗା ଯିବାର ନିୟମ ରହିଛି । ହେଲେ ନିଜ ସ୍ଵାମୀଙ୍କ ପାଇଁ ତାହା କରିପାରିନାହାନ୍ତି ଶୁଭଶ୍ରୀ ଯେଉଁଥି ପାଇଁ ସେ ଆଜି ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ।

ଦୁଇ ଝିଅଙ୍କୁ ତାଙ୍କ ପାଖକୁ ଆଣିବା ପାଇଁ ଆକୁଳ ହେଉଛନ୍ତି ଶୁଭଶ୍ରୀ କିନ୍ତୁ ଶାଶୁ ଘର ଲୋକ ଜୋର ଜବରଦସ୍ତି ତାଙ୍କ ଝିଅ ମାନଙ୍କୁ ସେମାନଙ୍କ ପାଖରେ ରଖିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।