Cuttack ରେ ବିପଦ ସଙ୍କେତ ଠାରୁ ମାତ୍ର ଗୋଟିଏ ମିଟର ତଳେ ବୋହୁଛି Mahanadi, ଦେଖନ୍ତୁ Video, ବନ୍ୟା ଆଶଙ୍କା ନେଇ ରିଲିଫ କମିଶନରଙ୍କ ଚେତାବନୀ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ଜଳସ୍ତର ପ୍ରତି ଘଣ୍ଟାରେ ବଢୁଛି । ଡ୍ୟାମ କର୍ତ୍ତୃପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୭ଟାରେ ଡ୍ୟାମରେ ଜଳସ୍ତର ୬୨୮.୪୧ ଫୁଟ ରହିଥିବା ବେଳେ ଏହା କ୍ରମଶଃ ବଢି ଦିନ ୧୧ଟା ବେଳକୁ ଜଳସ୍ତର ୬୨୮.୬୨ ରହିଥିଲା । ବର୍ତ୍ତମାନ ୨୮ଟି ଗେଟ ଜରିଆରେ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି । ହୀରାକୁଦରେ ଏତେ ସଂଖ୍ୟକ ଗେଟ ଖୋଲାଯିବା ପରେ ଏହାଯୋଗୁଣ ମହାନଦୀ ଅବବାହିକାରେ ମାଧ୍ୟମ ଧରଣର ବନ୍ୟା ଆ-ଶ-ଙ୍କା କରାଯାଉଛି ।

ମହାନଦୀର ଶାଖା ନଦୀଗୁଡିକ ମଧ୍ୟ ଏବେ ଫୁଲିବାରେ ଲାଗିଛି । ହୀରାକୁଦର ବନ୍ୟାଜଳ ଖଇରମାଳ ଏବଂ ବରମୂଳ ଦେଇ ମୁଣ୍ଡଳି ଏବଂ ନରାଜରେ ଆସି ପହଞ୍ଚିଥାଏ । ମୁଣ୍ଡଳି ଠାରୁ ମହାନଦୀ ଦୁଇ ଭାଗରେ ବିଭକ୍ତ ହୋଇଯାଏ । ଗୋଟିଏ ପଟେ ନରାଜ ଓ ଅନ୍ୟପଟେ ଯୋବ୍ରା ଏବଂ ଗୋଟିଏ ପଟେ କାଠଯୋଡି ଏବଂ ଆର ପଟେ ମହାନଦୀ ଦେଇ ଯାଇଥାଏ । ବର୍ତ୍ତମାନ ନରାଜ ଏବଂ ମୁଣ୍ଡଳିର ଜଳସ୍ତର ୮୮.୯୦ ରହିଛି । ଅର୍ଥାତ ବିପଦ ସଙ୍କେତ ୯୭.୨୫ ରୁ ସାମାନ୍ଯ ତଳେ ରହିଛି ଜଳସ୍ତର ।

ଜଳସ୍ତରର ଅଫ ଷ୍ଟ୍ରିମ ରହିଛି ୮୮.୯୦ ଫୁଟ ଏବଂ ଡାଉନ ଷ୍ଟ୍ରିମ ରହିଛି ୮୭. ଫୁଟ । ମୁଣ୍ଡଳୀରେ ସବୁ ଗେଟ ଖୋଲି ଦିଆଯାଇଛି । ସକାଳ ୬ଟା ର ରିପୋର୍ଟ ଅନୁଯାୟୀ ପ୍ରତି ସେକେଣ୍ଡରେ ୫,୯୬,୯୫୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ନରାଜର ବି-ପ-ଦ ସ-ଙ୍କେ-ତ ସ୍ତର ୨୬.୪୧ ମିଟର ରକ୍ଷା ଯାଇଥିବା ବେଳେ ଏହାର ବର୍ତ୍ତମାନ ଜଳସ୍ତର ରହିଛି ୨୫.୨୦ ମିଟର । ଅର୍ଥାତ ବି-ପ-ଦ ସ-ଙ୍କେ-ତ ଠାରୁ ମାତ୍ର ଏକ ମିଟର ତଳେ ରହିଛି ଜଳସ୍ତର । ଏହାସହ ନରାଜରେ ପ୍ରତି ସେକେଣ୍ଡରେ ୨,୯୫,୬୭୭ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ନରାଜରେ ମୋଟ ୪୬ ଗେଟ ରହିଥିବା ବେଳେ ସବୁ ଗେଟ ଗୁଡିକୁ ଆଂଶିକ ଭାବେ ଖୋଲା ଯାଇଛି । ତେବେ ବି-ପ-ଦ ସଂ-କେ-ତ-ର ବହୁତ ପାଖରେ ଜଳସ୍ତର ରହିଥିବାରୁ କଟକରେ ବନ୍ୟା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଛି । ମହାନଦୀରେ ଜଳସ୍ତର ବୃଦ୍ଧି ହେବା ହେତୁ କଟକ ସମେତ ପୁରୀ, କେନ୍ଦ୍ରାପଡା ଆଦି ଜିଲ୍ଲାରେ ବନ୍ୟା ଆ-ଶ-ଙ୍କା ଥିବା ସ୍ଵତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଆଗକୁ ଅପଡେଟ ପାଇବାକୁ ହେଲେ ଆମ ପେଜକୁ ଲାଇକ କରନ୍ତୁ ।